ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ତେଜିଲା ବେଙ୍ଗଲ୍-ଓଡ଼ିଶା ସୀମା ବିବାଦ; ବାଲେଶ୍ୱରରେ ସୀମା ଭିତରକୁ ପଶି ପାଚେରୀ ନିର୍ମାଣ କଲେ

ପୁଣି ତେଜିଲା ବେଙ୍ଗଲ୍-ଓଡ଼ିଶା ସୀମା ବିବାଦ; ବାଲେଶ୍ୱରରେ ସୀମା ଭିତରକୁ ପଶି ପାଚେରୀ ନିର୍ମାଣ କଲେ

ଓଡ଼ିଶାର ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ପଶ୍ଚିମ ବଙ୍ଗ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡକାଇଥିଲେ । ମାତ୍ର ସେମାନେ ଆଲୋଚନାରେ ଭାଗ ନେଇ ନ ଥିଲେ ।

ପୁଣି ତେଜିଲା ବେଙ୍ଗଲ୍-ଓଡ଼ିଶା ସୀମା ବିବାଦ; ବାଲେଶ୍ୱରରେ ସୀମା ଭିତରକୁ ପଶି ପାଚେରୀ ନିର୍ମାଣ କଲେ
ଏହି ପାଚେରୀ ନିର୍ମାଣ ବେଳେ ଓଡ଼ିଶା ଲୋକେ ଖୁବ୍ ବିରୋଧ କରିଥିଲେ ।
  • News18 Odia
  • Last Updated: September 9, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାତ୍ୟା ୟାସ୍‌ ସମୟରେ ପଶ୍ଚିମ ବଙ୍ଗରେ ଏକ ତଟ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିବା ବେଳେ ଏହାକୁ ସେହି ରାଜ୍ୟର ମେଦିନପୁର ଜିଲ୍ଲା ପ୍ରଶାସନ ପୁନଃନିର୍ମାଣ କରିଛି । ମାତ୍ର ଏହି ନିର୍ମାଣକୁ ନେଇ ପୁଣି ମୁଣ୍ଡ ଟେକିଛି ବଙ୍ଗ-ଓଡ଼ିଶା ସୀମା ବିବାଦ। ଓଡ଼ିଶା ସୀମା ଭିତରେ ପଶି ପଶ୍ଚିମ ବଙ୍ଗର ଜଳ ସମ୍ପଦ ବିଭାଗ ଏକ ପାଚେରୀ ନିର୍ମାଣ କରିଛି ବୋଲି ଅଭିଯୋଗ ହୋଇଛି ।

ଓଡ଼ିଶା-ପଶ୍ଚିମ ବଙ୍ଗ ସୀମା ବିବାଦ ବେଶ୍‌ କିଛି ଦିନ ଧରି ଶାନ୍ତ ଥିଲା । ହେଲେ ଏବେ ଓଡ଼ିଶା ଭିତରକୁ ୪୦ ଫୁଟ ପଶିଆସି ପାଚେରୀ ନିର୍ମାଣ କରାଯାଇଥିବାରୁ ପୁଣି ଦେଖା ଦେଇଛି ସେହି ବିବାଦ । ପାଚେରି ନିର୍ମାଣ ବେଳେ ବୁଧବାର ଦିନ ଓଡ଼ିଶାର ଗ୍ରାମବାସୀମାନେ ଅଟକାଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ କିଛି ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ଆଉ ଜଣେ BJP ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀମାନେ; ସପ୍ତାହକରେ ଏହା ଦ୍ୱିତୀୟ ହତ୍ୟା

ମଙ୍ଗଳବାର ଦିନ (ସେପ୍ଟେମ୍ବର ୭) ପଶ୍ଚିମ ବଙ୍ଗର ଜଳ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରୀ ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା । ମେଦିନପୁର ଜିଲ୍ଲା ପ୍ରଶାସନ ତରଫରୁ ଏହି ନିର୍ମାଣ କରାଯାଇଥିଲା । ସେହି ସମୟରେ ମେଦିନପୁରର ତହସିଲଦାର ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଓଡ଼ିଶା ସୀମା ଭିତରେ ୪୦ ଫୁଟ ଭିତରକୁ ଆସି ମାଟି ଖୋଳି ଏହି ପାଚେରୀ ନିର୍ମାଣ ନିର୍ମାଣ କରାଯାଇଥିଲା ।

ଓଡ଼ିଶା ସୀମାର ୪୦ ଫୁଟ ଭିତରେ ଏହି ପାଚେରୀ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ତୃତୀୟ ସନ୍ତାନକୁ ସ୍ତନ୍ୟପାନ କରାଉଥିବାର ଫଟୋ ଶେୟାର୍ କଲେ ମଡେଲ୍-ଅଭିନେତ୍ରୀ ଲିସା ହେଡନ୍

ସ୍ଥାନୀୟ ଲୋକେ ସେହି ନିର୍ମାଣ କାର୍ଯ୍ୟକୁ ପ୍ରବଳ ବିରୋଧ କରିଥିଲେ ବି ପଶ୍ଚିମ ବଙ୍ଗ ପ୍ରଶାସନ ସାଧାରଣ ଲୋକଙ୍କୁ ଭୟଭୀତ କରାଇ ବଳପୂର୍ବକ ସେହି ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଲୋକଙ୍କ ପ୍ରତିରୋଧର ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର୍‌.ଆଇ. ନିଶିକାନ୍ତ ସିଂ ଓ ତାଳସାରି ସାମୁଦ୍ରିକ ଥାନା ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ପଶ୍ଚିମ ବଙ୍ଗ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡକାଇଥିଲେ । ମାତ୍ର ବେଆଇନ ଭାବେ ଓଡ଼ିଶା ମାଟିରେ କାର୍ଯ୍ୟ କରୁଥିବା ଜାଣି ବେଙ୍ଗଲ ପ୍ରଶାସନର ଅଧିକାରୀମାନେ ଆଲୋଚନାରେ ଭାଗ ନେଇ ନ ଥିଲେ ।

ଏହା ବି ପଢ଼ନ୍ତୁ | ଭାରତରେ ପାଣିରୁ ଚାଲିବ ଟ୍ରେନ୍  କାର୍! PM ହାଇଡ୍ରୋଜେନ୍ ମିଶନ୍ ଘୋଷଣା କଲେ

‘‘ସୀମା ବିବାଦ ଏହା ପ୍ରଥମ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ଘଟଣା ପଶ୍ଚିମ ବଙ୍ଗ ଘଟାଇ ଆସୁଛି । ବଡ଼ ଦୁଃଖର କଥା ଏଭଳି ସୀମା ସମସ୍ୟାର ସମାଧାନ ନେଇ ପ୍ରଶାସନିକ ଅନିଚ୍ଛା ଓ ସରକାରଙ୍କ ଉଦାସୀନତା ଏବେ ବି ଜାରି ଅଛି,’’ କହିଛନ୍ତି ଭଗବାନ ବେହେରା ସ୍ଥାନୀୟ ବାସିନ୍ଦା ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ଧରାପଡ଼ିଥିବା ଜଣ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଅଯୋଧ୍ୟାର ରାମ ମନ୍ଦିର

ଆଉ ଜଣେ ସ୍ଥାନୀୟ ବାସିନ୍ଦା ଦିଲୀପ କାମିଳା କହିଛନ୍ତି, ‘‘ମଙ୍ଗଳବାର ଯେତେବେଳେ ଆମେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କଲୁ ସେତେବେଳେ ପାଖରେ ପୋଲିସ ଅଧିକାରୀ ଥିଲେ । ମାତ୍ର ୫୦ ମିଟର ଦୂରରେ ତାଳସାରି ମେରାଇନ ଥାନା ଥିବା ସତ୍ତ୍ୱେ ସବୁ ଜାଣି ପୋଲିସ ଚୁପ ରହୁଛି । ଏଥିରୁ ସରକାରଙ୍କ ଉଦାସୀନତା ସ୍ପଷ୍ଟ ଜଣା ପଡ଼ୁଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କ ସହ ଝିଅ ଜାହ୍ନବୀ କପୁରଙ୍କ ଅଦେଖା ଫଟୋ: ଆକାଶ ପରି ବିଶାଳ ଥିଲା ସ୍ନେହ

ଏହି ଘଟଣା ସମ୍ପର୍କରେ ଭୋଗରାଇ ତହସିଲଦାରଙ୍କ ନିକଟରୁ ଏକ ରିପୋର୍ଟ ପାଇବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୁଧବାର ଦିନ ଘଟଣା ସ୍ଥଳକୁ ଯାଇ ସରଜମୀନ ତଦନ୍ତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି -କ୍ୟାଟରିଂ ସେବା ଆରମ୍ଭ

‘‘ଭୋଗରାଇ ତହସିଲଦାର ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଭିଲେଜ ମ୍ୟାପକୁ ନେଇ ସୀମାର ସ୍ଥାନ ଚିହ୍ନଟ କରାଯାଇଛି । ଏବେ ପଶ୍ଚିମ ବଙ୍ଗ କାର୍ଯ୍ୟ ବନ୍ଦ ରଖିଛି । ଅତିରିକ୍ତ ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଆବଶ୍ୟକ ହେଲେ ଉଭୟ ପ୍ରଶାସନ ଜଏଣ୍ଟ ଡିମାର୍କକେସନ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିବେ,’’ କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନୀରଜ ଚୋପ୍ରାଙ୍କ ଦ୍ୱାରା ପ୍ରଭାବିତ ହେଲେ ରାଖୀ ସାୱନ୍ତ; ରାସ୍ତା ଉପରେ ଜାଭେଲିନ୍ ଫିଙ୍ଗିଲେ

ପୂର୍ବରୁ ମଧ୍ୟ ଓଡିଶା-ବେଙ୍ଗଲ ସୀମାରେ ଅନେକ ଥର ବିବାଦ ଦେଖାଦେଇଥିଲା ।
* ୨୦୨୦ରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ଅଧିକାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ବେଙ୍ଗଲ୍‌ ସରକାର ।
* ୨୦୧୮ରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ତରଫରୁ ଉଦୟପୁର ରାସ୍ତାରେ ଏକ ଫଳକ ଲଗାଯିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଓଡ଼ିଶା ପ୍ରଶାସନ ତାକୁ ଉଚ୍ଛେଦ କରିଥିଲେ ।



* ୨୦୧୫ ମସିହାରେ ଉଦୟପୁରରେ ଥାନା ଓ ଶୌଚାଳୟ ନିର୍ମାଣ କରୁଥିଲା ପଶ୍ଚିମ ବଙ୍ଗ । ଓଡ଼ିଶାର ଲୋକେ ଏହାର ବିରୋଧ କରିଥିଲେ ।
Published by: Anand S.T. Das
First published: September 9, 2021, 11:46 PM IST