ଓଡ଼ିଶାରେ ନବୀନ ମୋଦିଙ୍କ କଥାରେ ହୁଅନ୍ତି ଉଠବସ: ଜୟରାମ ରମେଶ

ଓଡ଼ିଶାରେ ବିଜେପି ସହ ବିଜେଡି ଲଢ଼ୁଛି। କିନ୍ତୁ ଦିଲ୍ଲୀରେ ଏକାଠି। ଓଡ଼ିଶାରେ ଯେଉଁ ପଦଯାତ୍ରା ହେଉଛି ତାହା କେବଳ ବିଜେପି ନୁହେଁ ବିଜେଡି ବିରୋଧରେ ମଧ୍ୟ: କଂଗ୍ରେସ ନେତା ଜୟରାମ ରମେଶ

ସାମ୍ବାଦିକ ସମ୍ମିଳନୀ (ପ୍ରତୀକାତ୍ମକ ଛବି)

ସାମ୍ବାଦିକ ସମ୍ମିଳନୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଭାରତ ଯୋଡ ଯାତ୍ରା - ଓଡ଼ିଶା" ନେଇ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ସିଧା ବିଜେପି, ଆରଏସଏସ ପରିବାର, ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି,"ଏଠାରେ ବିଜେପି ସହିତ ବିଜେଡି ଲଢ଼ୁଛି। କିନ୍ତୁ ଦିଲ୍ଲୀରେ ଏକାଠି। ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି। ସେ ବସ କହିଲେ ଏ ବସନ୍ତି, ଉଠୁ କହିଲେ ଉଠନ୍ତି। ଦେଶରେ ହେଉଥିବା ଭାରତ ଯୋଡ ଯାତ୍ରା ବିଜେପି , ଆରଏସଏସ ଓ ମୋଦିଙ୍କ ବିରୋଧରେ। ବେକାରୀ, ବେରୋଜଗାରୀ, ଧାର୍ମିକ ଧ୍ରୁବିକରଣ ଓ ଦରଦାମ ବୃଦ୍ଧି ବିରୋଧରେ ଭାରତ ଯୋଡ଼ ଯାତ୍ରା। କିନ୍ତୁ ଓଡ଼ିଶାରେ ଯେଉଁ ପଦଯାତ୍ରା ହେଉଛି ତାହା କେବଳ ବିଜେପି ନୁହେଁ ବିଜେଡି ବିରୋଧରେ। ଏହି ପଦଯାତ୍ରାକୁ ଆମେ ପରିବର୍ତ୍ତନ ଯାତ୍ରା କହି ପାରିବା। ମୁଁ ଓ ଦିଗବିଜୟ ସିଂ ଏହି ଭାରତ ଯୋଡ ଯାତ୍ରାରେ ଯୋଗ ଦେବୁ।"

ତିନୋଟି କାରଣରୁ ଏହି ପଦଯାତ୍ରା ହେଉଛି। ଆରଏସଏସ ଓ ବିଜେପି ନୀତି ଯୋଗୁଁ ଭାରତ ଭାଙ୍ଗୁଛି। ମହାଙ୍ଗା, ବେକାରୀ ଭିତରେ ଲୋକ କଷଣ ଭିତରେ ଅଛି। ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦ୍ଦେଶ୍ୟରେ ଭଙ୍ଗା ଯାଉଛି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତି। ଯାହା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରୁଛି। କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛି। ଓଡ଼ିଶାରେ ଭାରତ ଯୋଡ ପରିବର୍ତ୍ତନ ଆଣିବ। ଏହା ପରିକ୍ରମା ଯାତ୍ରା ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଜୟରାମ ରମେଶ।

"ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା। ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ। ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ। ଲିଫଲେଟ ଜିଲ୍ଲା ସଭାପତି ବାଣ୍ଟିବେ। ଅକ୍ଟୋବର ୩୧ ରୁ ହେବ ଓଡ଼ିଶାରେ ଭାରତ ଯୋଡ ଯାତ୍ରା," କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ଏନେଇ ଅନ୍ଯ କୌଣସି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
Published by:Soumya Das
First published: