ଆଜି ଠାରୁ ବ୍ରହ୍ମପୁରର ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ; ଏ ଥର ଭକ୍ତ ଭୋଗ ଲାଗି କରିପାରିବେ ନାହିଁ
କରୋନା କଟକଣା ଯୋଗୁଁ ଏ ଥର ମାଁଙ୍କ ଯାତ୍ରାକୁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରରୁ କୌଣସି ଭକ୍ତ ମାଁଙ୍କ ଯାତ୍ରାକୁ ନ ଆସନ୍ତୁ ବୋଲି ଅନୁରୋଧ କରିଛିଛି ଜିଲ୍ଲା ପ୍ରଶାସନ ।

ମାଁ ବୁଢ଼ୀ ଠାକୁରାଣୀଙ୍କ ବିଗ୍ରହ
- News18 Odia
- Last Updated: April 8, 2021, 11:59 PM IST
ବ୍ରହ୍ମପୁର: କରୋନା କଟକଣା ମଧ୍ୟରେ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରାର ଆୟୋଜନ ପାଇଁ ସବୁ ବ୍ୟବସ୍ଥା କରିଛି ବି.ଏମ୍.ସି., ହେଲେ କରୋନାର ପ୍ରକୋପ ଯୋଗୁଁ ଅନେକ ପରମ୍ପରାରେ ଏ ଥର ବ୍ୟତିକ୍ରମ ଦେଖିବାକୁ ମିଳିବ ।
ପ୍ରଶାସନ ପକ୍ଷରୁ ମାଁଙ୍କ ଘଟଯାତ୍ରା ବନ୍ଦ କରାଯାଇଛି ଓ ମାଁଙ୍କ ନିକଟରେ ଭକ୍ତମାନଙ୍କୁ ଭୋଗ ଲାଗି କରିବାରୁ ବାରଣ କରାଯାଇଛି । କଳାକୁଞ୍ଜ, ରଥ ଓ ମାନସିକଧାରୀଙ୍କ ବେଶ ଉପରେ ମଧ୍ୟ ରୋକ ଲଗାଇଛି ବି.ଏମ୍.ସି. । ଏତେ କଟକଣା ମଧ୍ୟରେ ବି ମାଁ ନିଜ ଶାଶୁ ଘରୁ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଆସୁଥିବା ଯୋଗୁଁ ମାଁଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା ଅଛନ୍ତି ବ୍ରହ୍ମପୁର ସହରବାସୀ ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
ଶୁକ୍ରବାର ସକାଳେ ମାଁଙ୍କ ଡାକରା ପାଇଁ ବଡ଼ ଓ ସାନ ଠାକୁରାଣୀଙ୍କ ମନ୍ଦିରକୁ ଯିବେ ଦେଶୀ ବେହେରା ତଥା ମାଁଙ୍କ ବାପା । ଯାତ୍ରା ପାଇଁ ରାତିରେ ମାଁଙ୍କୁ ନେବାକୁ ଆସିବୁ ବୋଲି ଦେଶୀ ବେହେରା ମାଁଙ୍କୁ ଜଣାଇବେ । ସନ୍ଧ୍ୟା ୫ଟାରେ ଚାଙ୍ଗୁଡ଼ି ପୂଜା ଆରମ୍ଭ ହେବ । ଚାଙ୍ଗୁଡ଼ିରେ ଦୀପ ସହ ଇଟମଳା ଫୁଲ ମାଳ ରହିବା ସହ ପାରମ୍ପରିକ ରୀତିନୀତିରେ ପୂଜା ଆରମ୍ଭ ହେବ । ତା’ପରେ ଅସ୍ଥାୟୀ ମଣ୍ଡପ ନିକଟରୁ ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ବିରାଟ ପଟୁଆର ବାହାରି ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚିବ । ଚାଙ୍ଗୁଡ଼ିରେ ନିଆଯାଇଥିବା ଇଟମଳା ଫୁଲ ମାଁଙ୍କ ମଥା ଉପରେ ରଖାହେବ । ତା’ପରେ ମାଁଙ୍କୁ ପୂଜା କରାଯିବ ।

ବି.ଏମ୍.ସି. କମିଶନର୍ ସିଦ୍ଧେଶ୍ବର ବଳିରାମ ବୋନ୍ଦର
‘‘ମାଁ ପ୍ରସନ୍ନ ହେବା ପରେ ତାଙ୍କ ମଥାରେ ରହିଥିବା ଇଟମଳା ଫୁଲ ଦେଶୀ ବେହେରାଙ୍କ ହାତରେ ପଡ଼ିବ । ସେହି ଇଟମଳା ଫୁଲ ପଡ଼ିବା ପରେ ମାଁ ଯାତ୍ରା ପାଇଁ ଆଜ୍ଞା ଦେଲେ ବୋଲି ଗ୍ରହଣ କରାଯିବ । ତା’ପରେ ସେହି ଫୁଲକୁ ଧରି ପୁଣି ଅସ୍ଥାୟୀ ମଣ୍ଡପ ନିକଟକୁ ବିରାଟ ପଟୁଆରରେ ଆସି ମାଁଙ୍କୁ ବିରାଜମାନ କରାଯିବ । ତା’ପରେ ଆରମ୍ଭ ହେବ ଚଳିତ ବର୍ଷର ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । କୋରୋନାର ପ୍ରକୋପ ରହିଥିବା ଯୋଗୁଁ ସବୁ ଭକ୍ତ କଟକଣା ପାଳନ କରି ମାଁଙ୍କ ଦର୍ଶନ କରିବାକୁ ଆସନ୍ତୁ ବୋଲି ଆମେ ସହରବାସୀଙ୍କୁ ଅନୁରୋଧ କରୁଛୁଁ,’’ କହିଛନ୍ତି ଯାତ୍ରା ପରିଚାଳକ ପି.ଦୁର୍ଗା ପ୍ରସାଦ ଦେଶୀବେହେରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ବାଣୀ କପୁର୍: ଗ୍ରାଜୁଏସନ୍ ପରେ ହୋଟେଲ୍ରେ କାମ କଲେ, ତା’ ପରେ ମଡେଲିଂ, ଏବେ ଅଭିନୟ
ବି.ଏମ୍.ସି. କମିଶନର୍ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି ଯେ କରୋନା କଟକଣା ମଧ୍ୟରେ ଯାତ୍ରାର ସୁପରିଚାଳନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରରୁ କୌଣସି ଭକ୍ତ ମାଁଙ୍କ ଯାତ୍ରାକୁ ନ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି । ବ୍ରହ୍ମପୁର ବାସିନ୍ଦାମାନେ ମଧ୍ୟ ଅସ୍ଥାୟୀ ପୀଠକୁ ନ ଆସି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଘରେ ସୁରକ୍ଷିତ ରହି ମାଁଙ୍କ ଯାତ୍ରା ଦେଖିବା ପାଇଁ ଅନୁରୋଧ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି
‘‘ଚଳିତ ବର୍ଷ କରୋନାର ପ୍ରକୋପ ଯୋଗୁଁ ମାଁଙ୍କ ଘଟଯାତ୍ରା, ପାରମ୍ପରିକ ରଥ, କଳାକୁଞ୍ଜ ଓ ମାନସିକଧାରୀଙ୍କ ବେଶ ବନ୍ଦ ହେବା ସହ ମାଁଙ୍କ ନିକଟରେ ଭୋଗ ଲାଗି ମଧ୍ୟ କରାଯିବ ନାହିଁ । ଭକ୍ତମାନେ କେବଳ ଶୃଙ୍ଖଳିତଭାବେ ମାଁଙ୍କୁ ଦର୍ଶନ କରିପାରିବେ । ମାଁଙ୍କୁ ଦର୍ଶନ କରିବା ପାଇଁ ଅସ୍ଥାୟୀ ମଣ୍ଡପରେ ଯଦି ଆବଶ୍ୟକତା ଠାରୁ ଅଧିକ ଭିଡ଼ ହୁଏ ତେବେ ୧୪୪ ଧାରା ମଧ୍ୟ ଲଗାଯାଇପାରିବ,’’ କହିଛନ୍ତି ବୋନ୍ଦର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନେହା ଧୁପିଆଙ୍କ ଠାରୁ ସେଲିନା ଜେଟଲୀ… ଏହି ଅଭିନେତ୍ରୀମାନେ ବିବାହର ୯ ମାସ ପୂର୍ବରୁ ମାଆ ହୋଇଥିଲେ
ବ୍ରହ୍ମପୁର ଟାଉନ ଏସ୍.ଡି.ପି.ଓ. ବିଷ୍ଣ ପତି କହିଛନ୍ତି ଯେ ଭକ୍ତମାନେ କିଭଳି ଭାବେ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ‘‘ଅସ୍ଥାୟୀ ମଣ୍ଡପରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାରିକେଡ଼ କରାଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପାଇଁ ମଧ୍ୟ ଅଲଗା ରାସ୍ତା କରାଯାଇଛି । ଏହା ଦ୍ୱାରା ଅସ୍ଥାୟୀ ମଣ୍ଡପରେ ଭିଡ଼ ହେବ ନାହିଁ । ସୁରକ୍ଷା ବ୍ୟାବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ,’’ ସେ କହିଛନ୍ତି ।
ମାଁଙ୍କୁ ଦର୍ଶନ କରିବା ପାଇଁ ଗତ ଦୁଇ ବର୍ଷ ହେଲା ଅନେଇ ବସିଛନ୍ତି ସହରବାସୀ । ‘‘ଏତେ କଟକଣା ମଧ୍ୟରେ ବି ମାଁଙ୍କ ନିଜ ମା’ ଘରକୁ ଆସି ଭକ୍ତଙ୍କୁ ଦର୍ଶନ ଦେଉଥିବା ଯୋଗୁଁ ଆମେ ଭାରି ଉତ୍ସାହିତ । ମାଁଙ୍କ ଅନେକ ପରମ୍ପରାକୁ ବନ୍ଦ କରାଯାଇଥିବା ଯୋଗୁଁ ଦୁଃଖ ଲାଗୁଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ପି.ଆଶା ରାଣୀ ।