ଆସନ୍ତାକାଲିଠୁ କଂଗ୍ରେସର ଭାରତ ଯୋଡ଼ ଯାତ୍ର; ୧୫୦ ଦିନ ଧରି ଚାଲିବ ଏହି ଅଭିଯାନ

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ର ଆସନ୍ତାକାଲିଠୁ ଆରମ୍ଭ ହେବ। ଏହି ଯାତ୍ର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମିରରେ ସମାପ୍ତ ହେବ।

ସେପ୍ଟେମ୍ବର ୭ରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ର; ୧୫୦ ଦିନ ଧରି ଚାଲିବ ଯାତ୍ର

ସେପ୍ଟେମ୍ବର ୭ରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ର; ୧୫୦ ଦିନ ଧରି ଚାଲିବ ଯାତ୍ର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଦେଶର ଅର୍ଥନୀତି ଏକ ସଙ୍କଟମୟ ସମୟ ଦେଇ ଗତି କରୁଥିଲା ବେଳେ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ପରିଚାଳନା ଓ ବିଫଳ ଆର୍ଥିକ ନୀତି କାରଣରୁ ଦେଶରେ ଦରଦାମ ଆକାଶଛୁଆଁ ହେବା ସହିତ ବେକାରୀ ମଧ୍ୟ ଉତ୍କଟରୂପ ଧାରଣ କରିଛି। ଏବେ ଦେଶରେ ଗଣତନ୍ତ୍ର ବିପନ୍ନ, ଧର୍ମ ନିରପେକ୍ଷତା ସଙ୍କଟରେ, ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ କ୍ଷୂର୍ଣ୍ଣ  ହେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏଥି ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଯୋଡ଼ିବାପାଇଁ ଭାରତ ଯୋଡ଼ୋ ଯାତ୍ର ଆସନ୍ତାକାଲିଠୁ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ।

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଅନସୁଲ ଅଭିଜିତ କହିଛନ୍ତି, "ଗତ ୪ ତାରିଖରେ ନୂଆ ଦିଲ୍ଲୀର ରାମଲୀଳା ମଇଦାନ ଠାରେ ଏଆଇସିସି ପକ୍ଷରୁ ଆୟୋଜିତ ମହଙ୍ଗାଇ ପର ହାଲା ବୋଲ କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ବର୍ତ୍ତମାନର ଘଡ଼ିସନ୍ଦି ମୁହୂର୍ତ୍ତରେ ଲୋକଙ୍କ ପାଖକୁ ଚାଲି ଚାଲି ଯାଇ ସେମାନଙ୍କର ମନର କଥା ଓ ବ୍ୟଥା ଜାଣିବା ପାଇଁ ଭାରତ ଇତିହାସରେ ପ୍ରଥମଥର ପାଇଁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୫୦ ଦିନ ବ୍ୟାପି ଭାରତ ଯୋଡ଼ୋ ଯାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତ ଯୋଡ଼ୋ ଯାତ୍ର ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି କରାଣ ଭାରତର ସାମାଜିକ, ଆର୍ଥିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଅପରିହାର୍ଯ୍ୟ।’’

କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଅଭିଜିତ ଆହୁରି କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ଯୋଡ଼ୋ ଡାକରା ଏକ ସ୍ଲୋଗାନ ନୁହେଁ ଏହା ଏକ ହୁଙ୍କାର। ବିଭେଦ ସୃଷ୍ଟିକାରି ଓ ବିଭାଜନକାରୀ ତତ୍ୱଙ୍କୁ ଉଚିତ ଜବାବ ଦେଇ ଉଜୁଡ଼ିବାକୁ ଥିବା ଭାରତୀୟ ବ୍ୟବସ୍ଥାକୁ ସଜାଡ଼ିବା ତଥା ଏକ ସୁନ୍ଦର ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଏହି ଭାରତ ଯୋଡ଼ୋ ଅଭିଯାନର ଉଦ୍ଦେଶ୍ୟ। ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଭାରତ ଯୋଡ଼ୋ ଯାତ୍ରର ଉଦ୍ଦେଶ୍ୟ । ସେଗୁଡ଼ିକ ହେଲା ଅର୍ଥନୈତିକ ଅସମତା, ସାମାଜିକ ଅସଂହତି ଓ କେନ୍ଦ୍ରୀକରଣ । ଅକ୍ସଫାର୍ମ ଇଣ୍ଟରନ୍ୟାସନାଲ ଦ୍ୱାରା ଜାରି ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଦେଶର ମାତ୍ର ଏକଭାଗ ଲୋକଙ୍କ ହାତରେ ୭୭% ଭାଗ ସମ୍ପତ୍ତି ଠୁଳ ହୋଇ ରହିଛି । ସାଧାରଣ ଲୋକର ଅବସ୍ଥା ସଂଗୀନ ହେବାରେ ଲାଗିଛି ।

୧୫୦ ଦିନ ଧରି ଚାଲିବ ଯାତ୍ର

ଭାରତ ଯୋଡ଼ୋ ଯାତ୍ର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମିରରେ ସମାପ୍ତ ହେବ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅନ୍ୟ ନେତୃବୃନ୍ଦଙ୍କ ସହ ପାଦରେ ଚାଲି ଚାଲି ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୩୫୭୧ କିଲୋମିଟରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ ବୋଲି କଂଗ୍ରେସ ମୁଖପାତ୍ର ଅଭିଜିତ ସୂଚନା ଦେଇଛନ୍ତି।
Published by:Sujit Swain
First published: