News18 Odia Digital
ଭୋପାଳ: ମଧ୍ୟପ୍ରଦେଶର ଭୋପାଳର ମହାଦେବ କମ୍ପ୍ଲେକ୍ସର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ନିର୍ଯାତନା ମାମଲା ଦାୟର କରିଛନ୍ତି। ବୋହୂ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ବିବାହରେ ୨.୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ଶଶୁରଙ୍କ ସନ୍ତୁଷ୍ଟ ନୁହଁନ୍ତି। ଅନେକ ଥର ପରିବାର ଓ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ଯେତେବେଳେ କିଛି ସମାଧାନ ହୋଇନଥିଲା ସେତେବେଳେ ମାମଲା କୋର୍ଟରେ ପହଞ୍ଚିଥିଲା। ଯଦିଓ କୋର୍ଟ ଏହି ଦମ୍ପତିଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଶଶୁରଘର ଲୋକ ମଧ୍ୟ ଏହାକୁ ଗ୍ରହଣ କରୁନାହାଁନ୍ତି ବୋଲି ବୋହୁ ଅଭିଯୋଗ କରିଛନ୍ତି।
ସାକ୍ଷୀ ତାଙ୍କ ଶ୍ୱଶୁର ସାଂସଦ ଭର୍ତ୍ତୃହରି ମହତାବ ଓ ପରିବାର ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମେତ ଅନେକ ମାମଲା ଦାୟର କରିଛନ୍ତି। ଭୋପାଳର ମହାଦେବ କମ୍ପ୍ଲେକ୍ସର ବାସିନ୍ଦା ସାକ୍ଷୀ ୨୦୧୬ ମସିହାରେ କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ। ସ୍ୱାମୀ ଲୋକରଞ୍ଜନ ଦିଲ୍ଲୀରେ ରୁହନ୍ତି ଓ ବୃତ୍ତି ସେ ଜଣେ ବ୍ୟବସାୟୀ।
୨.୫ କୋଟି ପରେ ଦେବା ପରେ ଆହୁରି ପଇସା ମାଗୁଛନ୍ତି ଶଶୁର ଘର ଲୋକସାକ୍ଷୀଙ୍କ ପିତା ତାଙ୍କ ବିବାହରେ ୨.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଭିଯୋଗ ହୋଇଛି ଯେ ବିବାହ ପରେ ଶାଶୁ ଘରେ ପହଞ୍ଚିବା ପରେ ସାକ୍ଷୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଅନେକ ଥର ପରସ୍ପର ସହ କଥାବାର୍ତ୍ତା କରି ଘର ଭିତରେ ଥିବା ସବୁ ଜିନିଷ ଠିକ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶାଶୁଘର ଲୋକ ସନ୍ତୁଷ୍ଟ ହୋଇନଥିଲେ। ସମ୍ପର୍କୀୟଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା, ଏଥିରୁ ମଧ୍ୟ କିଛି ସମାଧାନ ହୋଇନଥିଲା। ହତାଶ ହୋଇ ସାକ୍ଷୀ ବିବାହର କିଛି ଦିନ ପରେ ତାଙ୍କ ବାପା ଘର ଭୋପାଳକୁ ଆସିଥିଲେ। ଏହା ପରେ ମଧ୍ୟ ନିର୍ଯ୍ୟାତନା ବନ୍ଦ ନହେବାରୁ ସେ କୋର୍ଟରେ ଆଶ୍ରୟ ନେଇଥିଲେ। ଦମ୍ପତି ଏକାଠି ରହିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ସାକ୍ଷୀ ତାଙ୍କ ଶାଶୁ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହା ବ୍ୟତୀତ ଯେତେବେଳେ ସେ ଦିଲ୍ଲୀର ସାଂସଦଙ୍କ ଶ୍ୱଶୁରଙ୍କ ସରକାରୀ ବାସଭବନ AB-94 ଶାହାଜାହାନ ରୋଡ଼ରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଫାଟକରୁ ତଡ଼ି ଦିଆଯାଇ ଥିଲା ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି।
ତିନି ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ସାକ୍ଷୀପ୍ରକାଶ ଥାଉକି, ସାକ୍ଷୀ ଭୋପାଳର ମହିଳା ପୋଲିସ ଷ୍ଟେସନରେ ତାଙ୍କ ଶ୍ୱଶୁର ସାଂସଦ ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱତା ଦେବୀ ଓ ସ୍ୱାମୀ ଲୋକରଞ୍ଜନ ବିରୋଧରେ ଅଭିଯୋଗ କରିଛନ୍ତି। ଯୌତୁକ ନିର୍ଯ୍ୟାତନା, ଦେଶଦ୍ରୋହ ଓ ମୃତ୍ୟୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗରେ କହିଛନ୍ତି। ବର୍ତ୍ତମାନ ଭୋପାଳ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।