• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିବାହରେ ସସ୍‌ପେନ୍ସ: ରାତି ସାରା ଚାହିଁ ରହିଲେ ତପସ୍ୱିନୀ, ହେଲେ ତାଙ୍କୁ ଛାଡ଼ି ‘‘ଫେରାର୍’’ ହେଲେ ଡଃ ସୁମିତ

ବିବାହରେ ସସ୍‌ପେନ୍ସ: ରାତି ସାରା ଚାହିଁ ରହିଲେ ତପସ୍ୱିନୀ, ହେଲେ ତାଙ୍କୁ ଛାଡ଼ି ‘‘ଫେରାର୍’’ ହେଲେ ଡଃ ସୁମିତ

Berhampur woman Tapaswini Dash says husband Dr Sumit Sahu goes missing despite her efforts | ‘‘ମୋ’ ହଜବ୍ୟାଣ୍ଡ୍ ଫେରାର୍ ଅଛନ୍ତି… ମୁଁ ଆଉ କିଛି କରିପାରୁନି । ମୋତେ କେହି ସହଯୋଗ କରୁନାହାନ୍ତି,’’ ଏକ ଭିଡିଓ କ୍ଲିପ୍ ଜାରି କରି କାନ୍ଦି କାନ୍ଦି କହିଛନ୍ତି ତପସ୍ୱିନୀ ଦାଶ । ଏହାର ଦିନକ ଆଗରୁ କୋର୍ଟ ଏହି ଦମ୍ପତିଙ୍କୁ ଆଉ ଏକ ସପ୍ତାହ ଏକାଠି ବିତାଇବାକୁ କହିଥିଲେ ।

ତପସ୍ୱିନୀ ଦାଶ; (ମଝି) ଡଃ ସୁମିତ କୁମାର ସାହୁଙ୍କ ସହ ସେ

ତପସ୍ୱିନୀ ଦାଶ; (ମଝି) ଡଃ ସୁମିତ କୁମାର ସାହୁଙ୍କ ସହ ସେ

  • Share this:
News18 Odia Digital

ଭୁବନେଶ୍ୱର: କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ରହ୍ମପୁରର ଡାକ୍ତର ସ୍ବାମୀ ସୁମିତ କୁମାର ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶ ପୁଣି ଆଉ ସପ୍ତାହେ ଏକାଠି ରହିବା ଘଟଣାରେ ନୂଆ ମୋଡ଼ ଆସିଛି । କୋର୍ଟ ଏହି ପରାମର୍ଶ ଶୁଣାଇବାର ଦିନକ ପରେ ହିଁ ସ୍ବାମୀ ଡାକ୍ତର ସୁମିତ କେଉଁଆଡ଼େ ‘‘ଫେରାର୍‌ ହୋଇଯାଇଛନ୍ତି’’ ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ ତପସ୍ବିନୀ । ଦୁଇଟି ଭିଡିଓ କ୍ଲିପ୍‌ ଜାରି କରି ତପସ୍ୱିନୀ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି ।

‘‘ସେ କାଲିଠୁ ହିଁ ଚେଷ୍ଟା କରୁଥିଲେ ଭାଗିକି ଯିବା ପାଇଁ ଏଠୁ । କିନ୍ତୁ ମୁଁ ତାଙ୍କୁ ସେ ସୁଯୋଗ ଦେଇ ନ ଥିଲି । ମୁଁ ରାତି ସାରା ଅନିଦ୍ରା ହୋଇ ରହିଥିଲି । ସେ ଦିନ ପୋଲିସ ପ୍ରୋଟେକ୍ସନ୍‌ ବି ଥିଲା । କିନ୍ତୁ ଆଜି ସେମିତି କିଛି ନ ଥିଲା । ଆଜି କେବଳ ଜଣେ ପୋଲିସ ଏସ୍‌.ଆଇ. ଥିଲେ ଓ ଦୁଇ ଜଣ ଲେଡି କନଷ୍ଟେବ୍ଲ ଥିଲେ । ତାଙ୍କ ଉପସ୍ଥିତିରେ ସେ ଚାଲିଗଲେ,’’ ଭିଡିଓ କ୍ଲିପରେ କହିଛନ୍ତି ଛତ୍ରପୁରର ୨୬-ବର୍ଷୀୟା ତପସ୍ୱିନୀ ଦାଶ । ତାଙ୍କ ଓକିଲ ପ୍ରଦୀପ କମାର ବେହେରା କହିଛନ୍ତି ଯେ ୩୦-ବର୍ଷୀୟ ଡଃ ସାହୁ ଡିସେମ୍ବର ୧୦ (ଶୁକ୍ରବାର) ସକାଳ ୧୧ଟାରେ ଆସିକାର ଗେଷ୍ଟ ହାଉସରୁ ତପସ୍ୱିନୀଙ୍କୁ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି । କିନ୍ତୁ ଏହି ମାମଲା ବିଷୟରେ ଡଃ ସାହୁଙ୍କ ଓକିଲ ଭିନ୍ନ ମତ ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ଏ ବିବାହ ବଞ୍ଚିବ ତ? ସପ୍ତାହେ ଏକାଠି ରହିବା ପରେ କୋର୍ଟ କହିଲେ: ଆଉ ସପ୍ତାହେ ଦୁହେଁ ଏକାଠି ରୁହ

ସେପ୍ଟେମ୍ବର ୭, ୨୦୨୦ରେ ଯୁବ ଡାକ୍ତର ସୁମିତ କୁମାର ସାହୁଙ୍କୁ ବିବାହ କରି ସାତ ମାସ ତାଙ୍କ ସହ ଏକାଠି ବିତାଇଥିଲେ ବୋଲି କହୁଥିବା ତପସ୍ୱିନୀ ଗତ ନଭେମ୍ବର ମାସରେ ଅଭିଯୋଗ କରିଥିଲେ ଯେ ଡଃ ସାହୁ ଆଉ ତାଙ୍କୁ ସ୍ତ୍ରୀ ରୂପେ ସ୍ୱୀକାର କରୁନାହାନ୍ତି । ନିଜ ବିବାହକୁ ବଞ୍ଚାଇ ରଖିବା ପାଇଁ ତପସ୍ୱିନୀ ନାଟକୀୟ ଢଙ୍ଗରେ ସ୍ୱାମୀ ଡଃ ସୁମିତ କୁମାର ସାହୁଙ୍କ ବ୍ରହ୍ମପୁରର ବ୍ରହ୍ମାନଗରରେ ଥିବା ଘର ସାମ୍ନାରେ ନଭେମ୍ବର ୨୨ରୁ ଦୀର୍ଘ ଦଶ ଦିନ ଦଶ ରାତି ଦିନ ଧାରଣାରେ ବସିଥିଲେ । ତା’ ପରେ ବ୍ରହ୍ମପୁର ଏସ୍‌.ଡି.ଜେ.ଏମ୍. କୋର୍ଟ ଡିସେମ୍ବର ୨ ତାରିଖରେ ଉଭୟଙ୍କୁ ଏକାନ୍ତରେ ଗୋଟିଏ ଘରେ ସାତ ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନବ ବଧୂ ବେଶରେ ୧୦ ଦିନର ଅନଶନ ସମୟରେ ତପସ୍ୱିନୀ ଦାଶ


ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଆସିକାରେ ଥିବା ଏକ ଚିନି ମିଲର ଗେଷ୍ଟ ହାଉସରେ ପୋଲିସ ସୁରକ୍ଷା ମଧ୍ୟରେ ସାତ ଦିନ ଏକାଠି ରହିବା ପରେ ଉଭୟ ତପସ୍ୱିନୀ ଓ ଡଃ ସାହୁ ଡିସେମ୍ବର ୯ ତାରିଖରେ କୋର୍ଟରେ ହାଜର ହୋଇଥିଲେ । ସେ ଦୁହିଁଙ୍କ ସାତ ଦିନର ସମ୍ପର୍କ ବିଷୟରେ ପୋଲିସର ଏକ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସମ୍ପର୍କକୁ ଆହୁରି ସୁଧାରିବାକୁ କୋର୍ଟ ଉଭୟଙ୍କୁ ଆଉ ସାତ ଦିନ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

‘‘ସବୁ ଦିନ ତାଙ୍କର ଡ୍ୟୁଟି ଟାଇମ୍‌ ଥାଏ ସକାଳ ୧୧ଟାରୁ ରାତି ୯ଟା ଯାଏଁ । କିନ୍ତୁ କାଲି (ଡିସେମ୍ବର ୯) ସେ ରାତି ୯ଟା ପରେ ବି ଘରକୁ ଆସିଲେ ନାହିଁ । ତା’ ପରେ ମୁଁ ଆସିକା ଥାନାଧିକାରୀଙ୍କୁ ଏ କଥା ଜଣାଇଲି । ପରେ ବୁଝିବାରୁ ସେ କହିଲେ ତାଙ୍କର ନାଇଟ୍‌ ଡ୍ୟୁଟି ଅଛି । ତା’ ପୂର୍ବରୁ ସେ ଘରକୁ ଫେରିବେ ବୋଲି ଡ୍ରାଇଭରକୁ ସନ୍ଧ୍ୟା ୭ଟାରେ ତାଙ୍କ ପାଖକୁ ଆସିବାକୁ କହିଥିଲେ । କିନ୍ତୁ ଯେତେବେଳେ ସେ କୋର୍ଟଙ୍କ ଆଦେଶ ବିଷୟରେ ଜାଣିଲେ ସେତେବେଳେ ସେ ନାଇଟ୍‌ ଡ୍ୟୁଟି ଅଛି ବୋଲି କହିଲେ,’’ ଭିଡିଓରେ କହିଛନ୍ତି ତପସ୍ୱିନୀ ।

ଏହା ବି ପଢ଼ନ୍ତୁ | Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

‘‘ତା’ ପରେ ଆସିକା ଆଇ.ଆଇ.ସି. ତାଙ୍କୁ ଘରକୁ ଆସିବା ପାଇଁ କହିବାରୁ ସେ ଘରକୁ ଆସିଥିଲେ । କିନ୍ତୁ ଆସିବା ପରେ ସେ ମୋତେ କହିଲେ ‘ତୁ ତୋ’ ଘରକୁ ଯା’ । ମୁଁ ତତେ ପଇସା ଦେଇଦେବି । ମୁଁ ତତେ ନେଇକି ଯିବିନି ବିଲକୁଲ୍‌ ବି ।’ ମୁଁ ତାଙ୍କୁ ବହୁତ ରିକ୍ୱେଷ୍ଟ୍‌ କରିଥିଲି । ହେଲେ ମୋ’ ରିକ୍ୱେଷ୍ଟ ସେ ଶୁଣି ନ ଥିଲେ,’’ ସେ କହିଛନ୍ତି ।

ଭିଡିଓରେ ତପସ୍ୱିନୀ ଦାଶ କାନ୍ଦି କାନ୍ଦି ନିଜ ଦୁଃଖ କହୁଛନ୍ତି ।


ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ଆସିକା ନିକଟସ୍ଥ ବାଲିସିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡଃ ସୁମିତ କୁମାର ସାହୁ ଯେମିତି ତପସ୍ୱିନୀଙ୍କୁ ଛାଡ଼ି କୁଆଡ଼େ ଚାଲି ନ ଯାଆନ୍ତି ସେଥି ପାଇଁ ତପସ୍ୱିନୀ ସର୍ବଦା ପ୍ରୟାସରତ ଥିଲେ । ‘‘ମୁଁ ତାଙ୍କୁ ଛକେ ଛକେ ଜଗି ବି ଥିଲି । କିନ୍ତୁ ମୁଁ ଯେତେବେଳେ ଖାଇବା ପାଇଁ ଆସିଥିଲି ସେହି ଦୁଇ ତିନି ମିନିଟରେ ଗୋଟେ ସ୍କୁଟି ଆସିଲା । ପୋଲିସ କର୍ମୀମାନଙ୍କ ଉପସ୍ଥିତିରେ ସେ ସେହି ସ୍କୁଟିରେ ବସି ପଳେଇଲେ ବାହାରି,’’ ସେ ଏହି ଭିଡିଓରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

ଅନ୍ୟ ଏକ ଭିଡିଓ କ୍ଲିପରେ ତପସ୍ୱିନୀ କାନ୍ଦୁଥିବା ଦେଖାଯାଉଛି । ସେ କାନ୍ଦି କାନ୍ଦି କହିଛନ୍ତି, ‘‘ମୋ’ ହଜବ୍ୟାଣ୍ଡ୍‌ ଫେରାର୍‌ ଅଛନ୍ତି । ମୋତେ ନେଇକି… (କାନ୍ଦୁଛନ୍ତି) ମୁଁ ଆଉ କିଛି କରିପାରୁନି । ମୋତେ କେହି ସହଯୋଗ କରୁନାହାନ୍ତି । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଦୟାକରି ଦୋଷୀମାନଙ୍କୁ ଦଣ୍ଡ ଦିଅନ୍ତୁ, ମୋତେ ନ୍ୟାୟ ଦିଅନ୍ତୁ ଆଜ୍ଞା ।’’

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

‘‘ସେ (ସ୍ୱାମୀ ଡଃ ସାହୁ) ପୂର୍ବାହ୍ନ ୧୧ଟାରୁ କୁଆଡ଼େ ଚାଲିଯାଇଛନ୍ତି । ଯେହେତୁ ସେ କୋର୍ଟଙ୍କ ରାୟର ଖିଲାଫ କରିଛନ୍ତି ତାଙ୍କ ବିରୁଦ୍ଧରେ ନିଶ୍ଚୟ ଫୌଜଦାରୀ ମାମଲା ରୁଜୁ ହେବ । ଏଥିରେ ଦ୍ୱିମତ ନାହିଁ । କିନ୍ତୁ ଝିଅର ବର୍ତ୍ତମାନ ପରିସ୍ଥିତି ଖରାପ । ସେ ସମ୍ପୂର୍ଣ୍ଣ ହତାଶ ହୋଇ ବାରଣ୍ଡାରେ ବସିଛି,’’ କହିଛନ୍ତି ତପସ୍ୱିନୀଙ୍କ ଓକିଲ ପ୍ରଦୀପ କମାର ବେହେରା ।

ତପସ୍ୱିନୀ ଦାଶଙ୍କ ଓକିଲ ପ୍ରଦୀପ କୁମାର ବେହେରା


ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

କିନ୍ତୁ ତପସ୍ୱିନୀଙ୍କ ଭିଡିଓ କ୍ଲିପ୍‌ ଓ ତାଙ୍କ ଓକିଲଙ୍କ ବକ୍ତବ୍ୟ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ଡଃ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା ସାମନାକୁ ଆସି ଏସବୁ ବକ୍ତବ୍ୟକୁ ଖଣ୍ଡନ କରିଛନ୍ତି । ‘‘ଡଃ ସୁମିତ କୁମାର ସାହୁଙ୍କ ସହ ଯୋଗାଯୋଗ ହୋଇଛି । ସେ ନିଜ ଶାରୀରିକ ଅସୁସ୍ଥତା ଯୋଗୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ବାଲିସିରାରେ ରେଷ୍ଟ ନେଇଛନ୍ତି । ସେ ନିଜ ଡ୍ୟୁଟିରୁ ପାଞ୍ଚ ଦିନ ପାଇଁ ଛୁଟି ମଧ୍ୟ ନେଇଛନ୍ତି । ଯେହେତୁ ସେ ଜଣେ ମେଡିକାଲ୍‌ ଅଫିସର ତେଣୁ ସେ ଫେରାର୍‌ ହେବାର ପ୍ରଶ୍ନ ଉଠୁନି । ତେଣୁ ଏହାକୁ ଅତିରଞ୍ଜିତ କରା ନ ଯାଉ,’’ କହିଛନ୍ତି ସୁରେନ୍ଦ୍ର ବେହେରା ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

‘‘ନିଜ ଅସୁସ୍ଥତା ମଧ୍ୟରେ ବି ଡଃ ସାହୁ ନିଜ ବନ୍ଧୁମାନଙ୍କ ସହ ଯୋଗାଯୋଗ କରି ନିଜ ସ୍ତ୍ରୀ ତପସ୍ୱିନୀ ଦାଶଙ୍କ ପାଇଁ ଘର ଖୋଜିବାରେ ବ୍ୟସ୍ତ ଅଛନ୍ତି,’’ ସେ କହିଛନ୍ତି । ଦିନକ ପୂର୍ବରୁ କୋର୍ଟ ପରାମର୍ଶ ଦେଇଥିଲେ ଯେ ଡଃ ସାହୁ ଏକ ଭଡ଼ା ଘର ନେଇ ତପସ୍ୱିନୀଙ୍କ ସହ ଆଉ ଏକ ସପ୍ତାହ ଏକାଠି ବିତାଇବେ ଓ ସେହି ସପ୍ତାହ ବିଷୟରେ ପୋଲିସ କୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିବ ।
Published by:Anand S.T. Das
First published: