ପ୍ରଚଣ୍ଡ ଶବ୍ଦ ପଛରେ ରହିଛି ସୁପରସୋନିକ ଜେଟ; ଆଗକୁ ଶୁଭିପାରେ ଶବ୍ଦ

ଗତ କାଲି ପ୍ରଚଣ୍ଡ ଶବ୍ଦ ନେଇ ଲୋକମାନେ ବିଭିନ୍ନ କଳ୍ପନା ଜଳ୍ପନା କରିଥିଲେ। ଆଜି ଏହା ପଛର କାରଣ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି ।

ପ୍ରଚଣ୍ଡ ଶବ୍ଦ ପଛରେ ରହିଛି ସୁପରସୋନିକ ଜେଟ

ପ୍ରଚଣ୍ଡ ଶବ୍ଦ ପଛରେ ରହିଛି ସୁପରସୋନିକ ଜେଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ଗତକାଲି ପ୍ରଚଣ୍ଡ ଶବ୍ଦ ପଛରେ ରହିଛି ସୁପରସୋନିକ ଜେଟ । F-16 ଓ ସୁଖୋଇ 30 ଭଳି ଜେଟ ପାଇଁ ହୋଇଥିଲା ଶବ୍ଦ । RSAF ଓ IAFର ମିଳିତ ଅଭ୍ୟାସ ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଏପରି ଶବ୍ଦ ଶୁଣିବାକୁ ମିଳିପାରେ।

୩ ଜିଲ୍ଲାରେ ଗତକାଲି ପ୍ରଚଣ୍ଡ ଶବ୍ଦ ପରେ ଲୋକେ ଘରୁ ବାହାରି ଆସିଲେ । ଚାରିଆଡ଼େ ସୃଷ୍ଟି ହେଲା ଭୟର ବାତାବରଣ। କେଉଁ ଆଡୁ ଆସିଲା ଶବ୍ଦ କାହିଁକି ଏପରି ପ୍ରଚଣ୍ଡ ଶବ୍ଦ ଏନେଇ ଲୋକେ କରିଲେ ବିଭିନ୍ନ କଳ୍ପନା ଜଳ୍ପନା । ଏପରିକି କେଉଁଠି ବୋମା ମାଡ଼ ହୋଇଥିବା ବା କୌଣସି ଜେଟ କ୍ରାସ ହୋଇଥିବା ନେଇ ଲୋକେ ସନ୍ଦେହ କରୁଥିବା ବେଳେ DRDO ପକ୍ଷରୁ କୌଣସି ମିସାଇଲ ପରୀକ୍ଷଣ ଦ୍ୱାରା ଶବ୍ଦ ଆସିଥାଇ ପାରେ ବୋଲି ଗୁଜବ ମଧ୍ୟ ଖେଳି ଯାଇଥିଲା । ତେବେ ଏନେଇ ଆମେ ଚଳାଇଥିଲୁ ସନ୍ଧାନ । କାହିଁକି ଏପରି ଶବ୍ଦ ହେଲା ତାକୁ ନେଇ ବିଭିନ୍ନ ବିଶେଷଜ୍ଞ ମାନଙ୍କ ମତାମତ ନେଇଥିଲୁ। ଏହି ସନ୍ଧାନ ସମୟରେ ଜଣା ପଡ଼ିଥିଲା ପୂର୍ବରୁ ବାଙ୍ଗାଲୋର ରେ ୨୦୨୦ ରେ ଏପରି ଶବ୍ଦ ହୋଇଥିବା ବେଳେ ୨୦୧୭ ସେପ୍ଟେମ୍ବର ରେ ବାଲେଶ୍ଵର ରେ ମଧ୍ୟ ସମାନ ଶବ୍ଦ ଶୁଣିବାକୁ ମିଳିଥିଲା ।

ଏନେଇ ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବାଲେଶ୍ଵର ରେ ୨୦୧୭ ରେ ଯେପରି ଶବ୍ଦ ହୋଇଥିଲା ସେହିପରି ଏହି ଶବ୍ଦ ହୋଇଛି ବୋଲି କହିଛନ୍ତି । ମୁଖ୍ୟତଃ ଶବ୍ଦ ର ବେଗରୁ ଦୁଇ ଗୁଣାରୁ ଅଧିକ ଜେଟ ଯେତେବେଳେ ସୁପରସୋନିକ ବେଗରେ ଗତି କରେ ଏବଂ ବାୟୁମଣ୍ଡଳ ର ଗୋଟିଏ ସ୍ତର ପହଞ୍ଚେ ସେତେବେଳେ ଏହି ଶବ୍ଦ ସୃଷ୍ଟି ହୁଏ ବୋଲି ଜଣାପଡିଛି।  ତେବେ ଜେଟ ଉଡିବାର କାରଣ ନେଇ ମଧ୍ୟ ସନ୍ଧାନ ପରେ ଜଣା ପଡ଼ିଲା କୋଲେଇକୁଣ୍ଡା ଏୟାର ବେସ ରୁ ଅଭ୍ୟାସ ସମୟରେ ଏହି ଶବ୍ଦ ସୃଷ୍ଟି ହୋଇଛି।  ମିଳିଥିବା ସୂଚନା ଅନୁସାରେ ସୁଖୋଇ 30 କିମ୍ବା F-16 ପାଇଁ ଏହି ଶବ୍ଦ ହୋଇଛି। ନଭେମ୍ବର 3ରୁ ସିଙ୍ଗାପୁର ର ରୟାଲ ସିଙ୍ଗାପୁର ଏୟାର ଫୋର୍ସ ( RSAF ) ଓ ଭାରତୀୟ ଵାୟୁ ସେନା ( IAF ) ର ମିଳିତ ଭାବରେ ଚାଲିଛି ଅଭ୍ୟାସ।

ଆସନ୍ତା ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହି ଅଭ୍ୟାସ ଚାଲିବ। ଏହି ଅଭ୍ୟାସ ସମୟରେ ଶକ୍ତିଶାଳୀ F16 ଜେଟ ସିଙ୍ଗାପୁର ୧୪ ରି କୋଲେଇକୁଣ୍ଡା ଆଣି ଅଭ୍ୟାସ କରିଥିବା ବେଳେ ଏହି ମିଳିତ ଅଭ୍ୟାସରେ ଭାରତର ସୁଖୋଇ ୩୦ , ମିଗ ୨୯ ଓ ତେଜସ ଭଳି ଶକ୍ତିଶାଳୀ ଜେଟ ମଧ୍ୟ ଭାଗ ନେଇଛନ୍ତି । ଗତକାଲି ସେମାନେ ଏହି ଉଡାଣ ଭରି ଥିବା ବେଳେ ଏହି ଶବ୍ଦ ହୋଇଥିଲା । ତେବେ ଆଗକୁ ଏହି ଅଭ୍ୟାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଗକୁ ମଧ୍ୟ ଏପରି ଶବ୍ଦ ଆସିପାରେ । ତେଣେ ଏହି ଶବ୍ଦ ପ୍ରତି କୌଣସି ବିପଦ ନଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ତେବେ କେବଳ ସୁପରସୋନିକ ବେଗ ରେ ଗଲେ ଏମିତି ଶବ୍ଦ ହୋଇନଥାଏ ଏଥିପାଇଁ ସେତେବେଳେ ସେହି ସ୍ଥାନର ବାୟୁର ଅଦ୍ରତା କମ ଓ ଶୁଷ୍କ ରହିଲେ ଏହାର ଶବ୍ଦ ଶୁଣିବାକୁ ମିଳେ । ଏଣୁ ସାଧାରଣତଃ ଶୀତ ଦିନରେ ଏପରି ଶବ୍ଦ ଆସିବା ସମ୍ଭାବନା ଅଧିକ ଥାଏ ।
Published by:Soumya Das
First published: