News 18 Odia Digital
ଭୁବନେଶ୍ୱର; ନିର୍ବାଚନ ପାଇଁ ପାଗଭିଡା ଆରମ୍ଭ ହୋଇଛି । ତିନି ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଲେଣି । ଏହାରି ଭିତରେ ଦୁଇ ନୂଆ ଦଳ ସାମ୍ନାକୁ ଆସିଛନ୍ତି । ଆମ ଆଦମୀ ପାର୍ଟି ଓ ଭାରତ ରାଷ୍ଟ୍ରୀୟ ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ବିଶେଷ କରି ଭାରତ ରାଷ୍ଟ୍ରୀୟ ସମିତି ନିର୍ବାଚନ ଲଢ଼ିବାକୁ ପୂରା ଦମରେ ଲାଗିପଡିଛି । ଓଡ଼ିଶାର ବିଭିନ୍ନ ରାଜନୀତିକ ଦଳର ଅଣଦେଖା ନେତାଙ୍କ ଉପରେ ଦଳ ଫୋକସ କରିଥିବା କୁହାଯାଉଛି । ସେମାନଙ୍କ ସହିତ ବି ଆଲୋଚନା ବିଚାର ବିମର୍ଶ ଜାରି ରହିଥିବା କୁହାଯାଉଛି । ଏହି ନେତାମାନଙ୍କୁ ନେଇ ଆଗାମୀ ଦିନ ପାଇଁ ପ୍ଲାନ୍ କରୁଛି ଏହି ନୂଆ ଦଳ । ଗୋଟେ ପଟେ ବିଭିନ୍ନ ନେତାଙ୍କ ସହ ଦଳ ଆଲୋଚନା ଜାରି ରଖିଥିବା ବେଳେ ତେଲେଙ୍ଗାନା ମଡେଲ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛି। ଆଗାମୀ ନିର୍ବାଚନରେ ବି ବିଜେଡି, ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଉଭା ହେବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ।
ଏହି ଖବର ପଢ଼ନ୍ତୁ-
http://ଧନେଶ୍ୱରଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ; ରାସ୍ତାରୋକ ସହ କ୍ଷତିପୂରଣ ଦାବିଏକ ସାମ୍ବାଦିକ ସମ୍ମିଳନୀରେ ବିଆରଏସ ନେତା ଓଡ଼ିଶା ପାଇଁ ପ୍ଲାନ ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲୋକଙ୍କ ନିକଟତର ହେବାକୁ ତେଲେଙ୍ଗାନା ମଡେଲ ଆପଣାଇବ ଦଳ । ଚାଷୀଙ୍କୁ ଆୟୁଧ କରି ତେଲେଙ୍ଗାନା ମଡେଲ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରାଯାଉଛି । ଅନ୍ୟ ସବୁ ଦଳର ନେତା ବି ଯୋଗାଯୋଗରେ ଥିବାବେଳେ ସମସ୍ତେ ଆସିବା ପରେ ରାଜ୍ୟ କମିଟି ଓ ନେତୃତ୍ୱ ଘୋଷଣା ହେବ । ମାସକ ଭିତରେ ପ୍ରକ୍ରିୟା ସରିବ । ବିଜେଡି, ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଉଭା ହେବ ବିଆରଏସ । ତେଲେଙ୍ଗାନା ମଡେଲରେ ଓଡ଼ିଶାରେ ବିଆରଏସ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇବ । ଝିଅଙ୍କ ବାହାଘର ପାଇଁ ଅର୍ଥ ରାଶି ଓ ଭତ୍ତା ୫ ହଜାର ଟଙ୍କା ଦେବ । କୃଷି ଓ କୃଷକଙ୍କ ବିକାଶ ପାଇଁ କେସିଆରଙ୍କ ପ୍ରତିବଦ୍ଧତାକୁ ଆୟୁଧ କରି ଓଡ଼ିଶାରେ ସରକାର ଗଠନ ପାଇଁ ଉଦ୍ୟମ ଚାଲିବ । ଦଳ ସହ ବିଭିନ୍ନ ବର୍ଗର ଲୋକେ ଯୋଡିହୋଇଥିବାବେଳେ ଖୁବ ଶୀଘ୍ର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
BRS ଓଡ଼ିଶା ପ୍ଲାନ ନେଇ ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, BRS ଦଳ କଣ ତାହା ଓଡ଼ିଶା ବାସୀ ଜାଣିବା ବେଳକୁ ନିର୍ବାଚନ ସରିଯାଇଥିବ । BRS ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଦୃଷ୍ଟିରେ ରଖି ଯୋଜନା କରୁଛି । କିନ୍ତୁ ରାଜ୍ୟ ସରକାର ସେ ଅଞ୍ଚଳ ପ୍ରତି ଅନେକ କାର୍ଯ୍ୟକ୍ରମ କରିଛନ୍ତି ବୋଲି ଲୋକେ ଜାଣିଛନ୍ତି । ଓଡ଼ିଶା ରାଜନୀତିରେ ଏହି ଦଳ ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରିବ ଏ ବିଶ୍ୱାସଯୋଗ୍ୟ ନୁହେଁ । ନୂଆ ଦଳ ପ୍ରତି ମୁହୂର୍ତ୍ତରେ ଜନ୍ମ ନିଏ, ଅପମୃତ୍ୟୁ ବି ହୁଏ । ପୂର୍ବରୁ ବି ଏପରି ଅନେକ ଦଳ ଆସିଛନ୍ତି । ନିର୍ଦ୍ଧିଷ୍ଟ ସାମଗ୍ରିକ ଉଦ୍ଦେଶ୍ୟ ନଥାଇ ବ୍ୟକ୍ତିଗତ ଉଦ୍ଦେଶ୍ୟ ଥାଇ ଦଳ ଗଢା ଗଲେ ତାର ଅପମୃତ୍ୟୁ ହୋଇଯାଏ । ବିଜେଡ଼ି ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।