• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପାଟନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗୀତାରେ ଓଡ଼ିଶାକୁ ଗର୍ବିତ କଲେ ବ୍ରହ୍ମପୁର ITI ଛାତ୍ରଛାତ୍ରୀ

ପାଟନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗୀତାରେ ଓଡ଼ିଶାକୁ ଗର୍ବିତ କଲେ ବ୍ରହ୍ମପୁର ITI ଛାତ୍ରଛାତ୍ରୀ

ପାଟନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗିତାରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସଫଳତା । ତିନୋଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କଲେ ଛାତ୍ରଛାତ୍ରୀ ।

ପାଟାନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗୀତାରେ ଓଡ଼ିଶାକୁ ଗର୍ବିତ କଲେ ବ୍ରହ୍ମପୁର ITI ଛାତ୍ରଛାତ୍ରୀ

ପାଟାନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗୀତାରେ ଓଡ଼ିଶାକୁ ଗର୍ବିତ କଲେ ବ୍ରହ୍ମପୁର ITI ଛାତ୍ରଛାତ୍ରୀ

  • Share this:
News18 Odia Digital

ବ୍ରହ୍ମପୁର: ପୁଣି ବ୍ରହ୍ମପୁର ସହର ପାଇଁ ଗର୍ବ ଆଣିଲା ଆଇଟିଆଇ । ବ୍ରହ୍ମପୁର ଆଇଟିଆର ଛାତ୍ରଛାତ୍ରୀମାନେ ପାଟନାରେ ହୋଇଥିବା ଇଣ୍ଡିଆ ସ୍କିଲ ରିଜୋନାଲ୍ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଆଇଟିଆଇରୁ ସାତ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିରୁ ଚାରି ଜଣ ପ୍ରତିଯୋଗି ପଦକ ହାସଲ କରିପାରିଛନ୍ତି ।

ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ସ୍ବର୍ଣ୍ଣ ପଦକ ଓ ଆଉ ଜଣେ ରୌପ୍ୟ ପଦକ ହାସଲ କରିଛନ୍ତି । ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗିଙ୍କୁ ୨୧,୦୦୦ ଟଙ୍କା ଓ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗିଙ୍କୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ରୂପେ ମିଳିଛି ।

ପଦକ ହାସଲ କରି ଓଡ଼ିଶାକୁ ଫେରିବା ପରେ ଓଡ଼ିଶାର ଦକ୍ଷତା ବିକାଶ ଓ ପ୍ରାଧିକରଣ ମୁଖ୍ୟ ସୁବ୍ରତ ବାଗଚୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗିକୁ ୫୦,୦୦୦ ଓ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗିକୁ ୪୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଏଭଳି ସଫଳତା ପାଇବା ପରେ ପଦକ ହାସଲ କରିଥିବା ପ୍ରତିଯୋଗିମାନେ ବେଶ ଖୁସୀ ଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ ସଫଳତା ହାସଲ କରିବେ ବୋଲି ସେମାନେ ଆଶାବାଦୀ ଅଛନ୍ତି ।

ପାଟାନାରେ ଆୟୋଜିତ ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗୀତାରେ ଓଡ଼ିଶାକୁ ଗର୍ବିତ କଲେ ବ୍ରହ୍ମପୁର ITI ଛାତ୍ରଛାତ୍ରୀ


ପାଟନାରେ ଚମକିଲେ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ପାଟନାରେ ଗତ ୨୦ ତାରିଖରୁ ନେଇ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ଛାତ୍ରଛାତ୍ରୀ ହାସଲ କରିଛନ୍ତି । ଗତ ମାସରେ ଭୁବନେଶ୍ବରରେ ଇଣ୍ଡିଆ ସ୍କିଲର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ଆଇଟିଆର ୧୪ ଜଣ ପ୍ରତିଯୋଗି ସଫଳତା ହାସଲ କରିଥିଲେ ।

ଏଥିମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ସାତ ଜଣ ପ୍ରତିଯୋଗି ଗତ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଟନାରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଆଠଟି ରାଜ୍ୟର ପ୍ରତିଯୋଗୀମାନେ ସାମିଲ ହୋଇଥିଲେ ।

ଇଲେକ୍ଟିକାଲ ଇନ୍‌ଷ୍ଟାଲେସନ୍‌ ବିଭାଗରେ ବରୁଣ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲେଣ୍ଡସ୍କେପ୍‌ ଗାଡ଼େନିଂ ବିଭାଗରେ ପ୍ରଶାଦ କୁମାର ଦାସ ଓ ଉତ୍ତମ ପ୍ରଧାନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପେଣ୍ଟିଂ ବିଭାଗରେ ଅନୁରାଧା ବିଶ୍ବାଳ ରୌପ୍ୟ ପଦକ ହାସଲ କରଥିଲେ । ଏହି ଚାରି ଜଣ ପ୍ରତିଯୋଗି ଓଡ଼ିଶା ଆସିବା ପରେ ଓଡ଼ିଶା ଦକ୍ଷତା ବିକାଶ ଓ ପ୍ରାଧିକରଣର ମୁଖ୍ୟ ସୁବ୍ରତ ବାଗ୍‌ଚୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗିଙ୍କୁ ୫୦,୦୦୦ ଟଙ୍କା ଓ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗିଙ୍କୁ ୪୦,୦୦୦ ଟଙ୍କା ପ୍ରଦାନ କରିଥିଲେ ।

‘‘ଏଭଳି ସଫଳତା ପାଇ ବେଶ ଖୁସୀ ଅଛନ୍ତି ପ୍ରତିଯୋଗୀ । ଆଇଟିଆରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ପ୍ରାକ୍ଟିକାଲ ମଧ୍ୟ ପ୍ରତିଯୋଗିତାରେ ସଫଳତା ଆଣିବାରେ ବେଶ ସେମାନଙ୍କୁ ସହାୟକ ହୋଇଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଚିତ ପରାମର୍ଶ ସହ ଶିକ୍ଷା ପ୍ରଦାନ ଦ୍ବାରା ଏଭଳି ସଫଳତା ମିଳିଛି । ଆଗାମୀ ଦିନରେ ହେବାକୁ ଥିବା ଇଣ୍ଡିଆ ସ୍କିଲ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିବେ,’’ କହିଛନ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଛାତ୍ର ପ୍ରଶାଦ କୁମାର ଦାସ।

‘‘ପ୍ରତିଯୋଗିତାରେ ଦେଶର ୮ଟି ରାଜ୍ୟର ପ୍ରତିଯୋଗିମାନେ ଭାଗ ନେଇଥିବା ଯୋଗୁଁ ସଫଳତା ହାସଲ କରିବା ବେଶ କଷ୍ଟ ଥିଲା । ତଥାପି ମଧ୍ୟ ସଫଳତା ଆଣିବା ନେଇ ଚେଷ୍ଟା ସମ୍ପୂର୍ଣ୍ଣ ମାତ୍ରାରେ କରିବା ପରେ ତାହା ସଠିକ୍‌ ପ୍ରମାଣିତ ହୋଇପାରିଛି । ରିଜୋନାଲ ପ୍ରତିଯୋଗିତାରେ ରୌପ୍ୟ ପାଇଥିବା ବେଳେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ନିଶ୍ଚିତ ଭାବେ ହାସଲ କରିବି,’’ କହିଛନ୍ତି ରୌପ୍ୟ ପଦକ ହାସଲ କରିଥିବା ଛାତ୍ରୀ ଅନୁରାଧା ବିଶ୍ବାଳ ।

ଆଇଟିଆଇର ଶିକ୍ଷକ ବାବୁ ସାହୁ, ‘‘ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷ କରି ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ଇଣ୍ଡିଆ ସ୍କିଲରେ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଥିଲା । ଏହା ସହିତ କେବଳ ଯେ ଆଇଟିଆଇର ଶିକ୍ଷକ ଶିକ୍ଷୟତ୍ରୀ ତାଲମ ଦେଉଥିଲେ ତାହା ନୁହେଁ ବରଂ ଭୁବନେଶ୍ବରରେ ମଧ୍ୟ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନେ ରିଜୋନାଲ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ପରବର୍ତ୍ତୀ ସମୟରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କିଭଳି ସଫଳତା ହାସଲ କରିବେ ସେ ନେଇ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ତାଲିମ ପ୍ରଦାନ କରାଯିବ ।’’

‘‘ରିଜୋନାଲ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର । ମାତ୍ର କମ୍ ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନ ହାସଲ କରିଥିବା ବେଳେ ପ୍ରତିଯୋଗିତାରେ କିଭଳି ସଫଳତା ହାସଲ କରିବେ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିବା ବେଳେ ତାହାକୁ ସଫଳତାର ସହ ପୂରଣ କରିଛନ୍ତି ଛାତ୍ରଛାତ୍ରୀମାନେ । ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଆଇଟିଆଇ ପରିସରରେ ରହିଥିବା ଗ୍ରାସ୍‌ ଆର୍ଟ ପାର୍କ ଠାରୁ ଆରମ୍ଭ କରି ବିଭିନ୍ନ କଳାକୃତି ନିର୍ମାଣ କରିଥିଲେ। ଯାହାଫଳରେ ସେମାନଙ୍କ ଠାରେ ପ୍ରାକ୍ଟିକାଲ ଜ୍ଞାନ ଭରପୁର ହୋଇ ରହିଥିଲା । ତେଣୁ ସେମାନେ ଏଭଳି ସଫଳତା ହାସଲ କରିଛନ୍ତି,’’ କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ।

ଇଣ୍ଡିଆ ସ୍କିଲ ରିଜୋନାଲ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଏହି ଚାରି ଜଣ ପ୍ରତିଯୋଗି ଆସନ୍ତା ଡ଼ିସେମ୍ବର ୨୦ ତାରିଖରେ ବେଙ୍ଗଲୁରୁ ହେବାକୁ ଥିବା ଜାତୀୟ ସ୍ତରୀୟ ଇଣ୍ଡିଆ ସ୍କିଲ ପ୍ରତିଯୋଗିତାରେ ଭାଗ ନେବେ । ସେଥିରେ ସଫଳତାର ସହ କୃତକାର୍ଯ୍ୟ ହେଲେ ୨୦୨୨ରେ ସାଙ୍ଘାଇ ଠାରେ ଆୟୋଜିତ ହେବାକୁ ଥିବା ବିଶ୍ବ ସ୍ତରୀୟ ଇଣ୍ଡିଆ ସ୍କିଲରେ ଭାଗ ନେଇପାରିବେ।
Published by:Lipina Das
First published: