ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଇଏ ବି କମ୍ ନୁହଁନ୍ତି! ହସ ହସ ମୁହଁରେ ସୂତା ଭିଣି ସ୍ୱାବଲମ୍ବୀ ହେଲେ ଭଦ୍ରକ ଜିଲ୍ଲାର ମହିଳାମାନେ

ଇଏ ବି କମ୍ ନୁହଁନ୍ତି! ହସ ହସ ମୁହଁରେ ସୂତା ଭିଣି ସ୍ୱାବଲମ୍ବୀ ହେଲେ ଭଦ୍ରକ ଜିଲ୍ଲାର ମହିଳାମାନେ

ତନ୍ତରେ ଗାମୁଛା, ଲୁଙ୍ଗି, ବେଡ୍‌ସିଟ୍‌, ରୁମାଲ, ଚଦର, ଧୋତି ଓ ମଠା ଶାଢ଼ୀ ଆଦି ସୂତା ତିଆରି କପଡ଼ା ତିଆରି କରୁଛନ୍ତି ଏହି ମହିଳାମାନେ । କ୍ରମଶଃ ଅଧିକ ମହିଳା କାମରେ ଲାଗୁଥିବାରୁ ଏବେ ୧୦ରୁ ଅଧିକ ତନ୍ତ ପାଇଁ ଚାଲିଛି ପ୍ରସ୍ତୁତି ।

ଇଏ ବି କମ୍ ନୁହଁନ୍ତି! ହସ ହସ ମୁହଁରେ ସୂତା ଭିଣି ସ୍ୱାବଲମ୍ବୀ ହେଲେ ଭଦ୍ରକ ଜିଲ୍ଲାର ମହିଳାମାନେ
ସୂତାରୁ ଲୁଗା ବନେଇବାରେ ସିଦ୍ଧହସ୍ତା ଶହୀଦ ସ୍ମୃତି ପ୍ରଡ୍ୟୁସର ଗୃପର କେତେକ ମହିଳା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଦ୍ରକ: ପଡି଼ଛି ଗଦା ଗଦା ସୂତା । କିଏ ସୂତା ଭିଣୁଛି ତ କିଏ କଣ୍ଟାରେ ସୂତା ଗୁଡାଇବାରେ ବ୍ୟସ୍ତ । କେହି ମେସିନ ଲଗାଇ ଗୁଡାଉଛନ୍ତି ସୂତା । ସମସ୍ତେ ହସହସ ମୁହଁରେ ଲାଗିଛନ୍ତି କାମରେ । କରୋନା ମାଡରେ ରାଜ୍ୟ ସମେତ ଦେଶର ଅର୍ଥ ବ୍ୟବସ୍ଥା ଧରାଶୟୀ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଏହି ଗ୍ରାମୀଣ ମହିଳା ଘରେ ବସି ରୋଜଗାରର ବାଟ ଫିଟାଇଛନ୍ତି ।

ବାସୁଦେବପୁର ଅଞ୍ଚଳର ଏହି ମହିଳାମାନେ ନିଜ ରୋଜଗାର ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ସହ ପରିବାରର ଆର୍ଥିକ ପ୍ରଗତିର ସହାୟକ ହୋଇପାରିଛନ୍ତି । ସୂତା କାଟିବା ଓ ବୁଣିବା ଏହି ମହିଳାମାନଙ୍କର କୌଳିକ ବୃତ୍ତି ହୋଇ ନ ଥିଲେ ବି ପେଟ ପାଇଁ ସେମାନେ ଶିଖିଯାଇଛନ୍ତି ବୁଣିବାର କୌଶଳ । ବାସୁଦେବପୁର ବ୍ଳକର ଅଢୁଆଁ ପଞ୍ଚାୟତର ଓଲଗଡା ଗ୍ରାମରେ ଶହୀଦ ସ୍ମୃତି ପ୍ରଡ୍ୟୁସର ଗୃପ୍‌ ନାମରେ ଏକ ସଙ୍ଗଠନ ବୱାଇ ଏହି ମହିଳାମାନେ ପକାଇଛନ୍ତି ସୂତାରେ କପଡା ତିଆରି ତନ୍ତ । ନିରନ୍ତର ଚଳାଇଛନ୍ତି ତନ୍ତକୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ଶହୀଦ ସ୍ମୃତି ପ୍ରଡ୍ୟୁସର ଗୃପର ଅଞ୍ଜଳି ସୁତାର, ସରିତା ସୁତାର, ସସ୍ମିତା ବେହେରା ଓ ଚନ୍ଦ୍ରକାନ୍ତି ସୁତାର ପ୍ରମୁଖ ସମସ୍ତେ ଲାଗି ପଡିଛନ୍ତି ନିଜ ନିଜ କାମରେ । ସୂତାକୁ ଛନ୍ଦି କୌଶଳ କ୍ରମେ ବୁଣୁଛନ୍ତି ଲୁଗା । ଶିଫ୍ଟ ଅନୁସାରେ କରୁଛନ୍ତି କାମ । ଦିନକୁ ଦିନ ଏହି ମହିଳାମାନଙ୍କର ଆଗ୍ରହ ବଢୁଛି ତନ୍ତ କାର୍ଯ୍ୟରେ । ବେଶ୍ ଦି ପଇସା କମାଉଛନ୍ତି ମାସକୁ । କରୋନାରେ ଅଧିକାଂଶ ପୁରୁଷ କାମ ନ ପାଇ ଘରେ ବସିଥିବାରୁ ମହିଳମାନଙ୍କ ରୋଜଗାର ଘର ଖର୍ଚ୍ଚରେ ସହାୟକ ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

ମହିଳାମାନେ ବନେଇଥିବା ବିଭିନ୍ନ ପ୍ରକାର ଲୁଗା


ତନ୍ତରେ ଗାମୁଛା, ଲୁଙ୍ଗି, ବେଡ୍‌ସିଟ୍‌, ରୁମାଲ, ଚଦର, ଧୋତି ଓ ମଠା ଶାଢୀ ପରି ଭଳିକି ଭଳି ସୂତା ତିଆରି କପଡା ତିଆରି କରୁଛନ୍ତି ଏହି ମହିଳାମାନେ । କ୍ରମଶଃ ଅଧିକ ମହିଳା ଏଠାରେ କାମରେ ଲାଗୁଥିବାରୁ ଏବେ ୧୦ରୁ ଅଧିକ ତନ୍ତ ପାଇଁ ଚାଲିଛି ପ୍ରସ୍ତୁତି । କାମ କରି ଆର୍ଥିକ ସ୍ୱାବଲମ୍ବୀ ହେବେ ବୋଲି କହିଛନ୍ତି ଏହି ମହିଳାମାନେ ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

‘‘ମହାତ୍ମା ଗାନ୍ଧୀଙ୍କର ବାର୍ତ୍ତା ‘କୁଟି ଖାଅ, କାଟି ପିନ୍ଧ’କୁ ଆମେ କରି ଦେଖାଇଛୁ । ଆମ ଶହୀଦ୍ ସ୍ମୃତି ପ୍ରଡ୍ୟୁସର ଗୃପରେ ୪୯ ଜଣ ସଭ୍ୟା ଅଛନ୍ତି । ଆମେ ତନ୍ତରେ ସୂତା ଲୁଗା ତିଆରି କରି ବିକ୍ରି କରୁଛୁ । ପ୍ରତି ଶିଫ୍ଟରେ ୧୦ରୁ ୧୨ ଜଣ ମହିଳା କାମ କରୁଛନ୍ତି,’’ କହିଛନ୍ତି ଏହି ଗୃପର ମହିଳା ରୁବିରାଣୀ ଦାସ ।

ଶହୀଦ୍ ସ୍ମୃତି ପ୍ରଡ୍ୟୁସର ଗୃପରେ ୪୯ ଜଣ ସଭ୍ୟା ଅଛନ୍ତି ।


ଟ୍ରେନର୍‌ ରାମଚନ୍ଦ୍ର ପରିଡ଼ା କହିଛନ୍ତି ଯେ ବାସୁଦେବପୁର ବ୍ଳକର ୩୬ଟି ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୁଲ୍ୟରେ ୧୦ଟି ପ୍ରଡ୍ୟୁସର ଗ୍ରୁପ୍ ରହିଛି । ସଭ୍ୟାମାନଙ୍କର ଆଗ୍ରହକୁ ଦେଖି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା ।



‘‘ଏହି ମହିଳାମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି । ଆର୍ଥିକ ସହାୟତା ଓଡ଼ିଶା ଲାଇଭହୁଡ ବିଭାଗରୁ ପ୍ରଦାନ କରାଯାଇଛି । ଆଗକୁ ଆହୁରି ଅଧିକ ସହାୟତା ଯୋଗାଇ ଦିଆଯିବ । ସବୁ ଠାରୁ ବଡ଼ କଥା ହେଉଛି ତିଆରି ହେଉଥିବା ଲୁଗାର ମାର୍କେଟିଂ କିପରି ହୋଇ ପାରିବ ସେ ଦିଗରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେବ,’’ କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଡଃ ଜ୍ଞାନ ଦାସ ।
Published by: Anand Shankar Thankur Das
First published: March 9, 2021, 4:49 PM IST