News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନବନ୍ଦରରେ ଅଗ୍ନିକାଣ୍ଡ ଓ ବିମାନ ଦୁର୍ଘଟଣା ହେଲେ କେମିତି ମୁକାବିଲ କରାଯିବ। ଯାତ୍ରୀ ମାନେ କିଭଳି ସୁରକ୍ଷିତ ଉଦ୍ଧାର ହେବ । ବିମାନବନ୍ଦରରେ ଫାୟାର ସିଷ୍ଟମ କଣ ରହିଛି ଅପଗ୍ରେଡ। ଏ ସବୁ ନେଇ ଭୁବନେଶ୍ବର ବିମାନବନ୍ଦରରେ ଅଗ୍ନିଶମ ବିଭାଗର ଅଗ୍ନି ନିରାପତ୍ତା ଯାଞ୍ଚ କରିଛି ।
ଅଗ୍ନିଶମ ବିଭାଗ ସୂଚନା ଅନୁସାରେ, ଯଦି ବିମାନନ୍ଦରରେ ଅଗ୍ନିକାଣ୍ଡ ଘଟେ। ତେବେ କିଭଳି ନିଆକୁ ଆୟତ୍ତ କରାଯିବ । କିମ୍ବା ଯଦି ଏରୋପ୍ଳେନ ଲାଣ୍ଡିଂ ପଏଣ୍ଟରେ କ୍ରାସ ସମୟରେ ନିଆଁ ଲାଗେ ତାକୁ କିଭଳି ନିୟନ୍ତ୍ରଣ କରାଯିବ । ସେସବୁକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଅଗ୍ନିନିରାପତା ବ୍ୟବସ୍ଥା ଯାଞ୍ଚ ହେବାସହ ମକଡ୍ରିଲ କରାଯାଇଛି । ଏନେଇ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରାଯାଉଛି । ବିମାନ ଲାଣ୍ଡିଂ ପଏଣ୍ଟରେ ନିଆଁ ଲିବାଇବା ପାଇଁ ରୋଜନ ବର୍ଗ ଭେଇକିଲ ବ୍ୟବହାର କରାଯାଇଛି ।
"ବିମାନ ବନ୍ଦରରେ ଅଗ୍ନିକାଣ୍ଡ ଘଟିଲେ କେମିତି ନିଆଁ ଲିଭାଯିବ ସେ ନେଇ ଯାଞ୍ଚ ହୋଇଛି । ବିମାନବନ୍ଦରରେ ମୁଖ୍ୟତଃ ତିନି ପ୍ରକାର ଅଗ୍ନିକାଣ୍ଡ ଘଟିଥାଏ । ବିମାନ ଭିତରେ ଥିବା ଯାତ୍ରୀ ବିଶ୍ରାମ ସ୍ଥାନ ଓ ବାହାର ପଟ ଓ ବିମାନ ଅବତରଣ ସମୟରେ ଖସି ପଡ଼ି ନିଆଁ ଲାଗିବାର ସମ୍ବାବନା ଥାଏ । ସେଥିପାଇଁ ରୋଜନ ବର୍ଗ ଭେଇକିଲ ବ୍ୟବହାର କରାଯିବ। ଏ ଗାଡିଟି ସ୍ବିଜରଲାଣ୍ଡ ଆସିଛି । ବିମାନ ଅବତରଣ ଓ ଉଡାଣ କଲା ବେଳେ ଦୃଘଟଣା ଘଟି ନିଆଁ ଲାଗିଲେ ଗାଡିଟି ବୁଲି ବୁଳି ନିଆଁ ଲିଭାଇ ପାରିବ। ଏହା ସହ ବିମାନ ବନ୍ଦରେ ଭିତରେ ଓ କିମ୍ବା କୋଠରୀ ଭିତରେ ନିଆଁ ଲାଗିଲେ ଆୟତ୍ତ ପାଇଁ ପ୍ରଥମ କରି ଫାୟାର ବଲ ସିଷ୍ଟମର ବ୍ୟବହାର ନେଇ ଏୟାରପୋର୍ଟ ଅଥରିଟିଙ୍କୁ ପରାମର୍ଶ ଦିଆଯାଇଛି । ସବୁ ଦୃଷ୍ଟିକୋଣରୁ ବିମାନ ବନ୍ଦର କର୍ତ୍ତୃପକ୍ଷ କେତେ ସଜାଗ ତାକୁ ଯାଞ୍ଚ କରାଯାଇଛି" ବୋଲି କହିଛନ୍ତି ଅଗ୍ନିଶମ ଡ଼ିଜି ସନ୍ତୋଷ କୁମାର ଉପାଧ୍ୟାୟ ।
ସେପଟେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଏୟାର ପୋର୍ଟରେ ଥିବା ପାଣି ସ୍ପ୍ରେ, ଫାୟାର ଏଷ୍ଟିଙ୍ଗୁଇଜର ସମେତ ସମସ୍ତ ବ୍ୟବସ୍ଥା ଠିକ ଭାବରେ କାମ କରୁଛି କି ନାହିଁ ମଧ୍ୟ ତାହାର ଯାଞ୍ଚ ହୋଇଛି । ଏହା ସହ ଫାୟାର କଣ୍ଟ୍ରୋଲ ରୁମ, ଏମର୍ଜିନ୍ସି ଟ୍ରିଟମେଣ୍ଟ ୟୁନିଟ, ଦୃଘଟଣା ପରେ ବିମାନବନ୍ଦର ଭିତରୁ ହାହାରକୁ ଯାତ୍ରୀ ମାନେ କେମିତି ସୁରକ୍ଷିତ ବାହାରିବେ ତାହାର ପ୍ଳାନ ଓ କ୍ରାଇସିସ୍ ମୋବାଇଲ କଣ୍ଟ୍ରୋଲର ଷ୍ଟାଟସ ଯାଞ୍ଚ ହୋଇଥିଲା । ଏପରିକି ବିମାନବନ୍ଦରର ଆଗ୍ନିକ ଓ କର୍ତ୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ନିଆଁ ଲିଭାଇବାର କୌଶଳ ଶିଖା ଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।