News18 Odia Digital
ବ୍ରହ୍ମପୁର: ବ୍ରହ୍ମପୁର ସହରର ଏକ ଜନଗହଳିପୁର୍ଣ୍ଣ ଅଞ୍ଚଳରୁ ବନ୍ଧୁକ ମୁନରେ ଏ.ଟି.ଏମ୍.ରେ ନଗଦ ଟଙ୍କା ଭରୁଥିବା ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ଦିନକ ପରେ ତଦନ୍ତ ଜୋରଦାର କରିଛି ପୋଲିସ । ଗୁରୁବାର ଦିନ ଏ.ଜି.ଏସ. ସିକ୍ୟୁର କମ୍ପାନୀର କର୍ମଚାରୀମାନଙ୍କୁ ଜଣ ଜଣ କରି ଜେରା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଓ ଟେକନିକାଲ ଏକ୍ସପର୍ଟଙ୍କ ତଦାରଖରେ ଗାଡି଼ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ପୋଲିସ ।
ବୁଧବାର ଦିନ ଦ୍ୱିପହରରେ ବ୍ରହ୍ମପୁର ସହରରେ ଏ.ଟି.ଏମ୍.ରେ ନଗଦ ଟଙ୍କା ଭରୁଥିବା ଗାଡ଼ିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟିନେଇଥିଲେ ଦୁବୃର୍ତ୍ତମାନେ । ଏ.ଜି.ଏସ୍. ସିକ୍ୟୁର୍ ନାମକ ଏକ ଘରୋଇ କମ୍ପାନୀର ଗାଡ଼ି ଏ.ଟି.ଏମ୍.ରେ ଟଙ୍କା ଲୋଡ୍ କରିବା ଲାଗି ଦିନ ପ୍ରାୟ ୧୦ଟା ବେଳେ ବାହାରିଥିଲା । ପ୍ରଥମେ ସହରର ଆସିକା ରୋଡ୍ ସ୍ଥିତ ରାଜା ସାହି ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର ଏ.ଟି.ଏମ.ରେ ଟଙ୍କା ଭର୍ତ୍ତି କରିବା ପରେ ସେହି ରାସ୍ତାରେ ଥିବା ଆକ୍ସିସ୍ ବ୍ୟାଙ୍କ ଏ.ଟି.ଏମ୍.ରେ ଟଙ୍କା ଭର୍ତ୍ତି କରିବା ଲାଗି ଯାଇଥିଲା ଏହି ଗାଡ଼ି ।
ଏହା ବି ପଢ଼ନ୍ତୁ | SC-STଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ମୀରା ମିଥୁନ୍, PMଙ୍କ ସାହାଯ୍ୟ ଲୋଡି଼ଲେ‘‘ଗାଡି଼ରେ ମୋ’ଟ ୨୬ ଲକ୍ଷ ଟଙ୍କା ଥିଲା । ଦୁଇ ଲକ୍ଷ ଟଙ୍କା ଲୋଡ୍ କରିବା ପରେ ଆଉ ବାକି ୨୪ ଲକ୍ଷ ଟଙ୍କା ରହିଥିଲା । ଆମ ଗାଡି଼ରେ ଥିବା ଗନମ୍ୟାନ୍ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ଗାଡି଼ରେ ମୁଁ ଏକା ଥିଲି । ଦୁଇ ଜଣ ଦୁବୃର୍ତ୍ତ ମୋତେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । ପରେ ସେମାନେ ମୋତେ କିଛି ନିଶା ଦେଇ ଅଚେତ କରିଦେଇଥିଲେ,’’ କହିଛନ୍ତି ଗାଡ଼ିର ଡ଼୍ରାଇଭର ଆଶିଷ ଦିଗାଲ ।

ପୋଲିସ ଏ.ଜି.ଏସ. ସିକ୍ୟୁର କମ୍ପାନୀର କର୍ମଚାରୀମାନଙ୍କୁ ଜଣ ଜଣ କରି ଜେରା କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୃତୀୟ ସନ୍ତାନକୁ ସ୍ତନ୍ୟପାନ କରାଉଥିବାର ଫଟୋ ଶେୟାର୍ କଲେ ମଡେଲ୍-ଅଭିନେତ୍ରୀ ଲିସା ହେଡନ୍ଏ.ଟି.ଏମ.ରେ ଟଙ୍କା ଭରିବା ପରେ ବାହାରକୁ ଆସି ଗନମ୍ୟାନ ସମେତ ତିନି ଜଣ କର୍ମଚାରୀ ଟଙ୍କା ଥିବା ଗାଡ଼ି ଓ ଡ୍ରାଇଭରଙ୍କୁ ସେଇଠି ପାଇ ନ ଥିଲେ । ଗାଡ଼ି ଭିତରେ କେବଳ ଡ୍ରାଇଭର୍ ଥିଲେ । ଦାୟିତ୍ୱରେ ଥିବା ଗନମ୍ୟାନ ଡ଼ି.କେ ସାହୁ କହିଛନ୍ତ ଯେ ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣ ଗନମ୍ୟାନ ରହିବା କଥା, କିନ୍ତୁ ବୁଧବାର ଦିନ ଜଣେ ଥିଲେ ବୋଲି ଏଭଳି ଘଟଣା ଘଟିଲା ।
ଏହା ବି ପଢ଼ନ୍ତୁ | ତାଲିବାନ୍ କାବୁଲ୍ ଉପରେ କବଜା କଲା; ଦେଶ ଛାଡ଼ି ଚାଲିଗଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି‘‘ଘଟଣା ପରେ ଆମ କର୍ମଚାରୀମାନେ ପୋଲିସ ଓ ନିଜ ସଂସ୍ଥାକୁ ଜଣାଇଥିଲେ ଓ ଗାଡିରେ ଲାଗିଥିବା ଜି.ପି.ଏସ. ସିଷ୍ଟମ୍ ମାଧ୍ୟମରେ ଗାଡିକୁ ଟ୍ରାକ କରିଥିଲେ । ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଗାଡିଟିକୁ ଉଦ୍ଧାର କରାଯାଇଥିଲା । ତା’ ଭିତରେ ଡ୍ରାଇଭରକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଗାଡି଼ରେ ଥିବା ସିସିଟିଭି ଫୁଟେଜ୍ ପୋଲିସକୁ ଦିଆ ଯାଇଛି,’’ କହିଛନ୍ତି ଏ.ଜି.ଏସ୍. ସିକ୍ୟୁର୍ କମ୍ପାନୀର ବ୍ରାଞ୍ଚ୍ ମ୍ୟାନେଜର୍ ତାପସ କୁମାର ମହାନ୍ତି ।
ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତକୁ ବ୍ୟାପକ କରାଯାଇଛି । ଟାଉନ ଏସ୍.ଡି.ପି.ଓ.ଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଛି । ଗୁରୁତର ସ୍ଥିତିରେ ଚିକିତ୍ସିତ ହେଉଥିବା ଡ୍ରାଇଭର୍ ନିକଟକୁ ଏକ ପୋଲିସ ଟିମ୍ ଯାଇ ପଚାରାଉଚୁରା କରିଛି । ବୁଧବାର ଦିନ ଏଜିଏସ୍ ସିକ୍ୟୁର କମ୍ପାନୀର ସବୁ କର୍ମଚାରୀଙ୍କୁ ପୋଲିସ ଜେରା କରିଛି ଓ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରୀ ରଖିଛି । ଅତି ଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି. ପୀନାକ ମିଶ୍ର ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।