ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦେଶର ୧୫ ହଜାର ଆଇ.ଟି.ଆଇକୁ ନିଜର ଦକ୍ଷତା ବିକାଶ ଓ ନାମଲେଖା ବୃଦ୍ଧିକୁ ନେଇ ଅଭିଜ୍ଞତା ବାଣ୍ଟିବ ବ୍ରହ୍ମପୁର ITI

ଦେଶର ୧୫ ହଜାର ଆଇ.ଟି.ଆଇକୁ ନିଜର ଦକ୍ଷତା ବିକାଶ ଓ ନାମଲେଖା ବୃଦ୍ଧିକୁ ନେଇ ଅଭିଜ୍ଞତା ବାଣ୍ଟିବ ବ୍ରହ୍ମପୁର ITI

ଓଡ଼ିଶାର ଏକମାତ୍ର ଆଇ.ଟି.ଆଇ. ଭାବେ କୋର୍‌ କମିଟିରେ ସ୍ଥାନ ପାଇଛି । ବ୍ରହ୍ମପୁର ଆଇ.ଟି.ଆଇ. ସମେତ ଦେଶର ବିଭିନ୍ନ ରାଜ୍ୟର ଆଇ.ଟି.ଆଇ.ର ଅଧ୍ୟକ୍ଷକୁ ନେଇ ୧୦ ଜଣିଆ କୋର୍‌ କମିଟି ଗଠନ କରାଯାଇଛି ।

ଦେଶର ୧୫ ହଜାର ଆଇ.ଟି.ଆଇକୁ ନିଜର ଦକ୍ଷତା ବିକାଶ ଓ ନାମଲେଖା ବୃଦ୍ଧିକୁ ନେଇ ଅଭିଜ୍ଞତା ବାଣ୍ଟିବ ବ୍ରହ୍ମପୁର ITI
୧୫ ହଜାର ଆଇ.ଟି.ଆଇକୁ ନିଜର ଦକ୍ଷତା ବିକାଶ ଓ ନାମଲେଖା ବୃଦ୍ଧିକୁ ନେଇ ଅଭିଜ୍ଞତା ବାଣ୍ଟିବ ବ୍ରହ୍ମପୁରର ITI
  • News18 Odia
  • Last Updated: September 16, 2021, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହର ପାଇଁ ପୁଣି ଗର୍ବ ଆଣିଲା ସରକାରୀ ଆଇ.ଟି.ଆଇ. । ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଦେଶରେ ସ୍ବତନ୍ତ୍ର ସ୍ଥାନ ବ୍ରହ୍ମପୁର ଆଇ.ଟି.ଆଇ. ଅଧିକାର କରିପାରିଛି । ଦେଶରେ ଥିବା ୧୫,୦୦୦ ଆଇ.ଟି.ଆଇ.ରେ ନାମଲେଖା ବୃଦ୍ଧି ସହ ଜାତୀୟସ୍ତରର ବ୍ରାଣ୍ଡିଂ ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ବିଭାଗ ପକ୍ଷରୁ ଗଠିତ କୋର୍‌ କମିଟିରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇ.ଟି.ଆଇ.।

ଓଡ଼ିଶାର ଏକମାତ୍ର ଆଇ.ଟି.ଆଇ. ଭାବେ କୋର୍‌ କମିଟିରେ ସ୍ଥାନ ପାଇଛି । ବ୍ରହ୍ମପୁର ଆଇ.ଟି.ଆଇ. ସମେତ ଦେଶର ବିଭିନ୍ନ ରାଜ୍ୟର ଆଇ.ଟି.ଆଇ.ର ଅଧ୍ୟକ୍ଷକୁ ନେଇ ୧୦ ଜଣିଆ କୋର୍‌ କମିଟି ଗଠନ କରାଯାଇଛି । ଏହି ୧୦ ଜଣିଆ ସଦସ୍ୟ ଦେଶର ୧୫,୦୦୦ ଆଇ.ଟି.ଆଇ.ରେ ନାମଲେଖା ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ଦକ୍ଷତା ବୃଦ୍ଧି ହେବ ସେ ନେଇ ନିଜର ଅଭିଜ୍ଞତା ବାଣ୍ଟିବେ ।

ଯାହା ଦ୍ବାରା ଅନ୍ୟ ଆଇ.ଟି.ଆଇ. ମାନେ ଏହି ୧୦ ଜଣିଆ ସଦସ୍ୟଙ୍କ ଅଭିଜ୍ଞତାକୁ ନେଇ ନିଜ ଆଇ.ଟି.ଆଇ.ରେ ବ୍ୟବହାର କରିପାରିବେ । ବ୍ରହ୍ମପୁର ଆଇ.ଟି.ଆଇ. ପାଇଁ ଏହା ଏକ ବଡ଼ ସଫଳତା ହୋଇଥିବା ଯୋଗୁଁ ଆଇ.ଟି.ଆଇ.ର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ ସମେତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସୀର ଲହର ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ବିଭାଗ ପକ୍ଷରୁ ଗଠିତ କୋର୍‌ କମିଟିରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇ.ଟି.ଆଇ.


୧୫,୦୦୦ ଆଇ.ଟି.ଆଇ.କୁ ନିଜର ଅଭିଜ୍ଞତା ବାଣ୍ଟିବ ବ୍ରହ୍ମପୁର ଆଇ.ଟି.ଆଇ. । ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ସାଉଁଟିଥିବା ଆଇ.ଟି.ଆଇ. ବର୍ତ୍ତମାନ ଅନ୍ୟ ଆଇ.ଟି.ଆଇ.କୁ ଆଗକୁ ବଢ଼ାଇବାରେ ସହାୟକ ହେବ ।

ଏହି ଅବସରରେ ବ୍ରହ୍ମପୁର ଆଇ.ଟି.ଆଇ.ର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି, ‘‘ଦକ୍ଷତା ବିକାଶ ବିଭାଗ ଅଧିନରେ ଥିବା ତାଲିମ ମହା ନିର୍ଦ୍ଦେଶାଳୟ ପକ୍ଷରୁ ଦେଶରେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସଂସ୍କାର ଆଣିବାକୁ ଯୋଜନା ହୋଇଛି । ସେହି କ୍ରମରେ ମହା ନିର୍ଦ୍ଦେଶାଳୟ ପକ୍ଷରୁ ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ରାଜ୍ୟର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ଓଡ଼ିଶା, ହରିୟାଣା, ଆସାମର ତିନୋଟି ଆଇ.ଟି.ଆଇ.ର ଅଧ୍ୟକ୍ଷ ଓ ମହାରାଷ୍ଟ୍ର କୁର୍ଲା ସ୍ଥିତ ଆଜମଲ ଗ୍ରାମୀଣ ଟେକନଲୋଜି ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ନେଇ ୧୦ ଜଣିଆ କୋର୍‌ କମିଟି ଗଠନ ହୋଇଛି । ଏହି ୧୦ ଜଣିଆ କମିଟି ଦେଶର ୧୫,୦୦୦ ଆଇ.ଟି.ଆଇ.ରେ ନାମଲେଖା ଓ ଦକ୍ଷତା ବୃଦ୍ଧି ପାଇଁ କାମ କରିବେ । ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଏହି କୋର କମିଟିର ସଦସ୍ୟ ହୋଇଥିବା ଯୋଗୁଁ ଏହା ଗର୍ବର ବିଷୟ ।’’

ଆଇଟିଆଇର ଶିକ୍ଷକ କାହ୍ନ ଚରଣ ବେହେରା କହିଛନ୍ତି, ‘‘ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ସମ୍ବଳିତ ଶିକ୍ଷା ପ୍ରଦାନ ଦିଗରେ ଏହି କମିଟି ମାର୍ଗଦର୍ଶନ ଦେବ । ବିଭିନ୍ନ ରାଜ୍ୟରେ ନାମଲେଖା ସଂରକ୍ଷଣ ନୀତି, ନାମଲେଖା ଫି ଦିଗରେ ମଧ୍ୟ ନିର୍ଦ୍ଦେଶାଳୟକୁ ଏହି କମିଟି ବିଭିନ୍ନ ପରାମର୍ଶ ଦେଇପାରିବ । ୧୫,୦୦୦ ଆଇ.ଟି.ଆଇ.କୁ ନିଜର ଅଭିଜ୍ଞତା ବାଣ୍ଟିବା ବହୁତ ବଡ଼ କଥା । ବିଶେଷ କରି ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଇ.ଟି.ଆଇ. ଅନ୍ୟ ମାନଙ୍କୁ ଅଧିକ ପ୍ରେରଣା ଯୋଗାଇ ଦେଇପାରିବ । କାରଣ ଆଇ.ଟି.ଆଇ.ରେ ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକକରଣ ଶିକ୍ଷା ପ୍ରଦାନ କରିବା ସହିତ ଉନ୍ନତ ମାନର ପ୍ରାକ୍ଟିକାଲ୍ ଜ୍ଞାନ ମଧ୍ୟ ପ୍ରଦାନ କରାଯାଉଛି । ଯେଉଁଥି ପାଇଁ ଆଜି ସାରା ଦେଶର ଆଇ.ଟି.ଆଇ.କୁ ନିଜର ଅଭିଜ୍ଞତା ବାଣ୍ଟିବାରେ ସହାୟକ ହୋଇପାରିବ ।’’

ସାରା ଦେଶରେ ବ୍ରହ୍ମପୁର ଆଇ.ଟି.ଆଇ. ୧୨ତମ ସ୍ଥାନରେ ରହିଛି । ଯାହା ଦ୍ବାରା ବ୍ରହ୍ମପୁର ଆଇ.ଟି.ଆଇ.ର ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ନିୟମିତ ଭାବେ ଅନେକ ନାମୀଦାମୀ କମ୍ପାନୀ ଏଠାକୁ ଆସିଥାନ୍ତି, କାରଣ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନରର ଶିକ୍ଷା ପ୍ରଦାନ କରାଯିବା ସହିତ ପ୍ରାକ୍ଟିକାଲ୍‌ ଉପରେ ବେଶ ଗୁରୁତ୍ବ ଦିଆଯାଇଥାଏ । ତେଣୁ ବ୍ରହ୍ମପୁର ଆଇଟିଆଇରେ ପାଠପଢ଼ି ବେଶ ଗର୍ବିତ ଥିବା କହିଛନ୍ତି ଆଇଟିଆଇର ଛାତ୍ର ମୁନା ନାହାକ ।

ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଏହି ସଫଳତାକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେ ଆଇଟିଆକୁ ଧନ୍ୟବାଦ ଜଣାଇଛନ୍ତି ।
Published by: Lipina Das
First published: September 16, 2021, 5:13 PM IST