ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ଓ ବାଲିଆପାଳରେ ବେଶୀ କ୍ଷତି କଲା ବାତ୍ୟା ଅମ୍ଫାନ

ଅପରାହ୍ଣରେ ବାତ୍ୟା ଅମ୍ଫନ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମା ଅତିକ୍ରମ କରୁଥିବା ବେଳେ ପବନର ବେଗ ତୀବ୍ର ହୋଇଥିଲା । ଆତଙ୍କିତ ହୋଇପଡ଼ିଥିଲେ ସମୁଦ୍ର କୂଳରେ ରହୁଥିବା ଗାଁ ଗଣ୍ଡାର ଲୋକେ ।

ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ଓ ବାଲିଆପାଳରେ ବେଶୀ କ୍ଷତି କଲା ବାତ୍ୟା ଅମ୍ଫାନ
ଗୋଟିଏ ଘର ଉପରେ ପଡ଼ିଥିବା ଗଛକୁ କାଟି ବାହାରକରୁଛନ୍ତି ଉଦ୍ଧାରକାରୀ ଦଳର କର୍ମୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଯଦିଓ ବାତ୍ୟା ଅମ୍ଫାନର ଆଗମନ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ହେଲା ନାହିଁ, ତଥାପି ଏହି ବାତ୍ୟାର ପ୍ରଭାବରେ ବାଲେଶ୍ବର ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି । ସବୁ ଠୁ ଅଧିକ କ୍ଷତି ହୋଇଛି ଭୋଗରାଇ ଓ ବାଲିଆପାଳ ବ୍ଲକରେ ।

ଗତ କାଲି ରାତି ଠାରୁ ଏ ସବୁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଆଜି ସକାଳୁ ହୋଇଥିଲା ଭୀଷଣ ବର୍ଷା । ଏଥି ସହ ଜୋରରେ ପବନ ବି ବହିଥିଲା । ଭୋଗରାଇ ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳ ଉଦୟପୁର, ତାଳସରୀ, ବିଚିତ୍ରପୁର ଓ ବାଲିଆପାଳ ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳ ଡଗରାରେ ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । ଭାଙ୍ଗିଯାଇଛି ବିଜୁଳି ଖୁଣ୍ଟ ।

ଅପରାହ୍ଣରେ ବାତ୍ୟା ଅମ୍ଫନ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମା ଅତିକ୍ରମ କରୁଥିବା ବେଳେ ପବନର ବେଗ ତୀବ୍ର ହୋଇଥିଲା । ଆତଙ୍କିତ ହୋଇପଡ଼ିଥିଲେ ସମୁଦ୍ର କୂଳରେ ରହୁଥିବା ଗାଁ ଗଣ୍ଡାର ଲୋକେ । ପବନର ବେଗ ପ୍ରାୟ ଶହେ କିଲୋମିଟର ଟପି ଯାଇଥିଲା । ଅନେକ ସ୍ଥାନରେ ବହୁ କଚ୍ଚାଘର ଭାଙ୍ଗି ପଡ଼ିଥିବା ବେଳେ ରାସ୍ତାଘାଟରେ ଉଡ଼ିଯାଇଥିଲା ହୋର୍ଡିଂ ।

ଅନେକ ସାନ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି ।


ତେବେ ଜିଲ୍ଲାରେ ବାତ୍ୟା ଯୋଗୁଁ କୌଣସି ଜୀବନ ହାନୀ ହୋଇ ନ ଥିବା ସୂଚନା ମିଳିଛି । ବାତ୍ୟାର ଆଗୁଆ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ବ୍ଲକର ୫୦ ହଜାର ଲୋକଙ୍କୁ ଉଦ୍ଧାର କରି ୪୦୦ରୁ ଅଧିକ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ଏବେ ସେଠାରେ ସେମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ଲ୍ୟାଣ୍ଡଫଲ କଲା ବାତ୍ୟା ଅମ୍ଫନ; ରାଜ୍ୟରେ ଏ ଯାଏଁ ୨ ଜଣଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 20, 2020, 10:13 PM IST
corona virus btn
corona virus btn
Loading