ଭଦ୍ରକ: ଜିଲ୍ଲାର ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା
ଆନ୍ଦୋଳକାରୀଙ୍କ ତରଫରୁ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଛି । ଭଦ୍ରକର ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସକୁ ମଧ୍ୟ ବନ୍ଦ କରାଯାଇଛି । ରାଜରାସ୍ତା ବନ୍ଦ ରହିବାରୁ ହଜାର ହଜାର ଗଡ଼ି ରାସ୍ତା ଉପରେ ଅଟକି ରହିଛନ୍ତି ।

ଆନ୍ଦୋଳକାରୀଙ୍କ ତରଫରୁ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରାଯାଇଛି
- News18 Odia
- Last Updated: December 10, 2020, 11:33 AM IST
ଭଦ୍ରକ: ଜିଲ୍ଲାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ ବିଗତ ଅନେକ ବର୍ଷରୁ ଦାବି କରାଯାଉଛି । ଏଥପାଇଁ ସରକାରଙ୍କୁ ବହୁବାର ଦାବିପତ୍ର ମଧ୍ୟ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ ମୌନ ରହିଥିବା ବେଳେ ଭଦ୍ରକବାସୀ ଏହାକୁ ଘୋର ବିରୋଧ କରୁଛନ୍ତି । ସେଥପାଇଁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକ ବନ୍ଦ କରାଯାଇଛି ।

ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି
ଏହା ସହ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରାଯାଇଛି । ଭଦ୍ରକର ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସକୁ ବନ୍ଦ କରାଯାଇଛି । ରାଜରାସ୍ତା ବନ୍ଦ ରହିବାରୁ ହଜାର ହଜାର ଗଡ଼ି ରାସ୍ତା ଉପରେ ଅଟକି ରହିଛି । ଏହି ବନ୍ଦ ପାଇଁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜିର ଏଇ ବନ୍ଦ ବେଳେ ଜିଲ୍ଲା କଂଗ୍ରେସ ତଥା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ପାଳନ କରାଯାଉଛି ।
"ଭଦ୍ରକ ଜିଲ୍ଲା ଦୀର୍ଘ ଦୁଇ ଦଶନ୍ଧି ଧରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରୁଛି । ଏହା ଆମର ନ୍ୟାର୍ଯ୍ୟ ଦାବି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସୁବିଧା ଅତ୍ୟନ୍ତ ଶୋଚନୀୟ ରହିଛି । ସେଥିପାଇଁ ସମସ୍ତେ କଟକ ଏସିବି ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଯାହା ଭଦ୍ରକ ମେଡିକାଲ ଠାରୁ 100 ରୁ ଅଧିକ କିଲୋମିଟର ଦୂରରେ ରହିଛି । ଯେଉଁଥିପାଇଁ ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି, ଧାମରା ଆଦି ଦୂର ଅଞ୍ଚଳରୁ ଆସୁଥିବା ରୋଗୀଙ୍କ କଟକ ମେଡିକାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହେଉଛି । ଯଦି ସରକାର ଆମ ନ୍ୟାର୍ଯ୍ୟ ଦାବି ପୂରଣ ନ କରନ୍ତି ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ, " କହିଛନ୍ତି ୩୨ ବର୍ଷୀୟ ଜିଲ୍ଲା ଯାଦବ ମହାସଂଘର ସଭାପତି ପ୍ରକାଶ ଜ୍ୟୋତି ମହାକୁଡ଼ ।