ଆଜି ଭାରତ ବନ୍ଦ: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଅଖ ଚକ ହଲିବନି; ଶିକ୍ଷାନୁଷ୍ଠାନ ବନ୍ଦ ରହିବ; ସୁରକ୍ଷା କଡ଼ାକଡ଼ି

ନିଷିଦ୍ଧ ହୋଇଥିବା ମାଓବାଦୀ ସଙ୍ଗଠନ ସିପିଆଇ (ମାଓଇଷ୍ଟ୍) ମଧ୍ୟ ଏହି ଭାରତ ବନ୍ଦକୁ ସମର୍ଥନ କରୁଥିବା ଖବର ରହିଛି । ରାଜ୍ୟର ନବନିର୍ମାଣ କୃଷକ ସଙ୍ଗଠନ ଏହି ବନ୍ଦକୁ ସମର୍ଥନ କରୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପଞ୍ଚମ ସେମିଷ୍ଟାର୍‌ ପରୀକ୍ଷା ଘୁଞ୍ଚାଇ ଦେଇଛି ।

ଆଜି ଭାରତ ବନ୍ଦ: ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଅଖ ଚକ ହଲିବନି; ଶିକ୍ଷାନୁଷ୍ଠାନ ବନ୍ଦ ରହିବ; ସୁରକ୍ଷା କଡ଼ାକଡ଼ି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 26, 2021, 12:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ଭୁବନେଶ୍ୱର: ତିନୋଟି କେନ୍ଦ୍ରୀୟ କୃଷି ଆଇନ୍‌ ବିରୁଦ୍ଧରେ ଗଲା ଚାରି ମାସ ହେବ ଚାଷୀଙ୍କ ଆନ୍ଦୋଳନକୁ ପାଳନ କରିବା ପାଇଁ ସ୍‌ଯୁକ୍ତ କିସାନ୍ ମୋର୍ଚ୍ଚା ଦ୍ୱାରା ଶୁକ୍ରବାର ଦିନ ଆୟୋଜିତ ହେଉଥିବା ଛଅ-ଘଣ୍ଟିଆ ଭାରତ ବନ୍ଦ ସାଧାରଣ ଜୀବନଯାତ୍ରା ଉପରେ ପ୍ରଭାବ ପକାଇବ । ମାର୍ଚ୍ଚ ୨୬ରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୃଷକ ସଙ୍ଗଠନ ଭାରତ ବନ୍ଦ ଆହ୍ୱାନ ଦେଇଛି । ସମଗ୍ର ଦେଶରେ ସବୁ ସଡ଼କ ଓ ରେଳ ପରିବହନ, ବଜାର ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ (Bharat Bandh March 26)।

‘‘ଶୁକ୍ରବାରର ଭାରତ ବନ୍ଦ ଡାକରାକୁ ନବନିର୍ମାଣ କୃଷକ ସଙ୍ଗଠନ ସମର୍ଥନ କରୁଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିବ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆମେ ଏହି ଭାରତ ବନ୍ଦ ପାଳନ କରିବୁ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ । ବିଭିନ୍ନ ଛକ ବଜାରରେ ଆମେ ପିକେଟିଂ କରିବୁ,’’ କହିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ସଭାପତି ଅକ୍ଷୟ କୁମାର କହିଛନ୍ତି (Bharat Bandh in Odisha)।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ

ଏହି ଭାରତ ବନ୍ଦ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର (Utkal University) +୩ ପଞ୍ଚମ ସେମିଷ୍ଟାର୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ମାର୍ଚ୍ଚ ୨୬ ତାରିଖରେ ହେବାକୁ ଥିଲା । ଏହାକୁ ମାର୍ଚ୍ଚ ୩୦ ତାରିଖରେ କରାଯିବ ବୋଲି କହକିଛି ବିଶ୍ୱବିଦ୍ୟାଳୟ ପ୍ରଶାସନ ।

ନବନିର୍ମାଣ କୃଷକ ସଙ୍ଗଠନର ସଭାପତି ଅକ୍ଷୟ କୁମାର


ରାଜ୍ୟ ଗଣ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ଘୋଷଣା କରିଛନ୍ତି ଯେ ଭାରତ ବନ୍ଦ କାରଣରୁ ମାର୍ଚ୍ଚ ୨୬ ତାରିଖ ଦିନ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠନ ମଧ୍ୟ ବନ୍ଦ ରହିବ ।

ଦେଖନ୍ତୁ ଫଟୋ | ଅଭିନେତ୍ରୀ ଦିଶା ପଟାନୀଙ୍କ ଏହି ବିକିନି ଫଟୋଗୁଡ଼ିକ ଇଣ୍ଟରନେଟରେ ଝଡ଼ ସୃଷ୍ଟି କଲେ; ଦେଖନ୍ତୁ

ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏହି ଭାରତ ବନ୍ଦ ପାଇଁ ସଙ୍ଗଠିତ ଓ ଅସଙ୍ଗଠିତ କ୍ଷେତ୍ର, ଶ୍ରମିକ ସଙ୍ଗଠନ, କୃଷି ଶ୍ରମିକ ସଙ୍ଗଠନ, ପରିବହନକାରୀ ସଙ୍ଗଠନ, ବ୍ୟବସାୟୀ ଓ ଅର୍ଥିଆ ଆସୋସିଏସନ୍, ଶିକ୍ଷକ ସଙ୍ଗଠନ, ଛାତ୍ର ଓ ଯୁବ ସଙ୍ଗଠନର ସମର୍ଥନ ରହିଛି ବୋଲି ଦାବି କରିଛି । ନିଷିଦ୍ଧ ହୋଇଥିବା ମାଓବାଦୀ ସଙ୍ଗଠନ ସିପିଆଇ (ମାଓଇଷ୍ଟ୍‌) ମଧ୍ୟ ଏହି ଭାରତ ବନ୍ଦକୁ ସମର୍ଥନ କରୁଥିବା ଖବର ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଟାଇଗର୍ ଶ୍ରଫ୍ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO

ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଧାନ ସଭା ନିର୍ବାଚନ ହେବାକୁ ଯାଉଛି ସେଗୁଡ଼ିକୁ ୨୬ ମାର୍ଚ୍ଚର ଭାରତ ବନ୍ଦରୁ ମୁକ୍ତ ରଖାଯିବ ବୋଲି ସ୍ପଷ୍ଟ କରିଛି ସଂଯୁକ୍ତ କିସାନ୍ ମୋର୍ଚ୍ଚା । ଜରୁରୀକାଳୀନ ସୁବିଧାଗୁଡ଼ିକ ଉପଲବ୍ଧ ହେବ । ଦୁଗ୍ଧ ଯୋଗାଣ, ଆମ୍ବୁଲାନ୍ସ ଓ ଡାକ୍ତରଖାନା ସେବା ଭଳି ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ ବୋଲି କହିଛି ସଂଯୁକ୍ତ କିସାନ ମୋର୍ଚ୍ଚା । ହେଲେ ବନ୍ଦ ସମୟରେ ସମଗ୍ର ଦେଶରେ ସଡ଼କ ଓ ରେଳ ପରିବହନ, ବଜାର ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ ରହୁଥିବାରୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସାମନା କରିପାରନ୍ତି ।



ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସ । ରାଜ୍ୟରେ କୃଷି ଆଇନ ଲାଗୁ ନ କରିବା ପାଇଁ ଗୄହରେ ସ୍ବତନ୍ତ୍ର ପ୍ରସ୍ତାବ ଅଣାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହେଲେ ଗୃହରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ ଯେ ତିନୋଟି କୃଷି ଆଇନ ଚାଷୀଙ୍କ ହିତ ପାଇଁ। ତେଣୁ ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିବା ଅନୁଚିତ । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଗୄହର ସମ୍ମତି ମିଳିଲେ ଆଇନ ନେଇ ଆଲୋଚନା ହେବ।
Published by: Anand Shankar Thankur Das
First published: March 25, 2021, 11:39 PM IST