ଭୁଆଶୁଣି ଡମ୍ପିୟାର୍ଡ ପ୍ରସଙ୍ଗରେ ଆଜି ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଉପସ୍ଥିତ ରହିବେ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି।

ଭୁଆଶୁଣି ଡମ୍ପିୟାର୍ଡ ପ୍ରସଙ୍ଗରେ ଆଜି ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁଆଶୁଣି ଡମ୍ପିୟାର୍ଡ ପ୍ରସଙ୍ଗରେ ଆଜି ନିଆଯିବ ଚୂଡାନ୍ତ ନିଷ୍ପତ୍ତି

  • Share this:
News18 Odia Digital

ଭୁବନେଶ୍ବର: ଭୁଆଶୁଣି ଡମ୍ପିୟାର୍ଡ ପ୍ରସଙ୍ଗରେ ଆଜି ହେବ ଚୂଡାନ୍ତ ନିଷ୍ପତ୍ତି। ଲୋକସେବା ଭବନରେ ବସିବ ଉଚ୍ଚ ସ୍ତରୀୟ ବୈଠକ। ସକାଳ ୧୧.୩୦ ମିନିଟ ସମୟରେ ବସିବ ବୈଠକ।

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଉପସ୍ଥିତ ରହିବେ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି। ଆଲୋଚନାରେ ସାମିଲ ହେବେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ।

ତିନି ସପ୍ତାହରୁ ଅଧିକ ଦିନ ଧରି ଅଚଳ ପଡ଼ିଛି ଭୁଆଶୁଣି ଡମ୍ପିୟାର୍ଡ। ବିବାଦର ସମାଧାନ ହେଲେ ସୁଧୁରିବ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା। ଦିନକ ପରେ ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ। ଆଜି ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ।

ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧନ ପାଇଁ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିଲେ ଦାରୁଠେଙ୍ଗ ସରପଞ୍ଚ ଓ ଜଟଣୀ ବିଧାୟକ।
Published by:Lipina Das
First published: