News18 Odia Digital
ବ୍ରହ୍ମପୁର: ନିଜ ସ୍ବାମୀଙ୍କ ସହ ଶଶୁର ଘରେ ରହିବାର ଅଧିକାର ଦାବି କରି ୧୧ ଦିନ ଧାରଣାରେ ବସିବା ପରେ କୋର୍ଟଙ୍କ ପରାମର୍ଶ ଅନୁସାରେ ସ୍ୱାମୀଙ୍କ ସହିତ ସପ୍ତାହେ ଏକାଠି ବିତାଇସାରିଛନ୍ତି ତପସ୍ବିନୀ ଦାଶ । ଗୁରୁବାର ଦିନ ସପ୍ତାହେ ସରୁଥିବାରୁ ଏବେ ବ୍ରହ୍ମପୁର ଏସ୍.ଡି.ଜେ.ଏମ୍. କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଏହାକୁ ଏବେ ଅପେକ୍ଷା କରିଛନ୍ତି ଉଭୟଙ୍କ ପରିବାର ସହିତ ବ୍ରହ୍ମପୁର ସହରବାସୀ ।
ସ୍ବାମୀ ଡଃ ସୁମିତ କୁମାର ସାହୁଙ୍କ ସହ ଶଶୁର ଘରକୁ ଯିବା ନେଇ ତପସ୍ବିନୀ ଦୀର୍ଘ ୧୧ ଦିନ ଧରି ବ୍ରହ୍ମାନଗରରେ ଥିବା ସୁମିତଙ୍କ ଘର ସମ୍ମଖରେ ଧାରଣା ଦେଇଥିଲେ । ତା’ ପରେ ସେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଙ୍କ ଜରିଆରେ ଏକ ପିଟିସନ୍ କୋର୍ଟରେ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣୀ କରି ସାତ ଦିନ ଧରି ଆସିକା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉଭୟ ତପସ୍ବିନୀ ଓ ସୁମିତ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଦିନ ସପ୍ତାହକର ସମୟ ସୀମା ଶେଷ ହେଉଥିବାରୁ ଉଭୟଙ୍କ ମଧ୍ୟରେ କିଭଳି ରହିଛି ସମ୍ପର୍କ ସେ ନେଇ ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ କୋର୍ଟରେ ରିପୋର୍ଟ ଦାଖଲ କରିବେ । ଏହି ରିପୋର୍ଟକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁନିଜ ଦାବି ନେଇ ଛତ୍ରପୁରର ତପସ୍ବିନୀ ଦାଶ ଦୀର୍ଘ ୧୧ ଦିନ ଧରି ଧାରଣାରେ ବସି ରହିଥିବା ବେଳେ ତାଙ୍କୁ ଅନେକ ସାମାଜିକ ସଙ୍ଗଠନ ସମର୍ଥନ କରିଥିଲେ । ସ୍ବାମୀଙ୍କ ଘର ବାରଣ୍ଡାରେ ବସି ମାଗର୍ଶୀର ମାସ ପ୍ରଥମ ଗୁରୁବାର ମଧ୍ୟ ପାଳିଥିଲେ ତପସ୍ବିନୀ । ଏହା ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅନେକ ଥର ପୋଲିସ ତାଙ୍କୁ ବୁଝାସୁଝା କରି ଧାରଣାରୁ ହଟିବା ପାଇଁ କହିଥିଲେ ସୁଦ୍ଧା ନିଜର ଜିଦରେ ଅଟଳ ରହିଥିଲେ ତପସ୍ବିନୀ । ତା’ ପରେ ଜିଲ୍ଲା ମହିଳ ସୁରକ୍ଷା ଅଧିକାରୀଙ୍କ ଜରିଆରେ ତପସ୍ବିନୀ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଡିସେମ୍ବର ୨ ତାରିଖରେ ସେହି ପିଟିସନର ଶୁଣାଣି କରିଥିଲେ ବ୍ରହ୍ମପୁର ଏସ୍.ଡି.ଜେ.ଏମ୍. କୋର୍ଟ ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ୧୩ଟି ମୃତ ଦେହକୁ DNA ପରୀକ୍ଷା ଦ୍ୱାରା ଚିହ୍ନଟ କରାଯିବ‘‘ଆସିକା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସୁରକ୍ଷିତ ଭାବେ ସାତ ଦିନ ଏକାଠି କହିଛନନ୍ତି । ତପସ୍ବିନୀ ଓ ସୁମିତଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ତା’ ଉପରେ ରିପୋର୍ଟ ଦେବାକୁ ଜଣେ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ସାତ ଦିନ ମଧ୍ୟରେ ନିଶ୍ଚିତ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିଥିବ ବୋଲି ଆଶା କରୁଛୁ,’’ କହିଛନ୍ତି ତପସ୍ବିନୀ ଦାଶଙ୍କ ଓକିଲ ରଞ୍ଜନ ଉପାଧ୍ୟାୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଓ ଫରାହ ଖାନ୍, VIDEO ଛାଡ଼ିଲେତପସ୍ବିନୀଙ୍କ ଧାରଣାକୁ ସମର୍ଥନ କରି ବ୍ରହ୍ମପୁରର ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀର୍ଘ ୧୧ ଦିନ ଧରି ତାଙ୍କ ସହ ଧାରଣାରେ ବସିଥିଲେ । ‘‘ତପସ୍ବିନୀଙ୍କ ଏକାଗ୍ରତା ସହ ସହନଶୀଳତା ପାଇଁ ଆଜି ତାଙ୍କର ବିଜୟ ହୋଇଛି । କୋର୍ଟ ସେମାନଙ୍କୁ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମୁଁ କୋର୍ଟକୁ ଧନ୍ୟବାଦ ଜ୍ଞାପନ କରୁଛି । ସାତ ଦିନ ମଧ୍ୟରେ ତପସ୍ବିନୀ ଓ ସୁମିତଙ୍କ ମଧ୍ୟ ନିଶ୍ଚିତ ଭାବେ ସୁସମ୍ପର୍କ ଗଢ଼ି ଉଠିଥିବ । କାରଣ ଏହି ସାତ ଦିନ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେହି ତୃତୀୟ ବ୍ୟକ୍ତି ତାଙ୍କୁ ସାକ୍ଷାତ କରିପାରୁ ନ ଥିଲେ । ଆସନ୍ତାକାଲି ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ ଯେଉଁ ରିପୋର୍ଟ ଦେବେ ତାହା ଉଭୟଙ୍କ ସମ୍ପର୍କର ଭଲ ଦିଗ ନିଶ୍ଚିତ ଦେଖାଇବ,’’ କହିଛନ୍ତି ତ୍ରିପାଠୀ ।
ଏହା ବି ପଢ଼ନ୍ତୁ | Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ‘‘ତପସ୍ବିନୀ ଧାରଣାରତ ଥିବା ବେଳେ ତାଙ୍କୁ ବହୁ ମହିଳା ସଙ୍ଗଠନ ସମର୍ଥନ କରି ଏହି ମାମଲାର କିଭଳି ସମାଧାନ ହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଧାରଣାସ୍ଥଳକୁ ଯାଇ ଉଭୟ ପରିବାରକୁ ବୁଝାଇଥିଲେ । ବର୍ତ୍ତମାନ ସ୍ବାମୀ ଓ ସ୍ତ୍ରୀ ସାତ ଦିନ ଧରି ଏକାଠି ରହିବା ପରେ ସେମାନଙ୍କ ମଧ୍ୟରେ ରହିଥିବା ମତାନ୍ତର ଓ ମନାନ୍ତର ନିଶ୍ଚିତ ଭାବେ ଦୂର ହୋଇଥିବ ଓ ସେମାନଙ୍କ ମଧ୍ୟରେ ଏକତା ଆସିଥିବ । କିଭଳି ନିଜ ସମ୍ପର୍କକୁ ଆଗକୁ ବଢ଼ାଇବେ ସେ ନେଇ ମଧ୍ୟ ଉଭୟେ ଉଦ୍ୟମ କରିଥିବେ । ତେଣୁ ଆସନ୍ତାକାଲିର ରିପୋର୍ଟକୁ ନେଇ କୋର୍ଟ ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ପଦକ୍ଷେପ ନେବେ ବୋଲି ଆଶା ଆମେ କରୁଛୁ,’’ କହିଛନ୍ତି ସମାଜସେବୀ ସବିତା ସାହୁକାର ।
ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣଗୁରୁବାରର ଶୁଣାଣିକୁ ଉଭୟ ପରିବାର ଲୋକେ ଓ ସହରବାସୀ ଅପେକ୍ଷା କରି ରହିଛନ୍ତି । ଏହି ସାତ ଦିନ ମଧ୍ୟରେ ତପସ୍ବିନୀ ଓ ସୁମିତଙ୍କ ମଧ୍ୟରେ ସମ୍ପର୍କ କେମିତି ରହିଛି ତାହା କୋର୍ଟରେ ଶୁଣାଣି ପରେ ଜଣାପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।