ଭାଗବତ ଜନ୍ମ; ଜାଣନ୍ତୁ କେଉଁ ତିଥିରେ ପାଳନ କରାଯାଏ ଭାଗବତ ଜନ୍ମ

ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି ।

ଭାଗବତ ଜନ୍ମ; ଜାଣନ୍ତୁ କେଉଁ ତିଥିରେ ପାଳନ କରାଯାଏ ଭାଗବତ ଜନ୍ମ

ଭାଗବତ ଜନ୍ମ; ଜାଣନ୍ତୁ କେଉଁ ତିଥିରେ ପାଳନ କରାଯାଏ ଭାଗବତ ଜନ୍ମ

  • News18 Odia
  • Last Updated :
  • Share this:
News 18 Odia Digital

ଭାଗବତ ଜନ୍ମ : ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏହାକୁ ମଧ୍ୟ 'ଭାଗବତ ବଢ଼ା' ମଧ୍ୟ କୁହାଯାଏ । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଆ ଭାଷାର ପ୍ରସାର, ଏକତା ଏବଂ ସଂସ୍କୃତିର ରକ୍ଷା । ସେଥିପାଇଁ ପୂର୍ବ କାଳରେ ପ୍ରତି ଗାଁରେ ରହିଥିଲା ଭାଗବତ ଟୁଙ୍ଗୀ । ପ୍ରତି ସନ୍ଧ୍ୟାରେ ଏହି ଟୁଙ୍ଗୀରେ ଭାଗବତ ପାଠ ହେଉଥିଲା । ଗାଁର ସମସ୍ତ ନରନାରୀ ଏକାଠି ବସି ପଣ୍ଡିତଙ୍କ ଠାରୁ ଭାଗବତ ପାଠ ଶୁଣୁଥିଲେ । ଅନେକ ନୈତିକ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ଅନେକ କଥା ଏଥିରେ ବର୍ଣ୍ଣନା କରାଯାଇଛି । ତେଣୁ ଓଡ଼ିଆ ଜାତିର ରକ୍ତରେ, ଚଳଣିରେ ସାମିଲ ହୋଇଯାଇଥିଲା ଭାଗବତ । କଥିତ ଅଛି, ଏହି ଦିନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିଲେ ।



ତେବେ, କେବଳ ଭାଦ୍ରବ ଶୁକ୍ଳ ନବମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସାତଦିନ ଯେ ‘ଭାଗବତ ସପ୍ତା’ ପାଳିତ ହେବ, ସେପରି କୌଣସି ବିଧି ନାହିଁ। ବର୍ଷର ଯେ କୌଣସି ସମୟରେ ସାତଦିନ ବ୍ୟାପୀ ଭାଗବତ ପାଠ କରାଯିବା ପାଇଁ ଆମ ପୁରାଣ ପରମ୍ପରାରେ କୌଣସି ବାରଣ ନାହିଁ। ଏହି ଭାଗବତ ପାଠ ବା ଭାଗବତ ପାରାୟଣ ଦିନ ଅବା ରାତିରେ କରାଯିବ, ସେ ନେଇ ମଧ୍ୟ କୌଣସି ନିଷେଧ ନାହିଁ।

ମୂଳ ସଂସ୍କୃତ ଭାଗବତ ଅଠର ହଜାର ଶ୍ଳୋକରେ ବ୍ୟାସ ଦେବ ରଚନା କରିଥିଲେ । ଅତିବଡ଼ି ଜଗନ୍ନାଥ ଦାସ ଏହି ଟିକାକୁ ସରଳ ନବାକ୍ଷରୀ ଛନ୍ଦ ରେ ଓଡ଼ିଆ ଅନୁବାଦ କରିଛନ୍ତି l

ଭଗବାନ ବ୍ୟାସଦେବଙ୍କ ଦ୍ବାରା ରଚିତ ” ଶ୍ରୀମଦ୍ଭାଗବତ ” ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି । ଏହି ” ଭାଗବତଧର୍ମ ” ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ । ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ଶୁଦ୍ଧହୃଦୟ ପୁରୁଷ ହିଁ ଏହି ତତ୍ତ୍ବ ଜାଣିପାରନ୍ତି । ଏହା ତ୍ରିବିଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ ।

ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ବିଶେଷ ଆଦୃତ ହୋଇପାରିନଥିଲା । ତଥାପି ଶ୍ରୀମନ୍ଦିର ପରିସରରେ ଏହାର ପ୍ରତି ସନ୍ଧ୍ୟାରେ ପାଠ କରାଯାଉଥିଲା । ତେବେ ଏହାକୁ ଜଗନ୍ନାଥ ଦାସ ଓଡ଼ିଆରେ ଲେଖିବା ପରେ ଭାଗବତ ଘରେ ଘରେ ପରିଚିତ ହୋଇଗଲା । ବୋଧହୁଏ ଏମିତି ଓଡ଼ିଆ ଘର ନଥିବ ଯେଉଁଠି ଭାଗବତ ଖଣ୍ଡିଏ ନଥିବ । ଠିକ୍ ଯେମିତି ଦେବତାଙ୍କୁ ମର୍ଯ୍ୟାଦା ଓ ସମ୍ମାନ ତଥା ଭକ୍ତି କରାଯାଏ ସେହିଭଳି ଭାଗବତକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯିବା ପରେ ତାକୁ ପାଠ କରାଯାଏ ।

କୁହାଯାଏ ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଣେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଏହା ବାରଟି ଖଣ୍ଡରେ ଲେଖା ଯାଇଛି । ପ୍ରତି ଖଣ୍ଡରେ ୧୦ ରୁ ୩୦ଟି ଅଧ୍ୟାୟ ରହିଛି । ପ୍ରତି ଅଧ୍ୟାୟରେ ରହିଛି ୫୦ରୁ ୩୦୦ ଛନ୍ଦ । ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ ଦେବ ଅତିବଡ଼ୀ ଉପାଧି ଦେଇଥିଲେ ।

ଭାଗବତ ପାଠ ଓ ଅନ୍ୟ ପୁରାଣ ଶାସ୍ତ୍ର ଚର୍ଚ୍ଚା ଲୋକଙ୍କର ଚେତନାର ବିକାଶ କରିବା ଜୀବନକୁ ଆନନ୍ଦ ଓ ଶାନ୍ତିରେ ଅତିବାହିତ କରିବାର ଅନେକ ବାଟ ବତାଇଥାଏ । ଅବଶ୍ୟ ଏବେ ଆଉ ସେଭଳି ସ୍ଥିତି ନାହିଁ । ଆଧୁନିକତା ନାମର ଆମେ ଆମ ନିଜତ୍ୱକୁ ଭୁଲି ଯାଉଛେ । ସଂସ୍କୃତି ଓ ପରମ୍ପରାଠୁ ଦୂରେଇ ଯାଉଛନ୍ତି ।
Published by:Sujit Swain
First published: