୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
- News18 Odia
- Last Updated :
- Other, India
News18 Odia Digital
ଭବାନୀପାଟଣା: ଯାତ୍ରା ଦେଖି ଫେରିବା ବେଳେ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ଗତ ୧୫ ତାରିଖ ଦିନ ରାତି ତାରିଣୀ ଯାତ୍ରା ଚାଲିଥିବା ବେଳେ ସେହି ଯାତ୍ରାକୁ ଦେଖିବା ପାଇଁ ସେହି ଅଞ୍ଚଳର ୩ ଜଣ ନାବାଳିକା ବେନଗାଁକୁ ଯାଇ ଯାତ୍ରା ଦେଖି ରାତି ପ୍ରାୟ ୨ ଟା ସମୟରେ ଘରକୁ ଫେରୁଥିଲେ । ବେନଗାଁ ମୁଣ୍ଡରୁଥିବା ପୋଖରୀ ନିକଟରେ ପାଜିବାହାଳି ଗାଁର ୫ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଉଠାଇ ନେବା ସମୟରେ ଜଣେ ଯୁବତୀ କୌଣସି ମତେ ଖସି ଯାଇଥିଲେ। ୫ ଜଣ ଯୁବକ ମିଶି ୨ ଜଣ ନାବଳିକାକୁ ଦୁଷ୍କର୍ମ କରିଥିଲେ। ପରେ ନାବାଳିକାଙ୍କୁ ଜଙ୍ଗଲରେ ଛାଡି ଫେରାର ମାରିଥିଲେ ୫ ଜଣ ଅଭିଯୁକ୍ତ। ଦୁଇଜଣ ନବାଳିକା ଘରକୁ ଆସି ନିଜ ପରିବାର ଆଗରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପୀଡ଼ିତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା ।
ପରେ ଗ୍ରାମବାସୀ ଓ ପୀଡ଼ିତାଙ୍କ ପରିବାର ଗତକାଲି ପୁଣି ଥରେ ବିଜେପୁର ଥାନାର ଦ୍ୱାରସ୍ତ ହେବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ୨ ନାବଳିକାକୁ ଭବାନୀପାଟଣା ଠାରେ ଥିବା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆଣି ପଚାରାଉଚୁରା କରିବା ସହ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।