• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୁଣି ପୁରସ୍କୃତ ହେଲା ବ୍ରହ୍ମପୁର; ମିଳିଲା ଗୁଆଙ୍ଗଜୁ ଇଣ୍ଟରନ୍ୟାସନାଲ ଆୱାର୍ଡ ଫର୍‌ ଅର୍ବାନ ଇନୋଭେସନ ପୁରସ୍କାର

ପୁଣି ପୁରସ୍କୃତ ହେଲା ବ୍ରହ୍ମପୁର; ମିଳିଲା ଗୁଆଙ୍ଗଜୁ ଇଣ୍ଟରନ୍ୟାସନାଲ ଆୱାର୍ଡ ଫର୍‌ ଅର୍ବାନ ଇନୋଭେସନ ପୁରସ୍କାର

ପରିବେଶ ସୁରକ୍ଷା ସାଙ୍ଗକୁ ମହିଳା ସଶକ୍ତିକରଣ ଦିଗରେ ଉତ୍ତମମାନର ପଦକ୍ଷେପ ନେଉଥିବା ଯୋଗୁଁ ଗୁଆଙ୍ଗଜୁ ଇଣ୍ଟରନ୍ୟାସନାଲ ଆୱାର୍ଡ ଫର୍‌ ଅର୍ବାନ ଇନୋଭେସନ ପୁରସ୍କାର ହାତେଇଛି ନିଗମ ।

ପୁଣି ପୁରସ୍କୃତ ହେଲା ବ୍ରହ୍ମପୁର

ପୁଣି ପୁରସ୍କୃତ ହେଲା ବ୍ରହ୍ମପୁର

  • Share this:
News18 Odia Digital

ବ୍ରହ୍ମପୁର: ମୁକ୍ତା ଯୋଜନାରେ ସହରାଞ୍ଚଳରେ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ମଣିଷ ମଳ ପରିଚାଳନା ଜରିଆରେ ପରିବେଶ ସୁରକ୍ଷା ଦିଗରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବ୍ରହ୍ମପୁର ମହାନଗର ନିଗମ । ପରିବେଶ ସୁରକ୍ଷା ସାଙ୍ଗକୁ ମହିଳା ସଶକ୍ତିକରଣ ଦିଗରେ ଉତ୍ତମମାନର ପଦକ୍ଷେପ ନେଉଥିବା ଯୋଗୁଁ ଗୁଆଙ୍ଗଜୁ ଇଣ୍ଟରନ୍ୟାସନାଲ ଆୱାର୍ଡ ଫର୍‌ ଅର୍ବାନ ଇନୋଭେସନ ପୁରସ୍କାର ହାତେଇଛି ନିଗମ ।

ଯେଉଁ ମହିଳାମାନଙ୍କ ମଧ୍ୟରେ କିଛି କାମ କରିବା ନିମନ୍ତେ ଇଚ୍ଛାଶକ୍ତି ସେମାନେ ଆଗକୁ ଆସି ସହରର ପରିବେଶ ସୁରକ୍ଷା ଦିଗରେ କାମ କରୁଛନ୍ତି । ଏଥିରେ ମହଳାମାନଙ୍କୁ ବି.ଏମ.ସି. ସହଯୋଗ କରୁଛି । ମହିଳାମାନଙ୍କ ଦ୍ବାରା ହିଁ ବି.ଏମ.ସି. ଅନ୍ତତର୍ଜାତୀୟ ସ୍ତରରେ କୃତିତ୍ବ ଲାଭ କରିଥିବା ଯୋଗୁଁ ସଫଳତାର ଶ୍ରେୟ ସହର ମହିଳାମାନଙ୍କୁ ଦେଇଛନ୍ତି ବି.ଏମ.ସି. କମିଶନର।

ସେପଟେ ସହରର ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବି.ଏମ.ସି.ର ବିଭିନ୍ନ ଯୋଜନାରେ ସାମିଲ କରି ସେମାନଙ୍କୁ ରୋଜଗାରକ୍ଷମ କରାଇପାରୁଛି । ଯାହାଫଳରେ ମହିଳାମାନେ ସଶକ୍ତିକରଣ ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ତେଣୁ ଆଗାମୀ ଦିନରେ ଏଭଳି ମହିଳାମାନଙ୍କ ନିମନ୍ତେ ବି.ଏମ.ସି.ର କାର୍ଯ୍ୟ ଜାରି ରହୁ ବୋଲି କହିଛନ୍ତି ବ୍ରହ୍ମପୁରର ମହିଳାମାନେ।

ଗୁଆଙ୍ଗଜୁ ଇଣ୍ଟରନ୍ୟାସନାଲ ଆୱାର୍ଡ ଫର୍‌ ଅର୍ବାନ ଇନୋଭେସନ ପୁରସ୍କାର ହାତେଇଛି ନିଗମ


ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ୧୧୪ଟି ପୌରାଞ୍ଚଳକୁ ପୁରସ୍କାର ମିଳିଥିବା ବେଳେ କେବଳ ବ୍ରହ୍ମପୁରକୁ ଦୁଇଟି ବର୍ଗରେ ସ୍ଥାନ ମିଳିଛି ।

ଏହି ଅବସରରେ ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଥିଲେ, ‘‘ଏହି ପ୍ରତିଯୋଗିତାରେ ମୋଟ ୬୦ଟି ଦେଶର ୧୭୫ଟି ସହରର ୨୭୩ଟି କାର୍ଯ୍ୟକ୍ରମ ଭାଗ ନେଇଥିଲା । ବ୍ରହ୍ମପୁରର ଏହି ସଫଳତାକୁ ନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି । ପୂର୍ବ ବର୍ଷ ମଧ୍ୟ ବ୍ରହ୍ମପୁର ମହାନଗର ନିଗମକୁ ଏହି ପୁରସ୍କାର ମିଳିଥିଲା । ଲଗାତାର ଭାବେ ମଣିଷ ମଳ ପରିଚାଳନା ଓ ମହିଳା ସଶକ୍ତିକରଣ ଦିଗରେ ସଫଳତା ହାସଲ କରୁଛି ବ୍ରହ୍ମପୁର ମହାନଗର ନିଗମ । ପୁରସ୍କାରକୁ ନେଇ ଆମେ ଖୁସି ଅନୁଭବ କରୁଛୁ।’’

ବ୍ରହ୍ମପୁର ସହରରେ ରହିଥିବା ମହିଳାମାନଙ୍କୁ ଚୟନ କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ କରାଯାଉଛି । ଏହା ପରେ ବି.ଏମ.ସି. ନିଜର ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ସାମିଲ କରୁଛି। ସହରରେ ମୁକ୍ତା ଯୋଜନା, ବସ୍ତ୍ର ଉପହାର କେନ୍ଦ୍ର ଭଳି ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ନିୟୋଜିତ କରାଉଛି । ଯାହା ଦ୍ବାରା ବିଏମସି ନିଜର କାର୍ଯ୍ୟକୁ ସଠିକ୍‌ ଭାବେ କରିପାରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ବି.ଏମ.ସି. ମହିଳାମାନଙ୍କୁ ନିଯୁକ୍ତି ଦେବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଇପାରୁଛି । ବି.ଏମ.ସି.ର ବିଭିନ୍ନ ଯୋଜନାରେ ସହରର ମହିଳାମାନେ କାମ କରି ବର୍ତ୍ତମାନ ରୋଜଗାରକ୍ଷମ ହେବା ସହିତ ସଶକ୍ତିକରଣ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ବି.ଏମ.ସି. ନିଜର ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କୁ ସଶକ୍ତିକରଣ କରିବା ଦିଗରେ ସହାୟକ ହେଉ ବୋଲି କହିଥିଲେ ବ୍ରହ୍ମପୁର ବାସିନ୍ଦା ଶରିତା ପଣ୍ଡା ।

ପୁଣି ପୁରସ୍କୃତ ହେଲା ବ୍ରହ୍ମପୁର


ବ୍ରହ୍ମପୁର ବାସିନ୍ଦା ଲୋପାମୁଦ୍ରା ସାମଲ କହିଥିଲେ, ‘‘ପୂର୍ବରୁ ମହିଳାମାନେ ଘରେ ରହି ଆଚାର, ପାମ୍ପଡ଼ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ପୂର୍ବରୁ କେବଳ ଘରେ ରହି ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ବର୍ତ୍ତମାନ ଘର ବାହରାକୁ ଆସି ବି.ଏମ.ସି.ର ବିଭିନ୍ନ ଯୋଜନାରେ ସାମିଲ ହେବା ସହିତ ସହରର ପରିବେଶ ସୁରକ୍ଷା ଦିଗରେ ମଧ୍ୟ ବର୍ତ୍ତମାନ ମହିଳାମାନେ କାମ କରି ଆସୁଛନ୍ତି । ତେଣୁ ବି.ଏମ.ସି. ପକ୍ଷରୁ ମହିଳାଙ୍କୁ ଏଭଳି କାମ ଯୋଗାଇ ଦିଆଗଲେ ଆଗାମୀ ଦିନରେ ମହିଳାଙ୍କ ପାଇଁ ସମାଜରେ ସମ୍ମାନର ସହିତ ବଞ୍ଚିବା ନିମନ୍ତେ ଆଉ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି କହିଛନ୍ତି ।’’

ପରିବେଶ ସୁରକ୍ଷା ଓ ମହିଳା ସଶକ୍ତିକରଣ ଦିଗରେ ବି.ଏମ.ସି. ହାସଲ କରିଥିବା ଆନ୍ତର୍ଜାତୀୟ ଗୁଆଙ୍ଗଜୁ ପୁରସ୍କାର ହାସଲ କରିଥିବା ବେଳେ ଆଗାମୀ ଦିନରେ ଏଭଳି ଆଉ କିଛି ନୂଆ ଯୋଜନା ମାଧ୍ୟମରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ରଖିଛି ବି.ଏମ.ସି. ।
Published by:Lipina Das
First published: