ରାହୁଲଙ୍କ ଧାରାରେ ଓଡ଼ିଶା କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା

ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶା କଂଗ୍ରେସ ଆରମ୍ଭ କରିଛି ଭାରତ ଜୋଡ ଯାତ୍ରା । ଆଇଜି ପାର୍କରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଯାହାର ଅନ୍ୟନାମ ହେଉଛି ପରିବର୍ତ୍ତନ ଓଡ଼ିଶା ପଦଯାତ୍ରା ।

ରାହୁଲଙ୍କ ଧାରାରେ ଓଡ଼ିଶା କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା

ରାହୁଲଙ୍କ ଧାରାରେ ଓଡ଼ିଶା କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶା କଂଗ୍ରେସ ଆରମ୍ଭ କରିଛି ଭାରତ ଜୋଡ ଯାତ୍ରା । ଆଇଜି ପାର୍କରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଯାହାର ଅନ୍ୟନାମ ହେଉଛି ପରିବର୍ତ୍ତନ ଓଡ଼ିଶା ପଦଯାତ୍ରା । ପ୍ରଥମ ଦିନରେ ଆଇଜି ପାର୍କରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଫୁଲ ନଖରାର ଲଖେଶ୍ୱର୍ ମନ୍ଦିର ପାଖରେ ସରିଛି ।



ସକାଳ ୧୦ ଟା ସମୟରେ କଂଗ୍ରେସ ନେତାଙ୍କ ସମେତ କର୍ମୀ ଆଇଜି ପାର୍କରେ ପହଞ୍ଚିଥିଲେ। ସେଠାରେ ଇନ୍ଦିରାଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ କରି ବିରାଟ ପଟୁଆରରେ ବାହାରିଥିଲେ । ପ୍ରଥମେ ପାଇକ ଆଖଡାଙ୍କ ଯାତ୍ରା, ଦୁଲଦୁଲି ବାଦ୍ୟ, ଢୋଲ, ଝାଞ୍ଜ, ଓ ଘଣ୍ଟ ମାଡ଼ରେ ପ୍ରକମ୍ପିତ ହୋଇଥିଲା ରାଜଧାନୀର ରାଜ ରାସ୍ତା।  ଆଇଜି ପାର୍କରୁ ଗାନ୍ଧି ମାର୍ଗ, ସେଠାରୁ ରାମ ମନ୍ଦିରରେ ଠାକୁର ଦର୍ଶନ । ତାପରେ ବାଣୀ ବିହାରରୁ ରସୁଲଗଡ଼ ଓ ପଲାଶୁଣି ଦେଇ ନଖରା ଯାଇଥିଲା ଏହି ଯାତ୍ରା । ସବୁଠି ଦେଖିବାକୁ ମିଳିଥିଲା ଭରପୁର ସମର୍ଥନ । କିଛି କିଛି ଛକରେ ସାଧାରଣ ଲୋକ, ବ୍ୟବସାୟୀ ଓ ଶିକ୍ଷିତ ବର୍ଗର ଯୁବକ ଓ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଥିଲେ । ଯାହାକୁ ନେଇ ଖୁସି ଅଛି ରାଜ୍ୟ କଂଗ୍ରେସ । ଶରତ, ନିରଞ୍ଜନ, ପ୍ରସାଦ, ଜୟଦେବ ଓ ଚିରଞ୍ଜିବୀଙ୍କ ସମେତ ସବୁ ଭେଟେରାନ ନେତା ଏକାଠି ହୋଇଥିଲେ ।

ଓଡ଼ିଶାରେ ଭାରତ ଯୋଡ ଯାତ୍ରା କରିବା ଅବସରରେ ଯୋଡ଼ି ହୋଇଛି କଂଗ୍ରେସ । ନେତା ଦେଇଛନ୍ତି ଏକତାର ମନ୍ତ୍ର । ୨୪ ପୂର୍ବରୁ ସଂଗଠିତ ହେବାକୁ ଲାଗିଛି ଦଳ। ଏଥିପାଇଁ ସବୁ ବର୍ଗକୁ ଯାତ୍ରାରେ ଯୋଡ଼ିବାକୁ ପ୍ରୟାସ କରୁଛି । ଏହି ଯାତ୍ରା ୯୦ ଦିନ ଧରି ଚାଲିବ । ୨୨୫୦ କିମି ପାଦରେ ବୁଲିବେ ପିସିସି ସଭାପତି । ୧୯ଟି ସଂସଦୀୟ କ୍ଷେତ୍ରର ୨୭ଟି ଜିଲ୍ଲାକୁ ଛୁଇଁବ ଭାରତଯୋଡ଼ ଯାତ୍ରା । ତା ଭିତରେ ବୁଦ୍ଧିଜୀବୀ, ମହିଳା ସଂଗଠନ, ସାଂସ୍କୃତିକ ସଂଗଠନ, ଯୁବ ଓ ଛାତ୍ର ସଙ୍ଗଠନ, ଚାଷୀ, ଶ୍ରମିକ ସଂଠାନଙ୍କୁ ଯୋଡ ଯାତ୍ରାରେ ସାମିଲ କରାଯିବ । ପ୍ରତିଦିନ ୨୦ କିମି ପର୍ଯ୍ୟନ୍ତ କରାଯିବ ପଦ ଯାତ୍ରା ।  ଶେଷରେ କଣ୍ଟେନର ଓ ଟେଣ୍ଡରେ ରହିବାର ବ୍ୟବସ୍ଥା ହୋଇଛି । ସବୁଠୁ ବଡ଼ କଥା ହେଉଛି ୨୦୨୪ ନିର୍ବାଚନ ଆଗକୁ ରହିଛି । ଏଭଳି ସ୍ଥିତିରେ ଯଦି କଂଗ୍ରେସ ସଂଗଠିତ ନ ହୁଏ ତେବ ଆଗକୁ ପୁଣି କଂଗ୍ରେସ ପାଇଁ ବଢିପାରେ ଅଡ଼ୁଆ।
Published by:Soubhagya Mishra
First published: