୨୧ ବର୍ଷୀୟା ବ୍ୟାଡମିଣ୍ଟନ୍‌ ଖେଳାଳି ଭବ୍ୟା ଋଷି ଖୋଲୋ ଇଣ୍ଡିଆରେ ପାଲଟିଛନ୍ତି ସେନସେସନ୍

ଭାବ୍ୟା କନିଷ୍ଠ ବର୍ଗରେ ଏସିଆନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଦୁଇ ଥର ଭାରତର ପ୍ରତିନିଧିତ୍ବ କରିଛନ୍ତି । ମାଲେସିଆରେ ଅନୁଷ୍ଠିତ ହୋଇଥିବା ବିଶ୍ବ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ ଭାରତକୁ ପ୍ରତିନିଧିତ୍ବ କରିବା ସହ ଦୀର୍ଘ ବର୍ଷ ପରେ ନିଜ ଦେଶକୁ କ୍ବାଟରଫାଇନାଲରେ ପହଞ୍ଚାଇଥିଲେ ।

୨୧ ବର୍ଷୀୟା ବ୍ୟାଡମିଣ୍ଟନ୍‌ ଖେଳାଳି ଭବ୍ୟା ଋଷି ଖୋଲୋ ଇଣ୍ଡିଆରେ ପାଲଟିଛନ୍ତି ସେନସେସନ୍
ଭବ୍ୟା ଋଷି
  • News18 Odia
  • Last Updated: February 25, 2020, 7:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia digital

କଟକ: ଟୁଇନ ସିଟିରେ ଜାରି ରହିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହୋତ୍ସବର କଟକରେ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୨୪ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି । ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଆନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଭବ୍ୟା ଋଷି ।

ଏହି ୨୧ ବର୍ଷୀୟା ବ୍ୟାଡମିଣ୍ଟନ ଖେଳାଳି ଜଣକ ଖୋଲୋ ଇଣ୍ଡିଆରେ ପାଲଟିଛନ୍ତି ସେନସେସନ୍ । ସେ ପ୍ରତିପକ୍ଷଙ୍କ ଆକ୍ରମଣକୁ ଯେମିତି ଦୃଢତାର ସହ ପ୍ରତିରୋଧ କରନ୍ତି ତା’ ଠାରୁ ଅଧିକ କ୍ଷିପ୍ର ଥାଏ ତାଙ୍କ ପ୍ରତିଆକ୍ରମଣ । ଚତୁରତାର ସହ କିଭଳି ପ୍ରତିପକ୍ଷ ଖେଳାଳିଙ୍କୁ ମାତ ଦେଇ ହେବ ସେଥିରେ ଭବ୍ୟା ସିଦ୍ଧହସ୍ତ ।

ଭବ୍ୟା କୋର୍ଟରେ ଥିବା ସମୟରେ କ୍ୟାମେରା ତାଙ୍କ ପିଛା ଛାଡ଼େ ନାହିଁ । ଅତି ସରଳ ସ୍ବଭାବ ଓ ବ୍ୟକ୍ତିତ୍ବର ଏହି ଖେଳାଳି କୋର୍ଟକୁ ଓହ୍ଲାଇଲେ ତାଙ୍କ ରୂପ ଉଗ୍ର ହୋଇଯାଏ । ତାଙ୍କ ପ୍ରହାର ଏତେ ସଠିକ ଥାଏ ଯେ ପ୍ରତିପକ୍ଷ ଖେଳାଳି ନିଜ ସ୍ଥାନରୁ ହଲିବାକୁ ମଧ୍ୟ ସମୟ ପାଇନଥାନ୍ତି ।

“ମୁଁ ୧୦ ବର୍ଷ ବୟସରୁ ବାଡମିଣ୍ଟନ ଖେଳିବା ଆରମ୍ଭ କରିଛି । ପ୍ରଥମେ ସ୍କୁଲ ଓ ପରେ କଲେଜ ଏବଂ ଏବେ ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଛି । ଡାହଣ ପଟ କାନ୍ଧରେ ଥିବା ସମସ୍ୟା ପାଇଁ ବେଶ କିଛି ଦିନ ମୁଁ ଅଭ୍ୟାସ କରି ପାରି ନ ଥିଲି । ଏବେ ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ଆଗକୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛି,” କହିଛନ୍ତି ଭବ୍ୟା ।

ହାଇଦ୍ରାବଦ ସ୍ଥିତ ପୁଲେଲା ଗୋପିଚାନ୍ଦ ବାଡମିଣ୍ଟନ ଏକାଡେମୀରେ ସେ ଏବେ ଅଭ୍ୟାସ କରୁଛନ୍ତି । କନିଷ୍ଠ ବର୍ଗରେ ସେ ଏସିଆନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଦୁଇ ଥର ଭାରତର ପ୍ରତିନିଧିତ୍ବ କରିଛନ୍ତି । ମାଲେସିଆରେ ଅନୁଷ୍ଠିତ ହୋଇଥିବା ବିଶ୍ବ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବି ସେ ଭାରତକୁ ପ୍ରତିନିଧିତ୍ବ କରିବା ସହ ଦୀର୍ଘ ବର୍ଷ ପରେ ନିଜ ଦେଶକୁ କ୍ବାଟରଫାଇନାଲରେ ପହଞ୍ଚାଇ ପାରିଥିଲେ ।

ନିଜ ପାର୍ଟନର୍‌ ନମିତା ପଠାନିଆଙ୍କ ସହ ଭବ୍ୟା ଋଷି


ଶାସ୍ତ୍ରୀୟ ସଙ୍ଗୀତରେ ତିନି ବର୍ଷ ଅଧ୍ୟୟନ କରିବା ପରେ ଟେନିସ, ଜୁଡୋ ଏବଂ ସ୍କେଟିଂ ମଧ୍ୟ କରିଛନ୍ତି ଭବ୍ୟା । କିନ୍ତୁ ସେଥିରେ ମନ ନ ଲାଗିବାରୁ ବାଡମିଣ୍ଟନକୁ ନିଜ ଜୀବନର ବ୍ରତ ଭାବେ ବାଛି ନେଇଛନ୍ତି ସେ । ଏବେ ଅଲମ୍ବିକରେ ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ଏହା ପୂର୍ବରୁ ପ୍ରଥମେ ଦେଶର ଶ୍ରେଷ୍ଠ ଖେଳାଳି ଭାବେ ମାନ୍ୟତା ପାଇବା ପାଇଁ ପ୍ରସ୍ତୁତି ଜାରି ରହିଛନ୍ତି ।

ସ୍ପେନର ବ୍ୟାଡମିଣ୍ଟନ ଖେଳାଳି କାରେଲିନା ମାରିନଙ୍କୁ ନିଜ ଆଦର୍ଶ ମାନୁଥିବା ଭବ୍ୟାଙ୍କ ପାଇଁ ଏହି ପ୍ରତିଯୋଗିତାରେ ସେ ନିଜକୁ ହିଁ ନିଜକୁ ପ୍ରତିଦ୍ବନ୍ଦୀ ଭାବନ୍ତି । ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଋଷିଙ୍କ ପ୍ରଦର୍ଶନ ଅତି ଉଚ୍ଚ କୋଟିର ଥିବାରୁ ତାଙ୍କର ମେଡାଲ ହାସଲ କରିବା ଆଶା ମଧ୍ୟ ଅଧିକ ରହିଛି ।

‘‘ଆମେ ପିଲା ଦିନରୁ ପରସ୍ପରକୁ ଜାଣିଛୁ । ଏକା ସମୟରେ ହିଁ ଆମେ ଖେଳିବା ଆରମ୍ଭ କରିଥିଲୁ । ଉଭୟଙ୍କ ମଧ୍ୟରେ ବୁଝାମଣା ଭଲ ଥିବାରୁ ଭାବ୍ୟାଙ୍କ ସହ ଖେଳିବା ସମୟରେ ମହିଳା ଡବଲ୍ବରେ ମଧ୍ୟ ଆମ ପ୍ରଦର୍ଶନ ଭଲ ରହୁଛି,’’ କହିଛନ୍ତି ଭବ୍ୟାଙ୍କ ପାର୍ଟନର୍‌ ନମିତା ପଠାନିଆ ।
First published: February 25, 2020, 7:56 PM IST
corona virus btn
corona virus btn
Loading