ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ମରୁଡ଼ି; ଅଭାବ ପୂରଣ ନ ହେଲେ ହେବ ବଡ଼ ଆନ୍ଦୋଳନ

ଧିରେ ଧିରେ ଡ଼ାକ୍ତର ଶୂନ୍ୟ ହେବାରେ ଲାଗିଛି ଦକ୍ଷିଣ ଓଡ଼ିଶାର ସବୁଠାରୁ ବୃହତ ମେଡ଼ିକାଲ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ବର୍ତ୍ତମାନ ମାତ୍ର ଦୁଇ ମାସ ମଧ୍ୟରେ ଏମକେସିଜି ମେଡ଼ିକାଲରୁ ୨୧ ଜଣ ଅଭିଜ୍ଞ ଡ଼ାକ୍ତରଙ୍କ ବଦଳି ହୋଇସାରିଛି।

ଧିରେ ଧିରେ ଡ଼ାକ୍ତର ଶୂନ୍ୟ ହେବାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ (ପ୍ରତୀକାତ୍ମକ ଛବି)

ଧିରେ ଧିରେ ଡ଼ାକ୍ତର ଶୂନ୍ୟ ହେବାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଧିରେ ଧିରେ ଡ଼ାକ୍ତର ଶୂନ୍ୟ ହେବାରେ ଲାଗିଛି ଦକ୍ଷିଣ ଓଡ଼ିଶାର ସବୁଠାରୁ ବୃହତ ମେଡ଼ିକାଲ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ବର୍ତ୍ତମାନ ମାତ୍ର ଦୁଇ ମାସ ମଧ୍ୟରେ ଏମକେସିଜି ମେଡ଼ିକାଲରୁ ୨୧ ଜଣ ଅଭିଜ୍ଞ ଡ଼ାକ୍ତରଙ୍କ ବଦଳି ହୋଇସାରିଛି। ଡ଼ାକ୍ତର ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ହେବାକୁ ପଡ଼ୁଥିବା ବେଳେ ସେହିପରି ରୋଗୀମାନେ ମଧ୍ୟ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ସ୍ବାସ୍ଥ୍ୟ ସେବାରେ ଓଡ଼ିଶା ନମ୍ବର ୧ ବୋଲି ଡ଼ିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏହା ସହିତ ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ମେଡ଼ିକାଲ କଲେଜ ମଧ୍ୟ ନିର୍ମାଣ ହେଉଛି । ସେହିପରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମଧ୍ୟ ରହିଛି ବିଭିନ୍ନ ବିଭାଗର ବଡ଼ ବଡ଼ କୋଠା । କିନ୍ତୁ ବିଭାଗରେ ଦେଖିଲା ବେଳକୁ ଡ଼ାକ୍ତରଙ୍କ ଘୋର ଅଭାବ। ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଏବେ ଡ଼ାକ୍ତର ମରୁଡ଼ି। ବହୁ ଅଭିଜ୍ଞ ଡ଼ାକ୍ତରଙ୍କ ଅଭାବ ରହିଛି ଏହି ମେଡ଼ିକାଲରେ। ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଏମକେସିଜି ମେଡ଼ିକାଲରୁ ୧୩ ଜଣ ଡ଼ାକ୍ତରଙ୍କୁ ରାଜ୍ୟର ଅନ୍ୟ ମେଡ଼ିକାଲକୁ ବଦଳି କରାଯାଇଥିଲା । ଏହାପରେ ଗତ ୭ ତାରିଖରେ ପୁଣି ଆଉ ୮ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ଏମକେସିଜି ମେଡ଼ିକାଲରୁ ରାଜ୍ୟର ଅନ୍ୟ ମେଡ଼ିକାଲକୁ ବଦଳି କରାଯାଇଥିଲା । ଯାହାଫଳରେ ବର୍ତ୍ତମାନ ଗତ ଦୁଇ ମାସ ମଧ୍ୟରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ୨୧ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ବଦଳି କରାଯାଇଛି । ଯାହାଫଳରେ ଏବେ ଧିରେ ଧିରେ ଡ଼ାକ୍ତର ଶୂନ୍ୟ ହେବାରେ ଲାଗିଛି ଏମକେସିଜି ମେଡ଼ିକାଲ ।

‘‘ଏମକେସିଜିରେ ଡ଼ାକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁରର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ମେଡ଼ିକାଲର ଡ଼ିନ୍‌ଙ୍କ ସହ ସାକ୍ଷାତ କରି ଡ଼ାକ୍ତର ଅଭାବକୁ ପୂରଣ ପାଇଁ ଦାବି କରିଥିଲେ। ଏମକେସିଜି ମେଡ଼କାଲରେ ଡ଼ାକ୍ତର ଅଭାବ ଯୋଗୁଁ ମେଡ଼ିକାଲ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସଠିକ୍‌ ଭାବେ ପାଠପଢ଼ିପାରିବେ ନାହିଁ । ଯାହାଫଳରେ ଏହି ଛାତ୍ରଛାତ୍ରୀମାନେ ଯେଉଁଠିକୁ ନିଯୁକ୍ତି ପାଇଁ ଯିବେ ସେଠାରେ ଉତ୍ତମ ଚିକିତ୍ସା ଯୋଗାଇ ଦେଇପାରିବେ ନାହିଁ,‘‘ କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସଂଘର ସଭାପତି ରାମ କୁମାର ପାତ୍ର।

‘‘ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ ଏମକେସିଜି ମେଡ଼ିକାଲ । ତେଣୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହ ଶହ ରୋଗୀ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି । ଯେଉଁ ବିଶ୍ବାସ ନେଇ ଏମକେସିଜି ମେଡ଼ିକାଲକୁ ରୋଗୀମାନେ ଆସୁଛନ୍ତି ଯଦି ସଠିକ୍‌ ଭାବେ ଚିକିତ୍ସା ସେବା ପାଇବେ ନାହିଁ । ତେବେ ରୋଗୀଙ୍କ ଆସ୍ଥା ମେଡ଼ିକାଲରୁ ଉଠିଯିବ। ତେଣୁ ଡ଼ାକ୍ତର ଅଭାବ ଯୋଗୁଁ ଉଚିତ ଚିକିତ୍ସା ସେବା ପାଇପାରିବେ ନାହିଁ ରୋଗୀ। ତେଣୁ ଡ଼ାକ୍ତର ଅଭାବକୁ ତୁରନ୍ତ ଦୂରୀକରଣ କରାଯାଉ," କହିଛନ୍ତି ବ୍ରହ୍ମପୁର ବାସିନ୍ଦା ରାଜକିଶୋର ।

‘‘ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଡାକ୍ତରଙ୍କୁ ବଦଳି କରାଯାଉଛି। ତେଣୁ ଡ଼ାକ୍ତରଙ୍କ ଅଭାବ ଯୋଗୁଁ କିଭଳି ସମସ୍ୟା ଉପୁଜିବ ନାହିଁ ସେ ନେଇ ଦୃଷ୍ଟି ଦିଆଯାଉଛି। ଯେଉଁ ଡ଼ାକ୍ତର ମାନେ ବର୍ତ୍ତମାନ ଅବସର ନେଇଛନ୍ତି ସେମାନଙ୍କୁ କିଭଳି ଭାବେ ପୁନଃ ନିଯୁକ୍ତି ଦିଆଯିବ ସେ ନେଇ କାର୍ଯ୍ୟ ଜାରି ରହିଛି। ଏହାସହିତ ଯୋଗ୍ୟତା ଭିତ୍ତିରେ କିଛି ଡ଼ାକ୍ତରଙ୍କୁ ପଦୋନ୍ନତି ମଧ୍ୟ କରାଯାଉଛି । ଖୁବଶୀଘ୍ର ଖାଲି ପଡ଼ିଥିବା ଡ଼ାକ୍ତରୀ ପଦବୀ କିଭଳି ପୂରଣ ହେବ ସେ ନେଇ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି,‘‘ କହିଛନ୍ତି ଏମକେସିଜି ମେଡ଼ିକାଲର ଡ଼ିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର ।
Published by:Soumya Das
First published: