Free Food: ଉଠୁଛି ପଡୁଛି ରେଶମ ସହର... ମାଗଣାରେ ମିଳୁଛି ବିରିୟାନୀ

ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ମାଗଣାରେ ମିଳୁଛି ବିଭିନ୍ନ ଖାଦ୍ୟ ସାମଗ୍ରୀ। ମାଁଙ୍କୁ ଦର୍ଶନ କରି ରଥ, ଓ କଳାକୁଞ୍ଜ ଦେଖି ମାଗଣା ଖାଦ୍ୟର ମଜା ଉଠାଉଛନ୍ତି ଭକ୍ତ ।

Free Food: ଉଠୁଛି ପଡୁଛି ରେଶମ ସହର... ମାଗଣାରେ ମିଳୁଛି ବିରିୟାନୀ

Free Food: ଉଠୁଛି ପଡୁଛି ରେଶମ ସହର... ମାଗଣାରେ ମିଳୁଛି ବିରିୟାନୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ବଢୁଛି ଭକ୍ତଙ୍କ ଭିଡ଼ । ମା’ଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ରଥ ଓ କଳାକୁଞ୍ଜକୁ ବୁଲି ବୁଲି ଦେଖୁଛନ୍ତି ଭକ୍ତ ମାନେ । ଆଉ ଏହି ସମୟରେ ଭକ୍ତଙ୍କ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଓ ବ୍ୟବସାୟୀ ସଙ୍ଗଠନ ପକ୍ଷରୁ ଭଳିକି ଭଳି ଖାଦ୍ୟ ଓ ପାନୀୟ ମାଗଣାରେ ବଣ୍ଟନ କରାଯାଉଛି ।

ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଉଠୁଛି ପଡ଼ୁଛି ରେଶମ ସହର ବ୍ରହ୍ମପୁର । ସହରରେ ଏବେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସନ୍ଧ୍ୟା ସମୟରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନେ ବିଭିନ୍ନ ସାହିକୁ ସାହି ବୁଲି ଯାତ୍ରାର ମଜା ନେଉଛନ୍ତି । ଯାତ୍ରାକୁ ଆହୁରି ଆକର୍ଷଣ କରିବା ସହ ଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ବ୍ୟବସାୟୀ ସଙ୍ଗଠନ ମାନେ ମାଗଣାରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । କିଛି ସଙ୍ଗଠନ ମାନେ ବିରିୟାନୀ, ସାଧା ପୁଲାଉ, ହାଲୁଆ, ଉପମା, ପୁରୀ, ତରକାରୀ ବାଣ୍ଟଥିବା ବେଳେ ଆଉ କିଛି ଲସି, ଚଲା, ପଣା ଭଳି ବିଭିନ୍ନ ପାନୀୟ ଜଳ ମଧ୍ୟ ବଣ୍ଟନ କରୁଛନ୍ତି । ହଜାର ହଜାର ଲୋକେ ବ୍ରହ୍ମପୁରକୁ ଆସି ଯାତ୍ରାକୁ ଉପଭୋଗ କରୁଥିବା ବେଳେ ସେମାନେ କିଭଳି ଭୋକରେ ନ ରହିବେ ଆଉ କୌଣସି ହୋଟେଲ ଉପରେ ନିର୍ଭର ନ କରିବେ ସେନେଇ ଏଭଳି ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟା ଯାଉଛି ।

ଯାତ୍ରା ଦେଖିବାରୁ ସହର ସହ ଜିଲ୍ଲା ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସୁଛନ୍ତି । ସନ୍ଧ୍ୟା ସମୟରେ ମାଁଙ୍କୁ ଅସ୍ଥାୟୀ ପୀଠରେ ଦେଖିବା ପରେ ସାହି ସାହିରେ ହୋଇଥିବା ବିଭିନ୍ନ ରଥ ଓ କଳାକୁଞ୍ଜକୁ ବୁଲି ଦେଖିଥାନ୍ତି । ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲିଥାନ୍ତି । ଯାତ୍ରା ସମୟରେ ଏଭଳି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନଥାଏ । କିନ୍ତୁ ବ୍ରହ୍ମପୁର ସହରରେ ମାଗଣାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା ଏକ ମହତ କାମ  । ଠାକୁରାଣୀ ଯାତ୍ରାର ଶେଷ ସମୟରେ ସାହି ସାହିରେ ଏଭଳି ଭାବେ ମାଗଣାରେ ଖାଦ୍ୟ ଓ ପାନୀୟ ବଣ୍ଟନ କରାଯିବା ଏକ ନିଆରା ପରମ୍ପରା ।

ପଢନ୍ତୁ ପୂରା ଖବର : 65 Inch TVରେ ବଡ଼ ଅଫର୍‌...ଦେଢ ଲକ୍ଷର ଟିଭି ମିଳୁଛି ମାତ୍ର ୨୯ ହଜାରରେ !

( ରିପୋର୍ଟ : ବ୍ରହ୍ମପୁରରୁ କୈଳାସ ବେହେରା )
Published by:Sujit Swain
First published: