୨୦୧୧ ରୁ ୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି: ନୀତି ଆୟୋଗ ଉପାଧ୍ୟକ୍ଷ

ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଇକ୍ରୋ ଇକୋନମିକ ଓ ସାମାଜିକ ଅର୍ଥନୈତିକ ସୂଚକାରେ ମଧ୍ୟ ଉନ୍ନତି କରିଛି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ବିପୁଳ ପରିମାଣର ବିନିଯୋଗ କରିବା ସହ ଉତ୍ପାଦନ ଓ ଖଣି ଶିଳ୍ପରେ ବିନିଯୋଗ ପାଇଁ ଓଡ଼ିଶା ଆକର୍ଷଣୀୟ ସ୍ଥାନ ପାଲଟିଛି।

୨୦୧୧ ରୁ ୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି

୨୦୧୧ ରୁ ୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି

  • Share this:
News18 Odia Digital

ଭୁବନେଶ୍ବର: ବୁଧବାର ନୀତି ଆୟୋଗ ଉପାଧକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସଫଳତାର ତଥ୍ୟ ଦେବା ସହ ସ୍ୱତନ୍ତ୍ର ସହାୟତା କାମନା କରିଥିଲେ ନବୀନ। ଏହି ଆଲୋଚନା କାଳରେ ଅଧିକ ବ୍ୟାଙ୍କ, ମୋବାଇଲ ଟାୱାର, ଇଣ୍ଟରନେଟ ସୁବିଧା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ୍ୟ ସରକାର।

ଏହି ଆଲୋଚନା କାଳରେ ମୁଖ୍ୟ ମନ୍ତ୍ରୀ ନବୀନ କହିଥିଲେ, "ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରି ଅର୍ଥନୈତିକ ଶସକ୍ତିକରଣ ମୁକାବିଲା କରିବାରେ ସଫଳ ହୋଇଛ ରାଜ୍ୟ। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଇକ୍ରୋ ଇକୋନମିକ ଓ ସାମାଜିକ ଅର୍ଥନୈତିକ ସୂଚକାରେ ମଧ୍ୟ ଉନ୍ନତି କରିଛି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ବିପୁଳ ପରିମାଣର ବିନିଯୋଗ କରିବା ସହ ଉତ୍ପାଦନ ଓ ଖଣି ଶିଳ୍ପରେ ବିନିଯୋଗ ପାଇଁ ଓଡ଼ିଶା ଆକର୍ଷଣୀୟ ସ୍ଥାନ ପାଲଟିଛି।’’

ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପିଡ଼ିଏସରେ ଓଡ଼ିଶାର ଯୋଗଦାନ, ଗର୍ଭବତୀ ମହିଳାଙ୍କ ପାଇଁ ଯୋଜନା ବାବଦରେ ଅବଗତ କରାଇଥିଲେ ମୁଖ୍ୟ ମନ୍ତ୍ରୀ। ଓଡ଼ିଶା ପ୍ରଗତିରେ ପ୍ରତିବନ୍ଧକ ସାଜୁଛି ପ୍ରାକୃତିକ ବିପର୍ଯ୍ୟୟ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢ଼ ଦିଗରେ ଆହ୍ୱାନ ସାଜିଛି। ତେଣୁ ଅନ୍ୟ ପ୍ରଗତିଶୀଳ ରାଜ୍ୟର ସମକକ୍ଷ ହେବା ପାଇଁ କେନ୍ଦ୍ର ତରଫରୁ ସ୍ୱତନ୍ତ୍ର ସହଯୋଗ କାମନା କରିଛନ୍ତି ମୁଖ୍ୟ ମନ୍ତ୍ରୀ।

ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଇକ୍ରୋ ଇକୋନମିକ ଓ ସାମାଜିକ ଅର୍ଥନୈତିକ ସୂଚକାରେ ମଧ୍ୟ ଉନ୍ନତି କରିଛି


ଏହା ସହ ଲୋକସେବା ଭବନରେ ନୀତି ଆୟୋଗ ଉପାଧକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା କାଳରେ ମୁଖ୍ୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବା ସହ କିଛି ଦାବି ରଖିଥିଲେ।

ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ ଯୋଜନା ଓ ସ୍ଥଗିତ ଥିବା ବିଭିନ ପ୍ରକଳ୍ପ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, "ଇଣ୍ଟରନେଟ ସଂଯୋଗୀକରଣ, ଟେଲିଫୋନ ଟାୱାର, ଅଧିକ ବ୍ୟାଙ୍କ ଖୋଲିବା ନେଇ ପ୍ରସ୍ତାବ ରଖିଥିଲେ ରାଜ୍ୟ ସରକାର। ଭିଡିଓ କନଫେନ୍ସରେ ବିଭିନ ବିଭାଗର କେନ୍ଦ୍ରୀୟ ଅଧିକାରୀ ଯୋଡ଼ି ହୋଇଥିବା ବେଳେ କିଛି ସମସ୍ୟାର ସମାଧାନ ରାସ୍ତା ବି ବାହାରିଥିଲା। ତେବେ ଯେଉଁ କ୍ଷେତ୍ରରେ ଆଉ ଯାହା ଅଛି କିପରି ପୂରଣ କାରାଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ।’’

ଲୋକସେବା ଭବନ କନଭେସନ ସେଣ୍ଟର ରେ ଅନୁଷ୍ଠିତ ଏହି ବୈଠକରେ ନୀତି ଆୟୋଗର ୯ ଜଣିଆ ଟିମ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିକାଶ ମୂଳକ କାର୍ଯ୍ୟକ୍ରମ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ଆଗାମୀ ଦିନ ପାଇଁ ଆଗମୀ ଦିନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଉଭୟ ପକ୍ଷଙ୍କ ବୈଠକ ସମୟରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଓ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏଥି ସହ ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ। ରାଜ୍ୟରେ ରାସାୟନିକ ମୁକ୍ତ କୃଷିକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଓ ସ୍ପେସିଫିସିଟି ରହିଛି। ରାଜ୍ୟ ପାଇଁ ଏକ ରାଜ୍ୟ ନିର୍ଦ୍ଦିଷ୍ଟ ବିକାଶ ଖସଡ଼ା ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡ଼ିଶା ସହ ସହଭାଗୀ ହେବାକୁ ଆଗ୍ରହୀ ବୋଲି କହିଥିଲେ ରାଜୀବ କୁମାର।

ବୈଠକ ପରେ ରାଜୀବ କୁମାର କହିଥିଲେ, "କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିପରି ମିଶିକି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାର ବହୁ ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ସମାଧାନ ଦିଗରେ ପ୍ରୟାସ କରାଯିବ। ବହୁ କେନ୍ଦ୍ରୀୟ ଅଧିକାରୀ ବି ଭିଡିଓ କନଫେରନ୍ସରେ ଉପସ୍ଥିତ ଥିଲେ। ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ନୀତି ଆୟୋଗ ବି ଏକ ପ୍ରେଜେଣ୍ଟସନ ଦେଇଛନ୍ତି। ୨୦୧୧-୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି। ପୋଷଣ କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି। ବିକାଶକୁ ଅଭିବୃଦ୍ଧି, ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ସହ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କ'ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି। ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ ମନିଟର ୟୁନିଟ ପରାମର୍ଶ ଦେଇଛୁ। ରାଜ୍ୟରେ ଖଣିଜ ପଦାର୍ଥ ଭାରି ରହିଛି। ଯେତିକି ଖଣିଜ ପଦାର୍ଥ ଅଛି ଓଡ଼ିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବ। ଅଧିକ ନିବେଶ ଆସିବ କିପରି ପଦକ୍ଷେପ ନିଆଯିବ।’’
Published by:Lipina Das
First published: