ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ ରହିଲା; ରାସ୍ତାରେ କାଁ ଭାଁ ଗାଡ଼ି ଘୋଡ଼ା

ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ ରହିଲା; ରାସ୍ତାରେ କାଁ ଭାଁ ଗାଡ଼ି ଘୋଡ଼ା

ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । କେଉଁଠି ରାସ୍ତାଘାଟ ବନ୍ଦ କରାଯିବନି କି କୌଣସି ସ୍ଥାନରେ ପିକେଟିଂ କରାଯିବ ନାହିଁ ବୋଲି ବ୍ୟବସାୟୀ ମହାସଙ୍ଘ ପକ୍ଷରୁ କୁହାଯାଇଥିଲେ ମଧ୍ୟ ରାସ୍ତାରେ ଗାଡ଼ି ଚଳାଚଳ କମ୍‌ ରହିଛି । ବସ୍‌ ଚଳାଚଳ ମଧ୍ୟ କମ୍‌ ରହିଛି ।

ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ ରହିଲା; ରାସ୍ତାରେ କାଁ ଭାଁ ଗାଡ଼ି ଘୋଡ଼ା
ଭାରତ ବନ୍ଦ ବେଳେ ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତାର ଦୃଶ୍ୟ
  • News18 Odia
  • Last Updated: February 26, 2021, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜି.ଏସ୍‌.ଟି. ସରଳୀକରଣ ଓ ଖାଦ୍ୟପେୟ ଉପରୁ ଜି.ଏସ୍‌.ଟି. ହ୍ରାସ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଭାରତ ବନ୍ଦ (Bharat Bandh) ପାଳିତ ହେଉଛି । ମହାସଙ୍ଘର ଆହ୍ୱାନରେ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨-ଘଣ୍ଟିଆ ବନ୍ଦ ପାଳିତ ହେଉଛି । ଏହି ବନ୍ଦକୁ ସମର୍ଥନ କରିଛି ଓଡ଼ିଶାର ବ୍ୟବସାୟୀ ମହାସଙ୍ଘ ।

ବନ୍ଦ ଯୋଗୁଁ ରାଜ୍ୟର ସବୁ ସହରରେ ଛୋଟ ବଡ଼ ଦୋକାନ ବଜାର ବନ୍ଦ ରହିଛି । ତେବେ ରାସ୍ତାରେ ଗାଡ଼ି ମଟର ଚଳାଚଳ କରୁଛି । ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । କେଉଁଠି ରାସ୍ତାଘାଟ ବନ୍ଦ କରାଯିବନି କି କୌଣସି ସ୍ଥାନରେ ପିକେଟିଂ କରାଯିବ ନାହିଁ ବୋଲି ବ୍ୟବସାୟୀ ମହାସଙ୍ଘ ପକ୍ଷରୁ କୁହାଯାଇଥିଲେ ମଧ୍ୟ ରାସ୍ତାରେ ଗାଡ଼ି ଚଳାଚଳ କମ୍‌ ରହିଛି । ବସ୍‌ ଚଳାଚଳ ମଧ୍ୟ କମ୍‌ ରହିଛି ।

ଏହା ବି ପଢ଼ନ୍ତୁ | IND VS ENG: ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଟିଆ; କୋହଲି କହିଲେ ପିଚରେ କିଛି ଅସୁବିଧା ନାହିଁ

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବାଣିଜ୍ୟିକ ରାଜଧାନୀ କଟକରେ ବି ବନ୍ଦର ଜବରଦସ୍ତ ପ୍ରଭାବ ପଡ଼ିଛି । କଟକର ଛତ୍ରବଜାର, ମାଲଗୋଦାମ, ବାଦାମବାଡ଼ି ଓ ବକ୍ସିବଜାର ସମେତ ସହରର ଅନ୍ୟ ସମସ୍ତ ସ୍ଥାନରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । କଟକ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି ।

ପୁରୀରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି । ବନ୍ଦ ସମୟରେ ଯେମିତି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସଜାଗ ରହିଛି ପ୍ରଶାସନ । ଅନୁଗୁଳରେ ସବୁ ଦୋକାନ ବଜାର ବନ୍ଦ ରହିଛି । ଗାଡି଼ ଚଳାଚଳ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି । କ୍ୟାଟ୍‌ ଅନୁଗୁଳ ଜିଲା ଶାଖାର ସଭାପତି ଆର.କେ.ଶୁକ୍ଳା ଓ ଅଧ୍ୟକ୍ଷ ଜିତେନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବ୍ୟବସାୟୀ ଗାନ୍ଧି ମାର୍ଗଠାରୁ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ।

ଏହା ବି ପଢ଼ନ୍ତୁ  ଦେଖନ୍ତୁ ଫଟୋ ମଲାଇକା ଅରୋଡ଼ା କେମିତି ପାଇଲେ ଏତେ ସୁନ୍ଦର ସ୍ଲିମ୍-ଟ୍ରିମ୍ ଦେହଜାଣନ୍ତୁ ତାଙ୍କ ଫିଟ୍ନେସ୍ ରହସ୍ୟ

ବାଲେଶ୍ବରରେ ଅଧିକାଂଶ ବଜାର ବନ୍ଦ ରହିଥିଲେ ବି କେତେକ ସ୍ଥାନରେ ଦୋକାନ ଖୋଲିଛି । କିନ୍ତୁ ଗାଡ଼ି  ମଟର ଚଳାଚଳ ସ୍ୱାଭାବିକ ରହିଛି । ବନ୍ଦକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ମୁଖ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି ।

ଖୋର୍ଦ୍ଧାରେ ୧୨-ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସର୍ବଭାରତୀୟ ବ୍ୟବସାୟୀ ମହାସଙ୍ଘ ଦେଇଥିବା ବନ୍ଦ ଡ଼ାକରାରେ ଖୋର୍ଦ୍ଧା ବ୍ୟବସାୟୀ ସଙ୍ଘ ସାମିଲ ହୋଇଛି । ବଲାଙ୍ଗିର, ବୌଦ୍ଧ, ବାଲେଶ୍ବର ଓ ଗଞ୍ଜାମରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗିରରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।



ରାଜ୍ୟର ସବୁ ସହରରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ଯାନବାହନ ଚଳାଚଳକୁ ଏହି ବନ୍ଦ ପାଳନରୁ ବାଦ୍ ଦିଆଯାଇଥିଲେ ହେଁ ବସ୍ ଚଳାଚଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।  ଦୂରଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଟିଟିଲାଗଡ଼ ସହରରେ ଦୋକାନ ବଜାର ବନ୍ଦ ରହିଛି ।
Published by: Anand Shankar Thankur Das
First published: February 26, 2021, 1:59 PM IST