ପୁରୀରେ ବଙ୍ଗୀୟ ଦମ୍ପତିଙ୍କ କାଣ୍ଡ: ‘ହାପି ନ୍ୟୁ ଇଅର୍’ ନ କହି ‘ହେଟ ୟୁ’ କହିବାରୁ ହାତ କାଟିଲେ ପତି
ବେଳାଭୂମିରେ ଥିବା ଏକ ହୋଟେଲରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଧିକ ମଦ ପିଇ ଜଣେ ବଙ୍ଗାଳୀ ଯୁବକ ନିଜ ଅଶୋଭନୀୟ ବ୍ୟବହାର ଯୋଗୁଁ ପତ୍ନୀଙ୍କୁ ଖୁବ୍ ବିରକ୍ତ କରିଦେଇଥିଲେ । ତା’ ପରେ ମାମଲା ବିଗିଡ଼ିଯାଇଥିଲା ।

ଚିକିତ୍ସା ପରେ ବଙ୍ଗୀୟ ଯୁବକ ଓ (ଡାହାଣ) ସେଲିବ୍ରେସନର ଏକ ଦୃଶ୍ୟ
- News18 Odia
- Last Updated: January 4, 2021, 9:03 PM IST
ପୁରୀ: ନୂଆ ବର୍ଷ ପାଇଁ ଜାରି ହୋଇଥିବା କଟକଣା ସତ୍ତ୍ୱେ ପୁରୀରେ ବେଳାଭୂମି ସ୍ଥିତ ଏକ ହୋଟେଲରେ ଚାଲିଥିଲା ଜିରୋ ନାଇଟ ସେଲିବ୍ରେସନ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତା’ ଭିତରେ ଏକ ବଙ୍ଗୀୟ ଦମ୍ପତି ପୂରା ନାଚଗୀତରେ ମଜା ମସ୍ତି କରୁଥିଲେ । ନାଚଗୀତର ଆସର ସାଙ୍ଗକୁ ସୁରାର ଆସର ବି ଥିଲା । ହେଲେ ଜିରୋ ନାଇଟରେ ପତ୍ନୀ ‘ହାପି ନ୍ୟୁ ଇୟର୍’ କହିଲେନି ଓ ‘‘ଆଇ ହେଟ୍ ୟୁ’’ ବୋଲି କହିବାରୁ ଦୁଃଖରେ ଭାଙ୍ଗିପଡ଼ି ନିଜ ହାତ କାଟିଦେଲେ ସ୍ୱାମୀ ।
ପଶ୍ଚିମ ବଙ୍ଗରୁ ଆସିଥିବା ୪୦ ବର୍ଷୀୟ ସୁମନ ପୋଦ୍ଦାର ଏହି ଅଭାବନୀୟ ଘଟଣା ପାଇଁ ଦାୟୀ କରିଛନ୍ତି ଟିକେ ଅଧିକ ମଦ ପିଇବାକୁ । ସେ ନିଜ ୩୫ ବର୍ଷୀୟା ପତ୍ନୀ ସୋମନ ଓ ପରିବାର ସହ ସମୁଦ୍ର କୂଳରେ ଏକ ହୋଟେଲରେ ରହି ଜିରୋ ନାଇଟ ସେଲିବ୍ରେସନ କରୁଥିଲେ । ଜିରୋ ନାଇଟ ସେଲିବ୍ରେସନ ହୋଟେଲର କନଫରେନ୍ସ ହଲରେ ଚାଲିଥିଲା । ସେତିକି ବେଳେ ଘଟିଥିଲା ଏହି ଆଶ୍ଚର୍ଯ୍ୟଜନକ ଅଘଟଣ ।
ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ୱିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଉପସ୍ଥିତ ଅନେକ ଲୋକ ମଦ୍ୟପାନ କରିଥିଲେ ।
ତାଙ୍କ ପତ୍ନୀ ସୋନମଙ୍କର କହିବା ଅନୁସାରେ ମଦ ପିଇ ସୁମନ୍ ଯେମିତି ବ୍ୟବହାର କରିଥିଲା ତାହା ଶୋଭନୀୟ ନ ଥିଲା । ‘‘ନିଶା ଚଢ଼ିଯିବା ପରେ ସେ ଅନେକ ଅସଭ୍ୟ ବ୍ୟବହାର କରୁଥିଲେ । ପିଲାଙ୍କ ଆଗରେ ଏଭଳି ହେବା ନେଇ ମୋତେ ବିରକ୍ତ ଲାଗିଥିଲା । ପୁଣି ହାତ ଧରି ନାଚିବା ସହ ତାଙ୍କର ଅଶ୍ଳୀଳ ଅଙ୍ଗଭଙ୍ଗୀ ବେଶ୍ ଖରାପ ଲାଗିଥିଲା । ତେଣୁ ମୁଁ ତାଙ୍କୁ ଏଭଳି ବ୍ୟବହାର କରିଥିଲି । ତା’ ପରେ ସେ ରାଗିକି ହାତ କାଟି ରକ୍ତାକ୍ତ ହୋଇଥିଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା
ସୁମନ ପୋଦ୍ଦାରଙ୍କୁ ତୁରନ୍ତ ପୁରୀ ସଦର ହସପିଟାଲକୁ ନିଆଯାଇଥିଲା । ହୋଟେଲିଅର୍ ରବିନ୍ଦ୍ର ଦାସ କହିଛନ୍ତି ଯେ ଜିରୋ ନାଇଟ ସେଲିବ୍ରେସନ ଭିତରେ ଜଣେ ପର୍ଯ୍ୟଟକ ରକ୍ତାକ୍ତ ହେବା ଖବର ଶୁଣି ସମସ୍ତେ ଛାନିଆ ହୋଇପଡ଼ିଥିଲେ, ହେଲେ ସତର୍କତା ଓ ସକ୍ରିୟତା ଯୋଗୁଁ ବଡ଼ ଅଘଟଣ ଘଟିବାକୁ ଦିଆଯାଇ ନ ଥିଲା ।
‘‘ତୁରନ୍ତ ଆମ ଗାଡ଼ିରେ ତାଙ୍କୁ ହସପିଟାଲ ନେଇଥିଲୁ । କିନ୍ତୁ ଚିକିତ୍ସା ସମୟରେ ସେ ନାକେଦମ କରିଥିଲେ । ‘ଆଜି ହାପି ନ୍ୟୁ ଇୟର କହିବା ବଦଳରେ କାହିଁକି ହେଟ ୟୁ କହିଲା’ ବୋଲି ସେ ବାରମ୍ବାର କହିଥିଲେ । ‘ମୁଁ ତା ପାଇଁ ଆବଶ୍ୟକ ନାହିଁ’ ବୋଲି ଏହି ଦୁଇ ପଦ କଥା ବାରମ୍ବାର କହୁଥିଲେ ଓ ନିଶାଶକ୍ତ ଥିବାରୁ ପତ୍ନୀଙ୍କ ବ୍ୟବହାରରେ ସେ ବ୍ୟଥିତ ବୋଲି କହି ତଳେ ଗଡ଼ିଯାଉଥିଲେ । ପରେ ବୁଝାସୁଝା ପରେ ତାଙ୍କର ହାତକୁ ସିଲେଇ କରିବା ସହ ବ୍ୟାଣ୍ଡେଜ କରାଯାଇ ହୋଟେଲକୁ ନିଆଯାଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି,’’ କହିଛନ୍ତି ଦାସ ।