ସ୍ୱାମୀଙ୍କ ସହ ୭ ଦିନ ଏକାଠି ରହିବେ ତପସ୍ବିନୀ; ଥାନାଧିକାରୀଙ୍କ ଦେଖାଶୁଣାରେ ରହିବେ: କହିଲେ କୋର୍ଟ

Berhampur woman to stay with husband for 7 days says court | ତପସ୍ୱିନୀଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଡଃ ସୁମିତ ଏହି ସାତ ଦିନ ମଧ୍ୟରେ ତପସ୍ୱିନୀଙ୍କର ସବୁ ଦାୟିତ୍ୱ ଯଥା ଖାଇବା ପିଇବା ଓ ଔଷଧ ଆବଶ୍ୟକତା ଆଦିର ଦାୟିତ୍ୱ ନେବେ ବୋଲି ବି କହିଛନ୍ତି କୋର୍ଟ୍ ।

ତପସ୍ୱିନୀ ଦାସ ଓରଫ ଡିମ୍ପଲ୍; (ଡାହାଣ) ଡଃ ସୁମିତଙ୍କ ସହ ପୂର୍ବର ଏକ ସମୟରେ ସେ

ତପସ୍ୱିନୀ ଦାସ ଓରଫ ଡିମ୍ପଲ୍; (ଡାହାଣ) ଡଃ ସୁମିତଙ୍କ ସହ ପୂର୍ବର ଏକ ସମୟରେ ସେ

  • Share this:
News18 Odia Digital
ବ୍ରହ୍ମପୁର: ନବ ବଧୂ ଭାବେ ସଜ ହୋଇ ଗତ ୧୧ ଦିନ ଧରି ବ୍ରହ୍ମପୁରରେ ନିଜ ସ୍ୱାମୀଙ୍କ ଘର ସାମନାରେ ଧାରଣାରେ ବସିଥିବା ତପସ୍ୱିନୀ ଦାସ ଓରଫ ଡିମ୍ପଲ୍‌ ଆଗାମୀ ସାତ ଦିନ ସ୍ୱାମୀ ଡାକ୍ତର ସୁମିତ କୁମାର ସାହୁଙ୍କ ସହ ଏକାଠି ରହିବେ । ତପସ୍ବିନୀଙ୍କ ପିଟିସନର ଶୁଣାଣି କରି ଏହି ଗୁରୁତ୍ବପୂ୍ର୍ଣ୍ଣ ରାୟ ଦେଇଛନ୍ତି ବ୍ରହ୍ମପୁର ଏସ୍‌.ଡି.ଜେ.ଏମ୍‌. (SDJM) କୋର୍ଟ।

ଏ ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ସୁମିତ ତାଙ୍କ ସହ ଆସିକାରେ ରହିବେ । ଗୁରୁବାର ଦିନ ଆସିଥିବା କୋର୍ଟଙ୍କ ରାୟ ଅନୁସାରେ ଏହି ସାତ ଦିନ ଯାଏଁ ଦମ୍ପତିଙ୍କୁ କୌଣସି ତୃତୀୟ ବ୍ୟକ୍ତି – ଉଭୟଙ୍କ ପରିବାର ଲୋକ କିମ୍ବା କୌଣସି ସମାଜସେବୀ – ଭେଟିବା ମନା ହୋଇଛି । ସାତ ଦିନ ଦିନ ପରେ ପୁଣି କୋର୍ଟରେ ଏହି ମାମଲାର ପରର୍ବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଶାଶୂଘରେ ରହିବା ଦାବିରେ ବ୍ରହ୍ମପୁରରେ ୧୧ ଦିନ ଧରି ଧାରଣା ଦେଇଥିଲେ ତପସ୍ବିନୀ । ହେଲେ ତାଙ୍କ ସ୍ବାମୀଙ୍କ ଘର ଲୋକ କିଛି ଶୁଣି ନ ଥିଲେ। ତେଣୁ ବାଧ୍ୟ ହୋଇ ସେ କୋର୍ଟର ଆଶ୍ରୟ ନେଇଥିଲେ । ବୁଧବାର ଦିନ SDJM କୋର୍ଟ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ କାଉନସିଲିଂ କରିଥିଲେ ଓ ଗୁରୁବାର ଦିନ ତାଙ୍କ ମାମଲାର ଶୁଣାଣି ହୋଇଥିଲା ।

ଡଃ ସୁମିତଙ୍କ ଘର ସାମନାରେ ଦୀର୍ଘ ୧୧ ଦିନ ଏମିତି କନିଆ ବେଶରେ ଧାରଣାରେ ବସିଥିଲେ ତପସ୍ୱିନୀ ଦାସ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; ‘‘ସେ ଆଘାତ ସବୁ ଦିନ ରହିବ’’

‘‘ତପସ୍ୱିନୀଙ୍କ ଦୀର୍ଘ ଦିନର ତପସ୍ୟା ଆଜି ସାର୍ଥକ ହୋଇଛି । ପୀଡି଼ତା ତପସ୍ବିନୀ, ସ୍ବାମୀ ସୁମିତ ଓ ଶଶୁର ଏସ୍‌.ଡି.ଜେ.ଏମ୍‌. କୋର୍ଟରେ ହାଜର ହୋଇଥିଲେ । ଉଭୟ ପକ୍ଷଙ୍କ ମତାମତ ନେବା ପରେ ନ୍ୟାୟାଧୀଶ ଏହି ରାୟ ଦେଇଛନ୍ତି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ କାରଣ ଏହା ଦ୍ୱାରା ଉଭୟଙ୍କୁ ମିଶିବା ପାଇଁ ସୁଯୋଗ ମିଳିଛି ଓ ଏଥିରେ ପ୍ରେମର ବିଜୟ ଘଟିଛି । ସେ ଦୁହିଁଙ୍କ ରହିବାର ଦାୟିତ୍ୱ ଆସିକା ଥାନାଧିକାରୀ କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ ଏହା ବି କହିଛନ୍ତି ଯେ ଏହି ସାତ ଦିନ ମଧ୍ୟରେ ସୁମିତ ତପସ୍ୱିନୀଙ୍କ ସବୁ ଦାୟିତ୍ୱ ଯଥା ଖାଇବା ପିଇବା ଓ ଔଷଧ ଆଦିର ଦାୟିତ୍ୱ ନେବେ,’’ କହିଛନ୍ତି ତପସ୍ଵିନୀଙ୍କ ଓକିଲ ପ୍ରଦୀପ ବେହେରା ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୁଦ୍ଧରେ କାହିଁକି ଜାରି ହେଲା ୱାରେଣ୍ଟ୍? ଜାଣନ୍ତୁ ପୂରା ମାମଲା

ତପସ୍ୱିନୀ ଦାସ ଓରଫ ଡିମ୍ପଲଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ସେପ୍ଟେମ୍ବର ୭, ୨୦୨୦ରେ କୋର୍ଟରେ ବିବାହ କରି ଦୀର୍ଘ ସାତ ମାସ ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ଏକ ଭଡ଼ା ଘରେ ରହିବା ପରେ ଡାକ୍ତର ସୁମିତ କୁମାର ସାହୁ ତାଙ୍କୁ ଛାଡି଼ ନିଜ ବାପା ଓ ମାଙ୍କ ନିକଟକୁ ଫେରିଯାଇଥିଲେ । ସୁମିତ ହିନ୍ଦୁ ରୀତି ନୀତି ଅନୁଯାୟୀ ତାଙ୍କୁ ବିବାହ କରିବା ପରେ ଘରକୁ ଆଣିବେ ବୋଲି କହିଥିଲେ ବୋଲି ସେ କହିଛନ୍ତି । କିନ୍ତୁ ଡାକ୍ତର ସାହୁ ଓ ତାଙ୍କ ପରିବାର ବାରମ୍ୱାର ବିବାହର ପ୍ରତିଶୃତି ଦେଇ ଭଣ୍ଡାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଡିମ୍ପଲ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ନଭେମ୍ବର ୨୨ ତାରିଖ ଦିନ ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ସତ୍ତ୍ୱେ ସୁମିତଙ୍କ ପରିବାର ପକ୍ଷରୁ ବିବାହ ଉତ୍ସବ ପାଇଁ କୌଣିସି ଆୟୋଜନ ହୋଇ ନ ଥିବାରୁ ଡିମ୍ପଲ ବିବାହ ପୋଷାକରେ ସଜବାଜ ହୋଇ ଶଙ୍ଖ ଓ ମୃଦୁଙ୍ଗ ବାଦକମାନଙ୍କ ସହ ଆସି ସୁମିତଙ୍କ ବ୍ରହ୍ମପୁର ସ୍ଥିତ ଘର ସାମ୍ମାରେ ଧାରଣା ଦେବା ଆରମ୍ଭ କରିଥିଲେ । ତାଙ୍କୁ ଡାକ୍ତର ସୁମିତ ନିଜ ସ୍ତ୍ରୀ ଭାବେ ଗ୍ରହଣ କରିବା ଦାବିରେ ସେ ଅଡ଼ି ବସିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଉଛି

ଘଟଣା ସ୍ଥଳରେ ମହିଳା ଥାନା ପୋଲିସ ପହଞ୍ଚି ଡ଼ିମ୍ପଲଙ୍କୁ ବୁଝାସୁଝା କରିଥଲେ ସୁଦ୍ଧା ସେ ସୁମିତଙ୍କ ଘର ବାରଣ୍ଡାରୁ ହଟି ନ ଥିଲେ ଓ ଏମିତି ଲଗାତର ୧୧ ଦିନ ଧାରଣାରେ ବସିରହିଥିଲେ । ଇତି ମଧ୍ୟରେ ଡଃ ସୁମିତ ଡିମ୍ପଲଙ୍କଠାରୁ ଛାଡ଼ପତ୍ର ନେବାକୁ କୋର୍ଟରେ ଆବେଦନ କରିଥିବା ବି ଜଣାପଡ଼ିଛି ।
Published by:Anand S.T. Das
First published: