News18 Odia Digital
ପୁରୀ: ଆଜି ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ(West Bengal Chief Minister) ମମତା ବାନାର୍ଜୀ(Mamata Banarjee) । ଆଜି ଅପରାହ୍ନରେ ସେ ଭୁବନେଶ୍ୱର(Bhubaneswar) ପହଞ୍ଚି ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିଏମସି ସୁପ୍ରିମୋ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ପୁରୀ ପ୍ରଶାସନକୁ ଆସିଛି ମମତାଙ୍କ ଗସ୍ତ ସୂଚୀର ଚୂଡାନ୍ତ। ତିନି ଦିନିଆ ଓଡିଶା ଗସ୍ତରେ ଆସିବେ ମମତା ବାନାର୍ଜୀ । ଆଉ ୨୧ ତାରିଖରେ ପୁରୀରେ ପହଞ୍ଚି ୨୨ ତାରିଖ ଅପରାହ୍ନ ୪ଟାରେ କରିବେ ମହାପ୍ରଭୁଙ୍କର ଦର୍ଶନ। ପୁଣି ପଶ୍ଚିମବଙ୍ଗ ଗେଷ୍ଟ ହାଉସ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜମିକୁ ନେଇ ଆଲୋଚନା ସହ ଶୁଭ ଦିଆଯିବ ଉପରେ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି । ତେବେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ପୂଜା ଦେବା ପାଇଁ ମମତାଙ୍କ କୌଳିକ ଗୁରୁ ତଥା ଜଗନ୍ନାଥଙ୍କ ମୁଖ୍ଯ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସମସ୍ତ ବ୍ଯବସ୍ଥା କରିଥିବା କହିଛନ୍ତି । ଶ୍ରୀମନ୍ଦିରରେ ଏକ ଘଣ୍ଟା ଭିତରେ ଜଗନ୍ନାଥଙ୍କୁ ପୁଜା ଦେବା ସହ ବେଢା ପରିକ୍ରମା ଓ ବାନା ପରିବର୍ତ୍ତନ ଦେଖିବାର କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ।
ଆସନ୍ତାକାଲି ଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। କାରଣ ଜିତିବା ବେଲେ କହିଥିଲେ ମହାପ୍ରଭୁଙ୍କ ଆଶିର୍ବାଦରୁ ବିଜୟ ହାସଲ କରିଛି ଓ ତାଙ୍କୁ ଦର୍ଶନ କରି ସରକାର ଆରମ୍ଭ କରିବି । ହେଲେ କୋଭିଡ ଆଦି ରହିଥିବାରୁ ଆସିପାରିନଥିଲେ ବୋଲି କହିଛନ୍ତି ମମତାଙ୍କ କୌଳିକ ଗୁରୁ ତଥା କୁଳ ପୁରୋହିତ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।
-୨୧ ତାରିଖ ଦିନ ୨ଟାରେ କୋଲକାତାରୁ ଆସି ୩ଟାରେ ଓଡ଼ିଶାରେ ପହଞ୍ଚିବେ ।
-ସିଧାସଳଖ ପୁରୀ ଆସିବେ ।
-୨୨ ତାରିଖ ୩ଟାରେ ଅଫିସିଆଲ ଆଲୋଚନା ପରେ ୪ଟାରେ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରି ପୂଜା ଦେବେ । ଆଉ ସେହିଦିନ ପୁରୀରେ ରହିବେ ।
-୨୩ ତାରିଖରେ ଅପରାହ୍ଣ ୩ଟାରେ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଯିବେ ।
-ସାଢେ ୪ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ୬ ଟାରେ କୋଲକାତା ଫେରିବେ ।
-୨୨ ତାରିଖରେ ଅପରାହ୍ନ ୩ଟା ବେଳେ ମମତା ବାନାର୍ଜୀ ଏକ ଅଫିସିଆଲ ମିଟିଂ କରିବେ । ସେଥିରେ ପଶ୍ଚିମବଙ୍ଗରୁ ଆସିଥିବା ୪ ଜଣ ମନ୍ତ୍ରୀ ଓ କିଛି ଅଫିସିଆଲଙ୍କ ସହ ପୁରୀର ଜିଲା ପ୍ରଶାସନ ଅଧିକାରୀଙ୍କୁ ନେଇ ପଶ୍ଚିମବଙ୍ଗ ସରକାର ଗେଷ୍ଟ ହାଉସକୁ ନେଇ ହେବ ଆଲୋଚନା ।
ବନକଲାଗି ନୀତି ରହୁଥିବାରୁ ୪ଟା ବେଳେ ମମତ ବାନାର୍ଜୀ କରିବେ ମହାପ୍ରଭୁଙ୍କର ଦର୍ଶନ । ସେ ପ୍ରଥମେ ସିଂହଦ୍ୱାରରେ ପହଞ୍ଚିବା ପରେ ସିଧାସଳଖ ତାଙ୍କୁ ପାଛୋଟି ନେଇ ଭିତରକାଠ ପାଖରେ କରିବେ ମହାପ୍ରଭୁଙ୍କ ଦର୍ଶନ । ଦର୍ଶନ ସହ ପୂଜା ଦେବା ପରେ ଭିତର ବେଢା ପରିକ୍ରମା କରି ମଙ୍ଗଳା , ବିମଳା ଆଦି ମନ୍ଦିର ଦର୍ଶନ କରିବେ। ତା ପରେ ଶ୍ରୀମନ୍ଦିରରେ ପତିତପାବନ ବାନା ପରିବର୍ତ୍ତନ ନୀତିକୁ ଦେଖିବାକୁ ସେ ଭଲପାନ୍ତି । ତା ପରେ ତାଙ୍କୁ ମହାପ୍ରଭୁଙ୍କୁ ଲାଗି ଖଣ୍ଡଆ ଆଦି ପ୍ରଦାନ କରି ଆଶିର୍ବାଦ ଦିଆଯିବ ।
ସେପଟେ ମମତାଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯିବ । ତେବେ ଯେବେ ସେ ଦର୍ଶନ ପାଇଁ ଆସିଥାନ୍ତି ସବୁବେଳେ ସେ ଶାନ୍ତ ନମ୍ର ଓ ବହୁତ କମ କଥାବାର୍ତ୍ତା କରିଥାନ୍ତି । ସେ ଏକାକୀ ଠିଆ ହୋଇ ପତିତପାବନ ବାନା ଦର୍ଶନ କରିବାର ଅନେକ ନଜିର ରହିଛି । ତେଣୁ ତାଙ୍କର ଦର୍ଶନ ପାଇଁ ବ୍ଯବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।