ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ଦେଖାଇଛନ୍ତି ରୋଜଗାରର ବାଟ

ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ଦେଖାଇଛନ୍ତି ରୋଜଗାରର ବାଟ

ଘରରୁ ଆରମ୍ଭ କରି ମଣ୍ଡପ, ପୂଜା ପେଣ୍ଡାଲ ସଜାଇବା ଉପକରଣ ତିଆରି କରି ଚର୍ଚ୍ଚାରେ ବାଲେଶ୍ୱର ଜିଲ୍ଲାର ମହିଳା ବନ୍ଦନା। ସୋସିଆଲ ମିଡ଼ିଆରେ ନିଜ ପ୍ରସ୍ତୁତି ସାମଗ୍ରୀର ବିକ୍ରି କରୁଛନ୍ତି ।

ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ଦେଖାଇଛନ୍ତି ରୋଜଗାରର ବାଟ
ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ଦେଖାଇଛନ୍ତି ରୋଜଗାରର ବାଟ
  • News18 Odia
  • Last Updated: October 8, 2021, 1:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ହାତରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘର ସଜାଇବା ଉପକରଣ । ରଙ୍ଗୀନ ରଙ୍ଗୀନ ଫୁଲ, ପତ୍ର, କଣ୍ଢେଇ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ଆଖି ଝଲସାଇ ଦେଉଛି। ରେକ୍ସିନ ସୂତା, ମୋତି, ପ୍ଲାଷ୍ଟିକ ଫୁଲ ଆଦି ଜିନିଷ ଉପକରଣ ତିଆରି କାମରେ ଲଗାଇଛନ୍ତି ମହିଳା ଓ ଯୁବତୀମାନେ ବାଲେଶ୍ୱର ସହରର ମହିଳା ବନ୍ଦନା ତିଡ଼ୱାନା

ସଫଳ ମହିଳା, ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ଦେଖାଇଛନ୍ତି ରୋଜଗାରର ରାସ୍ତା । ଘରରୁ ଆରମ୍ଭ କରି ମଣ୍ଡପ, ପୂଜା ପେଣ୍ଡାଲ ସଜାଇବା ଉପକରଣ ତିଆରି କରି ଚର୍ଚ୍ଚାରେ ବାଲେଶ୍ୱର ଜିଲ୍ଲାର ମହିଳା ବନ୍ଦନା। ସୋସିଆଲ ମିଡ଼ିଆରେ ନିଜ ପ୍ରସ୍ତୁତି ସାମଗ୍ରୀର ବିକ୍ରି ଏବେ କେବଳ ବାଲେଶ୍ୱର ସହର ନୁହେଁ ବିଦେଶରେ ମଧ୍ୟ ବିକ୍ରି କରୁଛନ୍ତି ।

ବନ୍ଦନାଙ୍କର ସବୁବେଳେ କିଛି ନୂଆ କରିବାର ଆକାଂକ୍ଷା ରହିଥିଲା । ନିଜେ ପରିଚିତ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇ ପାଲଟିଛନ୍ତି ଜଣେ ସଫଳ ମହିଳା । ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ତିଆରି କରି ବନ୍ଦନା କେବଳ ଭାରତ ନୁହେଁ ସେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ନିଜ ହାତ ତିଆରି ସାମଗ୍ରୀ ଫେସବୁକ ଓ ହ୍ଵାଟ୍ସଆପ୍ ଜରିଆରେ ବ୍ୟବସାୟ କରୁଛନ୍ତି। ସେହିପରି ସେ ନବରାତ୍ରୀ ହେଉକି ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ ସହରର ବିଭିନ୍ନ ମଣ୍ଡପ ସଜାଉଛନ୍ତି ବନ୍ଦନା।

ହାତରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘର ସଜାଇବା ଉପକରଣ


ଏହାସହ ତାଙ୍କ ହାତ ତିଆରି କୃଷ୍ଣ ଝୁଲଣ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ ଚାହିଦା ରଖିଛି। ବନ୍ଦନା ଯେ କେବଳ ନିଜେ ରୋଜଗାର କରୁଛନ୍ତି ତାହା ନୁହେଁ ବରଂ ଅନେକ ଲୋକଙ୍କ ଘର ସମ୍ଭାଳିବା ପାଇଁ ସେ ଖୋଲି ଦେଇଛନ୍ତି ରାସ୍ତା । ବନ୍ଦନା ନିଜ ପାଖରେ ୧୦ ଜଣ ଯୁବତୀଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଫଳରେ ପାଠ ପଢ଼ିବା ସହିତ ସେମାନେ ମଧ୍ୟ କିଛି ଟଙ୍କା ରୋଜଗାର କରିପାରୁଛନ୍ତି । ଅର୍ଡର ଦେଲେ ସୁନ୍ଦର ସୁନ୍ଦର ଗିଫ୍ଟ ଆଇଟମ ତିଆରି କରି ଗ୍ରାହକଙ୍କ ନିକଟ ପହଞ୍ଚାଇ ଦେଉଛନ୍ତି ସେ। ତାଙ୍କ ପାଖରେ ଥିବା ବିଭିନ୍ନ ଜିନିଷର ଦାମ ୨୦୦ ଟଙ୍କାରୁ ଆରମ୍ଭ କରି ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବନ୍ଦନାଙ୍କ ପ୍ରୟାସ ପାଇଁ ଆଜି ଅନେକ ଘରେ ଚୁଲି ଜଳିବାରେ ସହାୟକ ହୋଇ ପାରୁଛି ବୋଲି ନିକଟରେ କାର୍ଯ୍ୟ କରୁଥିବା ଶିଳ୍ପୀ କହନ୍ତି । ଜଣେ ମହିଳା ଉଦ୍ୟୋଗୀ ଭାବେ ବନ୍ଦନା ନିଜ ପ୍ରଚେଷ୍ଠାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ରେଶମା ଖାତୁନ କହିଛନ୍ତି, ‘‘ଆମେ ମ୍ୟାଡମଙ୍କ ନିକଟରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଛୁ । ପାଠ ପଢ଼ିବା ସହିତ ଏଠାରେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛୁ । ଆତ୍ମ ନିର୍ଭର ହେବାର ଏହି ବ୍ୟବସାୟ ଏକ ନୂଆ ରାହା ଦେଖାଇଛି।’’

ବାଲେଶ୍ୱର ସହରର ମହିଳା ବନ୍ଦନା ତିଡ଼ୱାନା ନୂଆ ପ୍ରୟାସ


"ଯୁକ୍ତ ଦୁଇରେ ପାଠ ପଢ଼ିବା ସହିତ ଏଠାରେ କାର୍ଯ୍ୟ କରି ବେଶ୍ ଲାଭବାନ ହୋଇପାରିଛି । କାମ ଆରମ୍ଭ କରିବାର ତିନି ମାସ ହୋଇଥିଲେ ମଧ୍ୟ ବହୁତ କାମ ଶିଖିବାକୁ ମିଳୁଛି ସେହିପରି ୪ ରୁ ୫ ହଜାର ରୋଜଗାର ମଧ୍ୟ ହୋଇଯାଉଛି,’’ କହିଛନ୍ତି କସମ ବେହେରା।

ବନ୍ଦନାଙ୍କର ପିଲାଦିନରୁ ଯେଉଁ କାମ କରିବାର ଇଛା ତାଙ୍କୁ କୌଣସି ବାଧା ବିଘ୍ନ ଅଟକାଇ ପାରିଲା ନାହିଁ। ବିବାହର କିଛି ବର୍ଷ ପରେ ହିଁ ସେ ନିଜ ବାପା ଓ ମା'ଙ୍କ ଠାରୁ ପ୍ରୋତ୍ସାହିତ ହୋଇ ବିଭିନ୍ନ ପ୍ରକାରର ସଜାଇବା ଉପକରଣ ଗୁଡ଼ିକ ତିଆରି କରି ଲୁଚି ଲୁଚି ପ୍ରଥମେ ସାଙ୍ଗ ମାନଙ୍କୁ ବିକ୍ରି କଲେ । କଞ୍ଚାମାଲ ଯେତେବେଳେ ବାପା ଘରକୁ ଯାଉଥିଲେ ସେତେବେଳେ କୋଲକାତାରୁ ଆଣି ସେଥିରେ ବିଭିନ୍ନ ପ୍ରକାରର ସଜାଇବା ଉପକରଣ ତିଆରି କରି ବିକ୍ରି କଲେ। ପରେ ଶାଶୁଘର ଲୋକ ବୋହୁର ଏପରି ଏକ ଉଦ୍ୟମକୁ ବହୁ ପ୍ରଶଂସା କଲେ ଓ ତାଙ୍କୁ ପ୍ରୋତ୍ସାହିତ କରିବା ସହ ସାହାଯ୍ୟ ମଧ୍ୟ କଲେ। ବର୍ତ୍ତମାନ ବନ୍ଦନାଙ୍କ ତିଆରି ଜିନିଷ ଖାଲି ଜିଲ୍ଲା ନୁହେଁ ସାରା ଦେଶରେ ଓ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇଛି । ବନ୍ଦନା ଏହି ଥିରୁ କେବଳ ନିଜେ ନୁହେଁ ବରଂ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ପନ୍ଥା ଦେଇଛନ୍ତି ଓ ଜଣେ ଉଦାହରଣ ସ୍ୱରୂପ ଅନ୍ୟ ନକୁ ପ୍ରେରଣା ଦେଇଛନ୍ତି।

ଅନ୍ୟମାନଙ୍କୁ ରୋଜଗାର ଦେଇ ବନ୍ଦନା ପାଲଟିଛନ୍ତି ଜଣେ ସଫଳ ମହିଳା


ବନ୍ଦନା କହିଛନ୍ତି, ‘‘ମୋର ଏବେ ବିଦେଶରେ ମଧ୍ୟ ସାମଗ୍ରୀ ବିକ୍ରି ହେବା ଆରମ୍ଭ ହୋଇଛି । ମୋର ଲକ୍ଷ୍ୟ ରହିଛି ଅଧିକରୁ ଅଧିକ ମହିଳାଙ୍କୁ ଆତ୍ମ ନିର୍ଭର କରିବି । ଏ ନେଇ ଆମେ କାର୍ଯ୍ୟ କରୁଛୁ ଏବେ ୧୦ ଜଣ ମୋ ନିକଟରେ କାର୍ଯ୍ୟ କରୁଛନ୍ତି। "

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ବନ୍ଦନା ।
Published by: Lipina Das
First published: October 8, 2021, 1:12 PM IST