ଭୁବନେଶ୍ୱର: ନାବଳକ ବିନା ହେଲମେଟରେ ସ୍କୁଟି ଚଳାଇ ୨୬ ହଜାର ଟଙ୍କା ଫାଇନ୍ ଦେଲେ

ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନଥିବେ ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ପୂର୍ବରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

ଭୁବନେଶ୍ୱର: ନାବଳକ ବିନା ହେଲମେଟରେ ସ୍କୁଟି ଚଳାଇ ୨୬ ହଜାର ଟଙ୍କା ଫାଇନ୍ ଦେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: December 9, 2020, 1:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବଳକ ସ୍କୁଟି ଚଳାଇ ୨୬ ହଜାର ଟଙ୍କାର ଫାଇନ୍ ଦେଇଛନ୍ତି । ଟ୍ରାଫିକ୍ ପୋଲିସ ସ୍କୁଟି ଚାଳକ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଫାଇନ୍ କରିଛନ୍ତି । ଚାଳକ ଜଣକ ହେଲମେଟ୍ ପିନ୍ଧିନଥିବାରୁ ଭବନେଶ୍ୱର ଖଣ୍ଡଗିରି ଛକରେ ଏହି ସ୍କୁଟି ଚାଳକଙ୍କୁ ଟ୍ରାଫିକ୍ ପୋଲିସ ଅଟକାଇଥିଲେ । ଚାଳକ ଜଣକଙ୍କ ୧୮ବର୍ଷରୁ କମ୍ ବୟସ୍କ ଓ ବିନା ହେଲମେଟ୍ ପିନ୍ଧି ଗାଡି ଚଳାଇବା ପାଇଁ ଏହି ତଣ୍ଡ ଗଣିଛନ୍ତି । ବିନା ହେଲମେଟରେ ଗାଡି ଚଳାଇବା ପାଇଁ ଏକ ହଜାରେ ଟଙ୍କା ଓ ଚାଳକ ଜଣକ ୧୮ ବର୍ଷରୁ କମ୍ ଅର୍ଥାତ ନାବାଳକ ହୋଇଥିବାରୁ ୨୫୦୦୦ ହଜାର ଟଙ୍କାର ଫାଇନ୍ କରାଯାଇଛି ।

ପୂର୍ବରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ଟ୍ୱିଟ କରି କଠୋର ଆଭିମୁଖ୍ୟ ଗ୍ରହଣ କରିବା ନେଇ ସୂଚନା ଦେଇଥିଲେ । ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବେ – ଯେପରିକି ମଦ ପିଇ ଗାଡ଼ି ଚାଳନା କରିବେ, ରେଡ୍‌ ଲାଇଟ ନିୟମ ଭାଙ୍ଗିବେ, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନରେ କଥା ହେବେ, ନିର୍ଦ୍ଧାରିତ ଗତିଠୁ ଅଧିକ ବେଗରେ ଗାଡ଼ି ଚଳାଇବେ ଓ ଭଯୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନ ଥିବେ – ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ କରାଯିବ ବୋଲି ଏହି ଟ୍ୱିଟ ମାଧ୍ୟମରେ ସ୍ପଷ୍ଟ କରିଥିଲେ ରାଜ୍ୟ ପରିବହନ ନିଗମ ।

ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନଥିବେ ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ପୂର୍ବରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

ରାଜ୍ୟରେ କୋଭିଡ ଯୋଗୁଁ କିଛି ମାସ ଟ୍ରାଫିକ ଚେକିଂ କୋହଳ ରହିବା ପରେ ଏବେ ଜାନୁଆରୀରୁ ପୁଣି କଡ଼ାକଡ଼ି ହେବ ଚେକିଂ । ନିୟମ ଭଙ୍ଗ କରୁଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଏହା ପୂର୍ବରୁ ଲୋକଙ୍କୁ ଡିସେମ୍ବରରେ ସଚେତନ କରାଯିବ । ରାଜ୍ୟ ସମେତ ସାରା ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ଯୋଗୁଁ ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁ କରିବା ନେଇ ସୁପ୍ରିମ କୋର୍ଟର ଏକ କମିଟି କହିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଏହାକୁ କଡାକଡି ଲାଗୁ କରାଯିବ ବୋଲି ପୂର୍ବରୁ ପରିବହନ ମନ୍ତ୍ରୀ କହିଥିଲେ ।
Published by: Jagdish Barik
First published: December 9, 2020, 1:27 PM IST
corona virus btn
corona virus btn
Loading