ନବୀନ ଓ ମୋଦି ସରକାର ଅପରାହ୍ନର ନିକଟବର୍ତ୍ତୀ; ଆଗାମୀ ସକାଳ କଂଗ୍ରେସର: ଶରତ ପଟ୍ଟନାୟକ

ନୀବନ ଓ ମୋଦି ସରକାର ଅପରାହ୍ନର ନିକଟବର୍ତ୍ତୀ, ଆଗାମୀ ସକାଳ କଂଗ୍ରେସର। ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ୨୨ବର୍ଷ କଳଙ୍କିତ ଶାସନକୁ ଶେଷ କରିବ: କଂଗ୍ରେସ ସଭାପତି

କଂଗ୍ରେସର ଭାରତ ଯୋଡ ଯାତ୍ରା (ପ୍ରତୀକାତ୍ମକ ଛବି)

କଂଗ୍ରେସର ଭାରତ ଯୋଡ ଯାତ୍ରା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ର- ଓଡ଼ିଶାର ୧୧ଦିନରେ ବାରିପଦା ଅଭିମୁଖେ ଯାତ୍ରା କରି ଥିଲେ କଂଗ୍ରେସ କର୍ମୀ।

ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ "ନୀବନ ଓ ମୋଦି ସରକାର ଅପରାହ୍ନର ନିକଟବର୍ତ୍ତୀ, ଆଗାମୀ ସକାଳ କଂଗ୍ରେସର। ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ୨୨ବର୍ଷ କଳଙ୍କିତ ଶାସନକୁ ଉତ୍ପାଟନ କରିବ। ନବୀନ ସରକାର ନିଜ ଶାସନକାଳ ଭିତରେ ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ବିଶ୍ୱାସଘାତକତା କରିଛନ୍ତି ଆଗାମୀ ପୀଢ଼ିର ଲୋକେ ତାଙ୍କୁ ଜଣେ ଜନସ୍ୱାର୍ଥ ବିରୋଧି, ବିଫଳ, ଉତ୍ପୀଡ଼କ ଶାସକ ଭାବରେ ଚିତ୍ରଣ କରିବେ । ସେ ଓଡ଼ିଶାର ଗାଁ ଗଣ୍ଡା ବୁଲି ନାହାନ୍ତି । ଓଡ଼ିଶାର ମାଟି, ପାଣି, ପବନ ସଂପର୍କରେ ତାଙ୍କର କିଛି ଧାରଣା ହିଁ ନାହିଁ । ୨୨ ବର୍ଷର ନବୀନ ସରକାର କେବଳ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଲୁଣ୍ଠନକୁ ପ୍ରୋତ୍ସାହନ ଦେଇଛି । ସାଧାରଣ ଜନତା ନବୀନ ସରକାରକୁ ଏକ ପିସି ସରକାର ବୋଲି କହୁଛନ୍ତି । ମୁଖ୍ୟମନ୍ତ୍ରୀ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି, ନିର୍ଯ୍ୟାତିତା ମହିଳାଙ୍କୁ ନ୍ୟାୟ ଦେଇନାହାନ୍ତି, ବଳାତ୍କାରୀଙ୍କୁ ଦଣ୍ଡ ଦେଇପାରି ନାହାନ୍ତି, ଦୁର୍ନୀତିଖୋରକୁ ଦଣ୍ଡ ଦେଇନି ମାତ୍ର କେତେକ ଅନୁଷ୍ଠାନ ଠାରୁ ଏକନମ୍ବର ମୁଖ୍ୟମନ୍ତ୍ରୀ ଏବଂ ଜୀବନବ୍ୟାପି ସାଧନା ପୁରସ୍କାର ପାଇ ଖୁସି ହୋଇଯାଇଛନ୍ତି"।

ବିଶ୍ୱଖାଦ୍ୟ ସୂଚକାଙ୍କ ଅନୁସାରେ ଭାରତ ଏକ ଭୋକିଲା ଦେଶ, ଭାରତର ଲୋକଙ୍କ ଠାରୁ ତଂଟିଚିପି ଟିକସ ଆଦାୟ କରାଯାଉଛି, ମହଙ୍ଗା ମାଡ଼ରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି- ଏ ହେଉଛି ମୋଦିଙ୍କ ଆଚ୍ଛା ଦିନ। ମୋଦି ବର୍ଷକୁ ୨କୋଟି ନିଯୁକ୍ତି ଦେବାକଥା କହିଥିଲେ । ଆଜି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୧୦ଲକ୍ଷ ଚାକିରି ଖାଲିପଡ଼ିଛି । କରୋନା ପୂର୍ବରୁ ଦେଶର ବେକାରୀ ସଂଖ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଥିଲା । କେବଳ ଭାରତବାସୀଙ୍କୁ ଭୁଆଁ ବୁଲାଯାଉଛି। “ବିକାଶ” ବିଜେପି ନେତାଙ୍କ ମୁହଁରେ ଏକ ରୋମାଚଂକର ଶବ୍ଦ ମାତ୍ର । ଶାସନ କ୍ଷେତ୍ରରେ ଏ ଶବ୍ଦର ମୂଲ୍ୟ କିଛି ନାହିଁ । ମୋଦି ୨୦୧୪ ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଗୋଟିଏ ବି ପ୍ରତିଶ୍ରୁତି ଠିକ ଭାବେ ପାଳନ କରିପାରିଲେ ନାହିଁ ବୋଲି କଂଗ୍ରେସ କହିଛି।

ସୁତରାଂ କଂଗ୍ରେର ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାପାଇଁ ଅଭିପ୍ରେତ । କେନ୍ଦ୍ର ଓ ରାଜ୍ୟ ସରକାର କୃତ ଯନ୍ତ୍ରଣାରୁ ଏ ଦେଶବାସୀଙ୍କୁ ମୁକ୍ତିଦେବାପାଇଁ ମାନ୍ୟବର ରାହୁଲ ଗାନ୍ଧିଜି ଯେଉଁ ଯାତ୍ରା ଆରମ୍ଭ କରିଛନ୍ତି ତାହା ଏକାନ୍ତ ଅନୁସରଣୀୟ ଓ ଅନ୍ଧକାରରୁ ମୁକ୍ତିପାଇଁ ଏକମାତ୍ର ରାସ୍ତା । ଆସନ୍ତୁ ଏହି ଯାତ୍ରାରେ ଯୋଗଦେବା ଓ ଆମର ଭବିଷ୍ୟତ ଆମେ ଗଢ଼ିବା, ଦୁର୍ନୀତିଗ୍ରସ୍ତ ଓ କଳଙ୍କିତ ଶାସନରୁ ମୁକ୍ତିପାଇବା ବୋଲି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି।

ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କର ଆୟୋଜନ କ୍ରମେ ସମସ୍ତ ଯାତ୍ରୀ ବାରିପଦା ସହରସାରା ପରିକ୍ରମା କରିଥିଲେ । ଏହାପରେ ବିଶୋଇ ବଜାର ମଧ୍ୟ ପରିକ୍ରମ କଲେ । ମୁର୍ଗାବାଡ଼ି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହାପରେ ସଂଧ୍ୟାରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା।।ଆଜିର କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବହୁ ଆଦିବାସୀ ଓ ଦଳିତ ପରିବାର ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମିଶି ଜିଲ୍ଲାର ଅବସ୍ଥା ସଂପର୍କରେ ସିଧାସଳଖ ଅବଗତ ହୋଇଥିଲେ ।
Published by:Soumya Das
First published: