ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜି ଭାରତ ବନ୍ଦ; କୃଷି ଆଇନ ବିରୋଧରେ ବନ୍ଦ ଡାକରା ହୋଇଛି; ସକାଳ ୬ରୁ ଅପରାହ୍ଣ ୪ ଯାଏଁ ହେବ ବନ୍ଦ

ଆଜି ଭାରତ ବନ୍ଦ; କୃଷି ଆଇନ ବିରୋଧରେ ବନ୍ଦ ଡାକରା ହୋଇଛି; ସକାଳ ୬ରୁ ଅପରାହ୍ଣ ୪ ଯାଏଁ ହେବ ବନ୍ଦ

ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସାତଟି ରାଜନୈତିକ ଦଳ ସାମିଲ ହେଉଛନ୍ତି, କିନ୍ତୁ ବିଜେଡି ଓ ବିଜେପି ଏଥିରେ ସାମିଲ ହେଉ ନାହାଁନ୍ତି । ସରକାରୀ କର୍ମଚାରୀମାନଙ୍କୁ ସକାଳ ୯:୩୦ ପୂର୍ବରୁ ଅଫିସରେ ପହଞ୍ଚିବାକୁ କହିଛନ୍ତି ସରକାର ।

ଆଜି ଭାରତ ବନ୍ଦ; କୃଷି ଆଇନ ବିରୋଧରେ ବନ୍ଦ ଡାକରା ହୋଇଛି; ସକାଳ ୬ରୁ ଅପରାହ୍ଣ ୪ ଯାଏଁ ହେବ ବନ୍ଦ
ସଂଯୁକ୍ତ କିଶାନ ମୋର୍ଚ୍ଚାର ଓଡ଼ିଶା ନେତାମାନେ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ବିଷୟରେ କହୁଛନ୍ତି ।
  • News18 Odia
  • Last Updated: September 27, 2021, 12:27 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୋମବାର (ସେପ୍ଟେମ୍ବର ୨୭) ପାଇଁ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁସାରେ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । କେନ୍ଦ୍ର ସରକାର ଆଣିଥିବା ତିନୋଟି କୄଷି ଆଇନକୁ ରଦ୍ଦ କରିବା, ସବୁ କୄଷିଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍‌.ଏସ୍‌.ପି.) ସ୍ଥିର କରିବା ଆଦି ଦାବିକୁ ନେଇ ଏହି ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା ।

ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯିବ, ହେଲେ ପରିବହନ ସେବା – ବସ୍‌, ଟ୍ରେନ୍‌, ଅଟୋ ପରିଚାଳନ – ସମେତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ଦେଶରେ ବିଜେପିକୁ ବିରୋଧ କରୁଥିବା ସବୁ ରାଜନୈତିକ ଦଳ ଯେଉଁମାନେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରୁଛନ୍ତି, ଟ୍ରେଡ୍‌ ୟୁନିୟନ୍‌, ପରିବହନ ସଙ୍ଘ, ବ୍ୟବସାୟୀ ସଙ୍ଘ ଓ ବିଭିନ୍ନ ଗଣ ସଙ୍ଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UNGAରେ PM ମୋଦି ନାଁ ନ ନେଇ ପାକିସ୍ତାନ ଓ ଚୀନକୁ ଜବରଦସ୍ତ ସମାଲୋଚନା କଲେ - VIDEO

ଏହି ବନ୍ଦ ଭାରତ ର ଅନ୍ନଦାତାମାନଙ୍କ ବନ୍ଦ ଡାକରା ବୋଲି କହି ଏହାକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ରାଜ୍ୟ ସରକାରମାନେ ବନ୍ଦକୁ ସମର୍ଥନ କରିବାକୁ ସଙ୍ଗଠନ ତରଫରୁ ନିବେଦନ କରାଯାଇଛି । ଜନସାଧାରଣଙ୍କ ସହଯୋଗ ଭାଗିଦାରୀରେ ବନ୍ଦ ହେବ ଓ କୌଣସି ଅଘଟଣ ଯେମିତି ନ ଘଟେ ସେଥି ପ୍ରତି ସଜାଗ ରହିବେ ବୋଲି କହିଛନ୍ତି ଅଖିଳ ଭାରତୀୟ କୄଷକ ମହାସଭାର ରାଜ୍ୟ ସଚିବ ସୁରେଶ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ | EPFO: ସୁପ୍ରିମ୍କୋର୍ଟଙ୍କ ଗୋଟିଏ ରାୟରେ ୩୦୦% ବଢ଼ିଯିବ ପେନସନ୍‌; ଜାଣନ୍ତୁ କେଉଁ ହିସାବରେ

କଂଗ୍ରେସ ସମେତ ସାତଟି ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ସରକାରଙ୍କୁ ଓ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି । ସରକାର କର୍ମଚାରୀମାନେ ଛୁଟି ନେଇ ଏହି ବନ୍ଦକୁ ସମର୍ଥନ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO

‘‘ବିଜେଡି ଏହି ବନ୍ଦକୁ ବିଜେଡି ସମର୍ଥନ କରୁ ନାହିଁ । ଚାଷୀ ମହାସଙ୍ଘ ବନ୍ଦ ଡାକରା ଦେଇଛି । ଓଡ଼ିଶା ସମେତ ସବୁ ରାଜ୍ୟରେ ଲୋକଙ୍କୁ ସେମାନେ ନିବେଦନ କରିଛନ୍ତି । ଆମେ ଚାଷୀଙ୍କୁ ସବୁ ଜାଗାରେ ସମର୍ଥନ କରିଛୁ । ଏମ୍‌.ଏସ୍‌.ପି. ଉପରେ ପୂର୍ବରୁ ଆମର ଦାବି ରହିଛି,’’ କହିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ତଥା ଶ୍ରମିକ ନେତା ସୁବାଷ ସିଂ ।

ଏହା ବି ପଢ଼ନ୍ତୁ | UPSC ସିଭିଲ ସର୍ଭିସେଜ୍ ଫଳ ବାହାରିଲା; ଟପ୍ପର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!

ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଆହୂତ ଏହି ବନ୍ଦ ସମୟରେ ଭୁବନେଶ୍ୱରରେ CITU, AIAWU, SFI, AIKS, AIDWA ଓ DYFI ତରଫରୁ ଡୁମୁଡୁମା ଓ ଆଇଗଣିଆରେ ଜାତୀୟ ରାଜପଥ ଅବରୋଧ କରାଯିବ । ସକାଳ ୮ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅତ୍ୟାଚାର: ଯୁବକକୁ ହାତ ଗୋଡ଼ ବାନ୍ଧି ପିଟିଲେ; ତା’ ପରେ ମହିଳା ତାକୁ ନିଜ ପରିସ୍ରା ପିଆଇଲେ

‘‘କଂଗ୍ରେସ ଓ ବାମ ପନ୍ଥୀ ଦଳମାନେ ନିଜ ରାଜନୈତିକ ସ୍ଥିତି ବଜାୟ ରଖିବା ପାଇଁ ଏମିତି ବନ୍ଦ ଡାକରା ଦେଇଥାନ୍ତି । କିନ୍ତୁ ସାଧାରଣ ଜନତାଙ୍କ ଭିତରେ ଏହା ଦାନା ଧରୁନାହିଁ । ଲୋକେ ଏବେ ବିକାଶ ଅଭିମୁଖୀ ସରକାର ଓ ରାଜନୈତିକ ଦଳ ଆଡ଼କୁ ଆକୄଷ୍ଟ ହେଲେଣି । ଯେଉଁମାନେ ବିନା କାରଣରେ ବିଶୄଙ୍ଖଳା କରୁଛନ୍ତି ତାଙ୍କୁ ଜନ ସମର୍ଥନ ମିଳିବ ନାହିଁ । ଲମ୍ବା ସମୟ ଧରି ଯେଉଁମାନେ ନିଜକୁ କୄଷକ ବୋଲି କହି ଆନ୍ଦୋଳନରେ ବସିଥିଲେ ତା’ର ସତ୍ୟାସତ୍ୟ ଲୋକ ଲୋଚନକୁ ଆସିଲାଣି । ନିଜର ପତିଆରା ଜାହିର କରିବା ପାଇଁ କେତେକ ସଙ୍ଗଠନ ରାଜନୈତିକ ଲଢ଼େଇ ଲଢୁଛନ୍ତି । ଭାରତୀୟ ଜନତା ପାର୍ଟିକୁ କିଛି ଫରକ ପଡ଼ିବ ନାହିଁ । ପୁର୍ବରୁ କୃଷି ଆଇନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଏହା ବି ପଢ଼ନ୍ତୁ | ରେଖା ଜୀନତ ଅମନଙ୍କ ଯୋଗୁଁ ଅମିତାଭ୍ ବଚ୍ଚନ ଶତୃଘ୍ନ ସିହ୍ନାଙ୍କ ମଧ୍ୟରେ କଳହ ଚାଲିଥିଲା କି?

ବନ୍ଦକୁ ଦୄଷ୍ଟିରେ ରଖି ରାଜ୍ୟ ସରକାର ପୋଲିସକୁ ଆଲର୍ଟ କରିଛନ୍ତି । ସବୁ ସରକାରୀ କର୍ମଚାରୀଙ୍କୁ ସକାଳ ୯:୩୦ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିଯିବାକୁ କୁହାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ କରିବା ସହ ସହାୟତା ନମ୍ବର ଜାରି କରିଛି ରାଜ୍ୟ ଗୄହ ବିଭାଗ ।
Published by: Anand S.T. Das
First published: September 26, 2021, 11:32 PM IST