News18 Odia Digital
ବ୍ରହ୍ମପୁର: ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ହେବା ପରେ ଦିନକୁ ଦିନ ଇ-ବାଇକର ଚାହିଦା ବୃଦ୍ଧି ପାଉଛି, ହେଲେ ଇ-ବାଇକ୍ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ତେଣୁ କମ୍ ଟଙ୍କାରେ କେମିତି ଇ-ବାଇକ୍ ନିର୍ମାଣ କରାଯିବ ସେ ନେଇ ଚିନ୍ତା କରିବା ସହିତ କେତେକ ଇ-ବାଇକ୍ ନିର୍ମାଣ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।
ଅକ୍ଷୟ ପ୍ରଥମେ ସାଇକେଲ୍ ଆକାରର ଏକ ଇ-ବାଇକ୍ ନିର୍ମାଣ କରିଥିଲେ । ମାତ୍ର ୨୫,୦୦୦ ଟଙ୍କାରେ ନିର୍ମିତ ଏହି ଇ-ବାଇକ୍ ମାତ୍ର ତିନି ଘଣ୍ଟା ଚାର୍ଜ ହେବା ପରେ ୬୦ କିଲୋମିଟର ଚାଲିଥାଏ । ଏହି ଇ-ବାଇକ୍ ନିର୍ମାଣ କରି ସଫଳତା ପାଇବା ପରେ ନିଜର ପଲସର୍ ବାଇକ୍ ଓ ଏକ ସ୍କୁଟିକୁ ମଧ୍ୟ ପେଟ୍ରୋଲ୍ ବାଇକରୁ ବ୍ୟାଟେରୀ ବାଇକକୁ ରୂପାନ୍ତରତି କରିଛନ୍ତି ଅକ୍ଷୟ । ତାଙ୍କର ଏଭଳି ଇ-ବାଇକ୍ ନିର୍ମାଣକୁ ନେଇ ତାଙ୍କ ପରିବାର ସହ ଗ୍ରାମବାସୀମାନେ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀ ଦକ୍ଷିଣ ଭାରତୀୟ ସିନେମାରେ ବି ଖୁବ୍ ଧୁମ୍ ମଚେଇଛନ୍ତି
ଅକ୍ଷୟ ଲକଡାଉନ୍ ସମୟରେ ଇ-ବାଇକ୍ ନିର୍ମାଣ କରିବା ପାଇଁ ମନ ବଳାଇଥଲେ । ଏ ନେଇ ସେ କିଛି ଗବେଷଣା କରିଥିଲେ ଓ ୟୁଟ୍ୟୁବ୍ ସହାୟତାରେ ଏକ ଇ-ବାଇକ୍ ନିର୍ମାଣ କରିଥିଲେ ।

ଅକ୍ଷୟ ଲକଡାଉନ୍ ସମୟରେ ଇ-ବାଇକ୍ ନିର୍ମାଣ କରିବା ପାଇଁ ମନ ବଳାଇଥଲେ ।
‘‘ଇ-ବାଇକ୍ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀକୁ ମୁଁ ନିଜେ ହିଁ ପ୍ରସ୍ତୁତ କରିଥିଲି । କେବଳ କିଛି ସାମଗ୍ରୀକୁ ବଜାରରୁ କିଣିଥିଲି । ମାତ୍ର ସାତ ଦିନ ମଧ୍ୟରେ ମୁଁ ନିର୍ମାଣ କରିଥିଲି ଏକ ଇ-ବାଇକ୍ । ତାକୁ ତିନି ଘଣ୍ଟା ଚାର୍ଜ କଲେ ତାହା ୬୦ କିଲୋମିଟର୍ ପର୍ଯ୍ୟନ୍ତ ଚାଲିପାରିବ । ଏହା ପଛକୁ ମଧ୍ୟ ଚାଲିଥାଏ । ଏହାର ସ୍ପିଡ୍ ଲିମିଟ୍ ଘଣ୍ଟା ପ୍ରତି ୪୦ କିଲୋମିଟର୍ ରହିଛି,’’ କହିଛନ୍ତି ଅକ୍ଷୟ ଦାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି
ପ୍ରଥମେ ସାଇକେଲ୍ ଆକୃତିର ଇ-ବାଇକ୍ ନିର୍ମାଣ କରି ସଫଳତା ପାଇବା ପରେ ଅକ୍ଷୟ ଯେତେବେଳେ ନିଜ ପଲସର୍ ବାଇକ୍ ଓ ଏକ ସ୍କୁଟିକୁ ବି ପେଟ୍ରୋଲ୍ ବାଇକରୁ ବ୍ୟାଟେରୀ ବାଇକରେ ରୂପାନ୍ତରତି କଲେ, ତାଙ୍କ ଦକ୍ଷତାକୁ ନେଇ ଗ୍ରାମବାସୀମାନେ ଭୂରିଭୂରି ପ୍ରଶଂସା କରିଥିଲେ । ଗ୍ରାମର ସନ୍ତୋଷ କୁମାର ସାହୁ ନିଜର ଭଙ୍ଗା ସ୍କୁଟିକୁ ଇ-ବାଇକରେ ପରିଣତ କରିବା ପାଇଁ ଅକ୍ଷୟଙ୍କୁ ଦେଇଥିଲେ । ଅକ୍ଷୟ ସେହି ସ୍କୁଟିକୁ ମାତ୍ର ୩୦,୦୦୦ ଟଙ୍କା ଖର୍ଚ୍ଚରେ ଇ-ବାଇକ ମଡ଼େଲରେ ରୂପାନ୍ତରିତ କରିଥିଲେ । ଏହି ଇ-ବାଇକକୁ ଧରି ଏବେ ବେଶ ଖୁସୀରେ ଯାତାୟତ କରୁଛନ୍ତି ସନ୍ତୋଷ ।
ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ
‘‘ମୁଁ ପୂର୍ବରୁ ଏହି ସ୍କୁଟିକୁ ଧରି ଶହ ଶହ ଟଙ୍କାର ପେଟ୍ରୋଲ୍ ପକାଇ ଯାତାୟତ କରୁଥିଲି । କିନ୍ତୁ ବର୍ତ୍ତମାନ କମ୍ ଟଙ୍କା ଖର୍ଚ୍ଚ କରି ଏବେ ସବୁଠି ଯାତାୟତ କରିପାରୁଛି । ଏଥି ପାଇଁ ଅକ୍ଷୟଙ୍କୁ ସାଧୁବାଦ ଦେଉଛି,’’ କହିଛନ୍ତି ସନ୍ତୋଷ ସାହୁ ।
ଗାଁର ଅନେକ ଛାତ୍ର ଓ ଯୁବକ ଅକ୍ଷୟଙ୍କ ଏହି ଦକ୍ଷତାକୁ ଦେଖି ଶିକ୍ଷା ଲାଭ ବି କରୁଛନ୍ତି । ‘‘ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲର ଦାମ୍ ବଜାରରେ ଯାହା ରହୁଛି, ସେଥିରେ ବାଇକ ଧରି ଯାତାୟତ କରିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ନୁହେଁ । ଏଭଳି ସମୟରରେ ଅକ୍ଷୟଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଇ-ବାଇକ ଗ୍ରାମବାସୀଙ୍କ ନିମନ୍ତେ ବେଶ୍ ଆକର୍ଷଣୀୟ । ଏଭଳି କିଛି ଇ-ବାଇକ୍ ନିର୍ମାଣ କରି ଦେବା ପାଇଁ ଅକ୍ଷୟଙ୍କୁ ଅର୍ଡ଼ର ବି ମିଳିଛି,’’ କହିଛନ୍ତ ରାମଚନ୍ଦ୍ରପୁରର ବାସିନ୍ଦା ସୁବାଷ ଚନ୍ଦ୍ର ସାହୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।