କରୋନା ଯୋଗୁଁ ବନ୍ଦ୍ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା; ସହରରେ ଅସନ୍ତୋଷ ବଢ଼ିଲା

ମାଁ ବୁଢ଼ୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ଆଉ ଦୁଇ ଦିନ ହାତରେ ଥିବା ବେଳେ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ବିଚାର ବିମର୍ଷ କରି କରୋନା କଟକଣା ମଧ୍ୟରେ ଯାତ୍ରାକୁ ଅନୁମତି ଦେଉ ବୋଲି ଦାବି କରିଛନ୍ତି ବ୍ରହ୍ମପୁର ସହରବାସୀ ।

କରୋନା ଯୋଗୁଁ ବନ୍ଦ୍ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା; ସହରରେ ଅସନ୍ତୋଷ ବଢ଼ିଲା
ବ୍ରହ୍ମପୁର ସହରବାସୀଙ୍କ ଭାବାବେଗ ସହ ଜଡ଼ିତ ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ।
  • News18 Odia
  • Last Updated: March 21, 2021, 1:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: ଚଳିତ ବର୍ଷ ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ହେବ ନାହିଁ । ଯାତ୍ରା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ମାଁଙ୍କ ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା । ଏହା ସହିତ ସକାଳ ସମୟରେ ଧାଣ୍ଡରା ବଜାଯାଇ ସହରବାସୀଙ୍କୁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହେବାକୁ କୁହାଯାଇଥିଲା । କିନ୍ତୁ ଶୁଭଖୁଣ୍ଟି ପାଇଁ ହେବାକୁ ଥିବା ବୈଠକ ପୂର୍ବରୁ ବି.ଏମ୍‌.ସି. କମିଶନର, ଉପ-ଜିଲ୍ଲାପାଳ ଓ ଯାତ୍ରା ପରିଚାଳକ କମିଟି ମଧ୍ୟରେ ହୋଇଥିବା ବୈଠକରେ ଯାତ୍ରା ଆୟୋଜିତ ନ କରିବାପାଇଁ ନିଷ୍ପତ୍ତି ହୋଇଥିଲା ।

ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସାତ ଦିନରୁ ୧୫ ଦିନ ପାଇଁ ଆୟୋଜିତ କରିବା ସହ ଘଟଯାତ୍ରା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଯୋଗୁଁ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯାଇଛି ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶାସନର କଟକଣା ଆଗରେ ମୁଣ୍ଡ ନୁଆଁଇଛି ଯାତ୍ରା ପରିଚାଳନା କମିଟି । ଏହି ଯାତ୍ରା ବନ୍ଦ ହେବାରୁ ବର୍ଷ ବର୍ଷର ପରମ୍ପରାରେ ଲାଗିଛି ରୋକ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IND Vs ENG: ଭାରତ ଜିତିଲା ମ୍ୟାଚ୍ ସିରିଜ୍; ଇଂଲଣ୍ଡ ବିପକ୍ଷରେ ସବୁଠୁ ବଡ଼ ସ୍କୋର୍ କଲା

‘‘ଯାତ୍ରାର ସମୟସୀମା ମାତ୍ର ସାତରୁ ୧୫ ଦିନ ମଧ୍ୟରେ ହେବ ଓ ଘଟଯାତ୍ରା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଯାତ୍ରା ପରିଚାଳନା କମିଟିକୁ କୁହାଯାଇଥିଲା । କମିଟି ଏଥିରେ ରାଜି ନ ହୋଇ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନେଇଛି । କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ କିଛି କଟକଣା ବି ଜାରି କରାଯାଇଛି । ଯାତ୍ରା ଯଦି ଦୀର୍ଘ ଦିନ ଧରି ଆୟୋଜିତ ହେବ ତେବେ ବାହାର ରାଜ୍ୟ ଓ ଜିଲ୍ଲାର ଲୋକେ ଆସିବାର ସମ୍ଭାବନା ଥିବାରୁ କମ୍‌ ସମୟ ପାଇଁ ଯାତ୍ରା ଆୟୋଜିତ କରିବା ପାଇଁ ଯାତ୍ରା ପରିଚାଳନା କମିଟିକୁ କୁହାଯାଇଛି । ଏହି କମ୍‌ ସମୟ ମଧ୍ୟରେ ଯାତ୍ରା କରିବେ କି ନାହିଁ ତାହା ଯାତ୍ରା ପରିଚାଳନା କମିଟି ନିଷ୍ପତ୍ତି ନେବ,’’ କହିଛନ୍ତି ବି.ଏମ୍‌.ସି. କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର ।

ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ କରିବା ନିଷ୍ପତ୍ତି ବ୍ରହ୍ମପୁର ସହରବାସୀଙ୍କୁ ଖୁବ୍ ଦୁଃଖ ଦେଇଛି ।


ଯାତ୍ରାର ପାରମ୍ପରିକ ସିଦ୍ଧାନ୍ତି ନୀଳମଣି ପୃଷ୍ଟି କହିଛନ୍ତି ଯେ ପୂର୍ବରୁ ୧୯ ଓ ୨୨ ତାରିଖରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ ବୋଲି ଘୋଷଣା କରାଯାଇଥିଲା । ‘‘ହେଲେ ୧୯ରେ ଶୁଭଖୁଣ୍ଟି ସ୍ଥାପନ ହୋଇ ନ ଥିବା ବେଳେ ଆସନ୍ତା ୨୨ ତାରିଖରେ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ଆପୋଷ ବୁଝାମଣା କରି କୋଭିଡ଼ ଗାଇଡ଼ଲାଇନ ଜରିଆରେ ଯାତ୍ରା କରିବା ଆବଶ୍ୟକ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର

‘‘କରୋନା କଟକଣା ମଧ୍ୟରେ କିଭଳି ଶାନ୍ତିଶୃଙ୍ଖଳାର ସହିତ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ହେବ ସେ ନେଇ ବୈଠକ ହୋଇଥିଲା । ପ୍ରଶାସନ ନିଜ ନିଷ୍ପତ୍ତି ଜଣାଇଥିବା ବେଳେ ଯାତ୍ରା ପରିଚାଳନା କମିଟି ମଧ୍ୟ କିଛି ନିଷ୍ପତ୍ତିକୁ ବଦଳାଯାଉ ବୋଲି ପ୍ରଶାସନକୁ ଅନୁରୋଧ କରିଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ କରୋନାର ଭୟ ରହିଥିବା ଯୋଗୁଁ କୌଣସି ନିଷ୍ପତ୍ତିକୁ ପ୍ରଶାସନ ବଦଳାଇ ନ ଥିଲା । ଏହା ଫଳରେ ଏବେ ଠାକୁରାଣୀ ଯାତ୍ରା ବନ୍ଦ ହୋଇଛି । ସେଥି ପାଇଁ ଆମେ ବ୍ରହ୍ମପୁର ସହରବାସୀ ଭାରି ଦୁଃଖିତ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ପି. ଆଶା ରାଣୀ ।

ଏହା ବି ପଢ଼ନ୍ତୁ | ନିଜ ସ୍ୱାମୀଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ଘରେ ପୋତିଦେଲେ ମହିଳା; କାରଣଟି ଚକିତ କରିବ

ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ଆଉ ଦୁଇ ଦିନ ହାତରେ ଥିବା ବେଳେ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ବିଚାର ବିମର୍ଷ କରି କରୋନା କଟକଣା ମଧ୍ୟରେ ଯାତ୍ରାକୁ ଅନୁମତି ଦେଉ ବୋଲି ଦାବି କରିଛନ୍ତି ବ୍ରହ୍ମପୁର ସହରବାସୀ । ସେମାନଙ୍କ ଭାବାବେଗ ସହ ଜଡ଼ିତ ମାଁଙ୍କ ଏହି ଯାତ୍ରାକୁ ଏଭଳି ବନ୍ଦ କରିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା

କରୋନା କଟକଣା ମଧ୍ୟରେ ଯାତ୍ରା ଆୟୋଜନ କରାଯାଉ ବୋଲି ଦାବି କରିଛି ବ୍ରହ୍ମପୁରର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଙ୍ଘ । ‘‘କମ୍‌ ସମୟ ପାଇଁ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଯାତ୍ରା ପରିଚାଳକଙ୍କ ସହ ଆଲୋଚନା କରି ଏ ନେଇ ନିଷ୍ପତ୍ତି ନେବା ଆବଶ୍ୟକ । ଯାତ୍ରାକୁ ଦେଖିବା ପାଇଁ ବ୍ରହ୍ମପୁର ସହରବାସୀ ଦୁଇ ବର୍ଷ ହେଲା ଅପେକ୍ଷା କରିଛନ୍ତି । ଯଦି ମାଁଙ୍କ ଯାତ୍ରା ଆସନ୍ତା ୧୦ ତାରିଖ ମଧ୍ୟରେ ହେବା ପାଇଁ ନିଷ୍ପତ୍ତି ନିଆ ନ ଯାଏ ତେବେ ଏପ୍ରିଲ୍‌ ୧୧ ତାରିଖ ଦିନ ସଙ୍ଘ ପକ୍ଷରୁ ଆମେ ଅନଶନରେ ବସିବୁ,’’ କହିଛନ୍ତି ସଙ୍ଘର ସଭାପତି ରାମ କୁମାର ପାତ୍ର ।



ଆସନ୍ତା ୨୨ ତାରିଖରେ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ଶୁଭ ଦିନ ରହିଥିବା ବେଳେ ଦୁଇ ଦିନ ମଧ୍ୟରେ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ବୁଝାମଣା କରାଯାଇ କିଭଳି ମାଁଙ୍କ ଯାତ୍ରା ହେବ ସେ ନେଇ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।
Published by: Anand Shankar Thankur Das
First published: March 21, 2021, 1:11 AM IST