ଭୁବନେଶ୍ୱରରୁ ବାହାରିଲା କଟକରେ ଝୁଣ୍ଟିଲା; ଯୋଡି ହେଲେନି ମୋକିମ.. କହିଲେ ମୋତେ ଡକାଯାଇନି

କଂଗ୍ରେସ କରୁଛି "ଭାରତ ଯୋଡ ଯାତ୍ରା ଓଡ଼ିଶା "। ଯାହାର ଅନ୍ୟ ନାମ ହେଉଛି ପରିବର୍ତ୍ତନ ଓଡ଼ିଶା । ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୋକିମ୍ ଆଉ ଆମ ସାଥିରେ ନାହାନ୍ତି । ସେ ଅନ୍ୟ ଚକ୍କରରେ ଅଛନ୍ତି ।

ଭୁବନେଶ୍ୱରରୁ ବାହାରିଲା କଟକରେ ଝୁଣ୍ଟିଲା; ଯୋଡି ହେଲେନି ମୋକିମ.. କହିଲେ ମୋତେ ଡକାଯାଇନି

ଭୁବନେଶ୍ୱରରୁ ବାହାରିଲା କଟକରେ ଝୁଣ୍ଟିଲା; ଯୋଡି ହେଲେନି ମୋକିମ.. କହିଲେ ମୋତେ ଡକାଯାଇନି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ରାଜ୍ୟ କଂଗ୍ରେସ ତରଫରୁ ଓଡ଼ିଶାରେ ଚାଲିଥିବା ଭାରତଯୋଡ ଯାତ୍ରା କଟକ ମଧ୍ୟ ଦେଇ ଯାଇଛି ।  କଟକ ଫୁଲନଖରା ଛକରେ ପହଁଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକର ଅନ୍ୟ କଂଗ୍ରେସ ନେତାମାନେ ତଥା ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀମାନେ ଏଥିରେ ଯୋଗ ଦେଇଥିଲେ । ଏହାସହ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ପସିସିର ଅନ୍ୟ ପଦାଧିକାରୀମାନଙ୍କୁ ମଧ୍ୟ ଏହି ଯାତ୍ରାରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଯାତ୍ରାଟି କଟକ ସହର ଦେଇ ଯାଇଥିଲେ ମଧ୍ୟ ଏଥିରେ କଟକ-ବାରବାଟୀ ମହମ୍ମଦ ମୋକିମ କିମ୍ବା ତାଙ୍କ ସମର୍ଥକମାନେ ଯୋଗ ଦେଇନଥିଲେ । ଏ ସମ୍ପର୍କରେ ପଚରାଯିବାରୁ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପିସିସି ସଭାପତି କହିଛନ୍ତି।



କଂଗ୍ରେସ କରୁଛି "ଭାରତ ଯୋଡ ଯାତ୍ରା ଓଡ଼ିଶା "। ଯାହାର ଅନ୍ୟ ନାମ ହେଉଛି ପରିବର୍ତ୍ତନ ଓଡ଼ିଶା । କଳା ଘୋଡ଼ା ଓ ଧଳା ଘୋଡ଼ା ପିଠିରେ ବସିଛନ୍ତି ନେତା ଓ କର୍ମୀ । ହାତରେ ଦଳୀୟ ପତାକା ଧରି ଫର୍ ଫର୍ କରି ଉଡାଇଛନ୍ତି । ଗୀତ ସହିତ ସ୍ଲୋଗାନ ଚାଲିଛି ଭାରତ ଯୋଡ଼ - ଓଡ଼ିଶା ଯୋଡ଼ । କିନ୍ତୁ ଅନ୍ୟପଟେ କଂଗ୍ରେସ ଯୋଡ଼ି ହେବାର ନା ନେଉନି ବୋଲି ଚର୍ଚ୍ଚା ହେଉଛି । ଭୁବନେଶ୍ୱରରୁ ବାହାରି ଥିବା ଏହି ଯାତ୍ରା କଟକରେ ଝୁଣ୍ଟୁଛି । ସ୍ଥାନୀୟ ଦଳୀୟ ବିଧାୟକ ଯୋଗ ଦେଇନାହାନ୍ତି କାର୍ଯ୍ୟକ୍ରମରେ । ଯାହାକୁ ନେଇ ଜିଲ୍ଲା ସଭାପତି ଓ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ଟାର୍ଗେଟରେ ମହମ୍ମଦ ମୋକିମ । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି, ଦଳର ସମସ୍ତ ବିଧାୟକଙ୍କୁ ଏହି ଯାତ୍ରାରେ ଯୋଗ ଦେବା ପାଇଁ ଡକାଯାଇଥିଲା । ହେଲେ ମୋକିମ କହିଛନ୍ତି, ଭାରତ ଯୋଡ ଯାତ୍ରାରେ ଯୋଗ ଦେବା ପାଇଁ ତାଙ୍କୁ ଦଳ ପକ୍ଷରୁ ଡକାଯାଇ ନାହିଁ କିମ୍ବା କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ । ତେବେ କାହିଁକି ତାଙ୍କୁ ଡ଼କାଗଲା ନାହିଁ ତାର ଉତ୍ତରରେ ପିସିସି ସଭାପତି ପାଲଟା ପ୍ରଶ୍ନ କରିଛନ୍ତି ।



ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୋକିମ୍ ଆଉ ଆମ ସାଥିରେ ନାହାନ୍ତି । ସେ ଅନ୍ୟ ଚକ୍କରରେ ଅଛନ୍ତି। ବଡ଼ ହେବା ଆଶାରେ ସେ ଆମ ଠୁ ଦୂରେଇ ଯାଇଛନ୍ତି । ହେଲେ ଶରତ ପଟ୍ଟନାୟକ କହିଛନ୍ତି ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସେ କିଛି କହିବେ ନାହିଁ । ଯାତ୍ରାକୁ ଗୋଟିଏ ଦିନ ହୋଇଛି ତଥାପି ଆରମ୍ଭରୁ କେଁ କନ୍ଦଳ ସୃଷ୍ଟି ହୋଇଛି । ପିର ବଜାର ସ୍ଥିତ ଦରଘାରେ ଚାଦର ଚଢ଼ାଇ ଏବଂ ନିକଟସ୍ଥ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରିଥିଲେ କଂଗ୍ରେସ ନେତା । ଯାତ୍ରା ଯେତେ ଆଗକୁ ଆଗକୁ ଯାଉଥିଲା ଜନସମାଗମ ସେମିତି ବଢ଼ି ବଢ଼ି ଚାଲିଥିଲା । ପ୍ରଥମାର୍ଦ୍ଧରେ ଏହି ପଦଯାତ୍ରା ୧୨ କି.ମି. ଅତିକ୍ରମ କରି କଟକ ଗୋପାଳପୁର ଠାରେ ମଧ୍ୟାହ୍ନ ଭୋଜନ ପାଇଁ ବିରତୀ ନେଇଥିଲେ । ଅପରାହ୍ନରେ ପଦଯାତ୍ରା ଆରମ୍ଭ ହୋଇ ଏହା ଜଗତପୁର ଛକ ଠାରେ ପହଞ୍ଚିବା ପରେ ଦ୍ୱିତୀୟ ଦିନର ଯାତ୍ରା ଶେଷହେଲା । ରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ବହୁ ନେତୃବର୍ଗ, ଆଇନଜୀବି, କୃଷକ, ଶ୍ରମିକ ଓ ସାମାଜିକ କର୍ମୀମାନଙ୍କୁ ଭେଟି ଆଲୋଚନା କରିଥିଲେ କଂଗ୍ରେସର ବରିଷ୍ଠ ନେତା ।

ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ପିସିସି ସଭାପତି କହିଥିଲେ ଯେ, ଭାରତ ଯୋଡ଼ ପରିବର୍ତନ ଯାତ୍ରାର ମୂଳ ଉଦ୍ଦେଶ୍ୟ ଓଡ଼ିଶାର ଦୀର୍ଘ ୨୨ ବର୍ଷ ଓ କେନ୍ଦ୍ରର ଏକ ୮ବର୍ଷର ଏକ କଳଙ୍କିତ, ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧି ସରକାର ବିରୁଦ୍ଧରେ ଜନସଚେତନତା କରିବା । ଏ ରାଜ୍ୟର ଯୁବକ ଆଜି ଦିଶାହୀନ । କୃଷକ, ଶ୍ରମିକ, ସ୍ୱଳ୍ପଆୟକାରୀ ବର୍ଗ, ମଧ୍ୟବିତ ଆୟକାରୀ ବର୍ଗ ଉପେକ୍ଷିତ ଓ ଅତ୍ୟାଚାରିତ । ମହିଳାମାନେ ଆଜି ଅସୁରକ୍ଷିତ । ହଜାର ହଜାର ସଂଖ୍ୟାର ଲୋକ ଆଜି ଦାଦନ ଖଟିବାକୁ ଯାଉଛନ୍ତି । ୨୨ ବର୍ଷରେ ଗୋଟିଏ ବି କୃଷିଭିର୍ତିକ ଶିଳ୍ପ ହୋଇପାରିଲା ନାହିଁ । କେବଳ ଗଣମାଧ୍ୟମରେ ବଞ୍ଚିବା ପାଇଁ ଶହ ଶହ ଏମଓୟୁ ଦସ୍ତଖସ୍ତ କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଫଳବତ ହେଲା ନାହିଁ । କୃଷକର ଆୟ ଦ୍ୱିଗୁଣିତ କରିବାପାଇଁ ୨୦୧୨ ସୁଦ୍ଧା ପ୍ରତିଶୃତି ପୂରଣ ହେଲା ନାହିଁ । ୨୦୨୨ ବେଳକୁ ଆମ ରାଜ୍ୟର କୃଷକର ଆୟ ସାରା ଭାରତବର୍ଷର ସର୍ବନିମ୍ନ ହେଲା ଏହା ହେଉଛି କୃଷକମାନଙ୍କ ପ୍ରତି ନିଷ୍ଠା ଓ ଦାୟୀତ୍ୱ । ବାସହୀନଙ୍କୁ ଗୃହଉପଯୋଗୀ ଜମି ଓ ବାସହରାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସମସ୍ତଙ୍କୁ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ଆଜିବି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ନାହିଁ । ସବୁ ପ୍ରତିଶୃତି ଗୁଡ଼ିକ କେବଳ ପ୍ରତିଶୃତିରେ ରହିଯାଉଛି । ମାଳ ମାଳ ଯୋଜାନ କିନ୍ତୁ ଫଳ କିଛି ନାହିଁ । ଖାଉଟି ମୁଦ୍ରାସ୍ପତି ଆଜି ୭.୪୧ ରେ ପହଞ୍ଚିଲାଣି । ମହଙ୍ଗାମାଡ଼ରେ ଓଡ଼ିଶା ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି । ବେରୋଜଗାର ୪୫ ବର୍ଷର ରେକର୍ଡକୁ ଅତିକ୍ରମ କରିସାରିଛି । ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ଆଜି ୮୨.୭୯ ପଇସାରେ ପହଞ୍ଚିଲାଣି । ତଥାପି ନରେନ୍ଦ୍ର ମୋଦି ବିଶ୍ୱଗୁରୁ ବୋଲି ବୋଲାଉଛନ୍ତି । ଏହି ଦୀର୍ଘ ୮ବର୍ଷ ଧରି ଆତ୍ମପ୍ରଚାର ଓ ଭାରତକୁ ହିଂସା, ଦ୍ୱେଷ, ଘୃଣା, ସାଂପ୍ରଦାୟିକତା ସୃଷ୍ଟି କରି ଭାରତକୁ ଭାଗ ଭାଗ କରିବାଛଡ଼ା ଅନ୍ୟ କିଛି କରାଯାଇ ନାହିଁ । କଂଗ୍ରେସ ଏ ଦେଶର ମୂଳ ଓ ଜନସାଧାରଣଙ୍କର ବଳ ।
Published by:Soubhagya Mishra
First published: