ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା

Bhadrak man cuts baby daughter’s private parts with a razor blade | ଅଭିଯୁକ୍ତର ସ୍ତ୍ରୀ କହିଛନ୍ତି ଯେ ସେ ବାହା ହୋଇ ଆସିବା ଦିନରୁ ତାଙ୍କ ସ୍ୱାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ମାରଧର କରିଆସୁଛନ୍ତି । ଆଉ ଥରେ ସେହି ସମାନ ଘଟଣା ଘଟିଥିଲା ଓ ତା’ ପରେ ଏହି କାଣ୍ଡ ହୋଇଥିଲା ।

ଅଭିଯୁକ୍ତ ସ୍ୱାମୀ; (ଡାହାଣ) ଜଣେ ପୋଲିସ ଅଧିକାରୀଙ୍କୁ ସ୍ତ୍ରୀ ଘଟଣା କହୁଛନ୍ତି ।

ଅଭିଯୁକ୍ତ ସ୍ୱାମୀ; (ଡାହାଣ) ଜଣେ ପୋଲିସ ଅଧିକାରୀଙ୍କୁ ସ୍ତ୍ରୀ ଘଟଣା କହୁଛନ୍ତି ।

  • Share this:
News18 Odia Digital

ଭଦ୍ରକ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହ ଯୋଗୁଁ ଅନେକ ସମୟରେ କଳି ଝଗଡ଼ା ହୋଇଥାଏ । ସନ୍ଦେହ କାରଣରୁ ଅନେକ ପରିବାର ନଷ୍ଟ ବି ହୋଇଯାଇଥିବା ଦେଖାଯାଇଛି । ଏହି ସନ୍ଦେହ ଅଧିକାଂଶ ସମୟରେ ଚରିତ୍ରକୁ ନେଇ ହୋଇଥାଏ । ଭଦ୍ରକ ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଓ ତା’ର ଶିକାର ହୋଇଛି ଏକ ନିଷ୍ପାପ ଶିଶୁ କନ୍ୟା ।

ତିନି ବର୍ଷର ଝିଅଟିର ବାପା ତା’ ମା’କୁ ସନ୍ଦେହ କରି ପିଶାଚ ପାଲଟି ଯାଇଛି ଓ ନାରକୀୟ କାଣ୍ଡ ଘଟାଇଛି । ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ତିନି ବର୍ଷ ଶିଶୁ କନ୍ୟାର ଯୌନାଙ୍ଗକୁ ଏକ ବ୍ଲେଡରେ କାଟିଦେଇଛି ଏହି ବାପା । ଗୁରୁତର ଅବସ୍ଥାରେ ଝିଅକୁ ଭଦ୍ରକ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ଘଟଣା ବିଷୟରେ ଅଧିକ ପଚରାଉଚୁରା କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ମାବେକରେ ସାଇକେଲ୍ ଲକ୍ ଲଗେଇ କୋଡ଼ ଭୁଲିଗଲା ଦୁଷ୍ଟ ପିଲା! VIDEO ଭାଇରାଲ୍

ଏହି ଅଭାବନୀୟ ଘଟଣା ଘଟିଛି ଧୂଷୁରୀ ଥାନା ଅନ୍ତର୍ଗତ କାସିମପୁର ପଞ୍ଚାୟତର ମଳିକ ସାହିରେ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଗାଁର ଚନ୍ଦନ ମଲ୍ଲିକ ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଏହି କାଣ୍ଡ ଭିଆଇଛନ୍ତି । ଚନ୍ଦନ ମଲ୍ଲିକ ଗାଁରେ ନିଜ ସ୍ତ୍ରୀ ଓ ତିନି ବର୍ଷର ଶିଶୁ କନ୍ୟା ସହ ରହୁଥିଲେ । ପୂର୍ବରୁ ସେ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାକୁ ମାରଧର ବି କରିଥିଲେ ।

ଏହି ଘଟଣା ପରେ ଗ୍ରାମବାସୀମାନେ ଚନ୍ଦନ ମଲ୍ଲିକଙ୍କୁ ବାନ୍ଧି ପକାଇଥିଲେ ।


ଏହା ବି ପଢ଼ନ୍ତୁ | Taiwan Fire: ଭୋର୍ ଭୋର୍ ଲାଗିଲା ନିଆଁ; ୧୩ ମହଲା କୋଠାରେ ୪୬ ଜଣ ଲୋକ ଜଳି ମଲେ

‘‘ମୁଁ ବାହା ହୋଇ ଆସିବା ଦିନରୁ ସେ (ସ୍ୱାମୀ ଚନ୍ଦନ ମଲ୍ଲିକ) ମୋ’ ଚରିତ୍ର ଉପରେ ସନ୍ଦେହ କରି ମୋତେ ମାରଧର କରନ୍ତି । ଗତ କାଲି (ଅକ୍ଟୋବର ୨୦) ସେହି ସମାନ ଘଟଣା ଘଟିଥିଲା । ଆମ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେ ମୋତେ ଓ କୁନି ଝିଅକୁ ଘର ଭିତରେ ପୂରେଇ ବାହାରୁ କବାଟ ବନ୍ଦ କରିଦେଲେ । ମୁଁ ବଡ଼ କଷ୍ଟରେ ବାହାରକୁ ଆସିଲି । ହେଲେ ତା’ ପରେ ସେ ଠାକୁର ଘରକୁ ଝିଅଟିକୁ ନେଇ ଏମିତି କାଣ୍ଡ କଲେ,’’ କାନ୍ଦି କାନ୍ଦି କହିଛନ୍ତି ଚନ୍ଦନ ମଲ୍ଲିକଙ୍କ ସ୍ତ୍ରୀ ।

ଏହା ବି ପଢ଼ନ୍ତୁ | କୃଷକଙ୍କ ଉପରେ କାର୍ ଚଢ଼ାଇବା ମାମଲା: ମନ୍ତ୍ରୀଙ୍କ ପୁଅ କହିଥିଲେ, ‘ଚାଲ୍, ତାଙ୍କୁ ମଜା ଚଖେଇବା

ସେ କହିଛନ୍ତି ଯେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜ ତିନି ବର୍ଷର ଶିଶୁ କନ୍ୟାର ଯୌନାଙ୍ଗକୁ ଏକ ବ୍ଲେଡରେ କାଟି ଦେଇଥିଲେ ।  କୁନି ଶିଶୁଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀମାନେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଗ୍ରାମବାସୀମାନେ ତା’ ପରେ ଚନ୍ଦନ ମଲ୍ଲିକଙ୍କୁ ଗୋଡ଼ ହାତରେ ଲୁହା କଡ଼ି ପକାଇ ବାନ୍ଧି ପକାଇଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ ଭୟଙ୍କର ଥିଲା ନେପାଳରେ ବସ୍ ଦୁର୍ଘଟଣା: ନଦୀ ଭିତରକୁ ଖସି ପଡ଼ିଥିଲା ବସ୍; ୩୨ ଜୀବନ ଚାଲିଗଲା

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ତା’ ସହିତ ଅଧିକ ପଚରା ଉଚୁରା ଚାଲିଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ । ସେ କହିଛନ୍ତି ଯେ କୁନି ଝିଅଟିର ଚିକିତ୍ସା ଚାଲିଛି ଓ ତା’ ଜୀବନ ଏବେ ବିପଦରୁ ବାହାରେ ଅଛି । ଜଣେ ବାପାର ଏମିତି କାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Published by:Anand S.T. Das
First published: