ପୁରୀ ଦମ୍ପତିଙ୍କ ଉପରେ ପନିକିରେ ଆକ୍ରମଣ: ପତି ପଡ଼ୋଶୀର ଯୌନାଙ୍ଗ କାମୁଡ଼ି ଛିଡ଼େଇ ଦେଇଥିଲା

ପନିକି ଚୋଟରେ ଆହତ ବାବୁଲି ନାୟକ ଓ ତାଙ୍କ ପତ୍ନୀ ସସ୍ମିତାଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି । ହାତାହାତି ବେଳେ ବାବୁଲି ତାଙ୍କ ପଡ଼ୋଶୀ ମନୁଆ ବାରିକର ଯୌନାଙ୍କ କାମୁଡ଼ି ଛିଡ଼େଇ ଦେଇଥିଲେ ।

ପୁରୀ ଦମ୍ପତିଙ୍କ ଉପରେ ପନିକିରେ ଆକ୍ରମଣ: ପତି ପଡ଼ୋଶୀର ଯୌନାଙ୍ଗ କାମୁଡ଼ି ଛିଡ଼େଇ ଦେଇଥିଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମରେ ଜଣେ ଦମ୍ପତିଙ୍କୁ ଘରେ ପଶି ପନିକିରେ ହାଣିବା ଘଟଣାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । ପନିକି ଚୋଟରେ ଆହତ ବାବୁଲି ନାୟକ ଓ ତାଙ୍କ ପତ୍ନୀ ସସ୍ମିତାଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି । ସସ୍ମିତାଙ୍କ ଘର ସମ୍ମୁଖରେ ପଡ଼ୋଶୀ ମନୁଆ ବାରିକ ଗାଳିଗୁଳଜ କରୁଥିବା ବେଳେ ବାବୁଲି ସେଠାରେ ପହଞ୍ଚିଥିଲେ ଓ ମନୁଆ ସହ ତାଙ୍କର ହାତାହାତି ହେବା ସମୟରେ ବାବୁଲି ମନୁଆର ଗୁପ୍ତାଙ୍ଗ କାମୁଡ଼ି ଛିଡ଼େଇ ଦେଇଥିଲେ ।

ଏହି ଘଟଣାର ପ୍ରତିଶୋଧ ସ୍ୱରୁପ ମନୁଆଙ୍କ ସହଯୋଗୀମାନେ ବାବୁଲି ଓ ସସ୍ମିତାଙ୍କୁ ପନିକିରେ ହାଣିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ବାବୁଲି ଓ ସସ୍ମିତା ପୁରୀ ଜିଲ୍ଲା ମୁଖ୍ୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମନୁଆ ଗୁରୁତର ଅବସ୍ଥାରେ ସେଠାରେ ସର୍ଜରୀ ୱାର୍ଡ଼ରେ ଚିକିତ୍ସିତ ହେଉଛି । ବାବୁଲି ବି ମନୁଆ ଉପରେ ଏ ପ୍ରକାର ଆକ୍ରମଣ କରିଥିବା କଥା ସ୍ୱୀକାର କରିଛନ୍ତି ।

‘‘ମୋ’ ପଡ଼ୋଶୀ ମନୁଆ ବାରିକ ସବୁ ବେଳେ ଘରର ଜମିଜମାକୁ ନେଇ ଗଣ୍ଡଗୋଳ କରେ । ରାତି ଦିନ ଯେତେବେଳେ ଦେଖିଲେ ମୋତେ ଓ ମୋ’ ସ୍ତ୍ରୀକୁ ଖରାପ ବ୍ୟବହାର ପ୍ରଦର୍ଶନ କରେ । ଏ ନେଇ ମୁଁ ତା’ ନାଁରେ ଥାନାରେ ବି ଅଭିଯୋଗ କରିଥିଲି । ସଦର ଥାନା ଅଧିକାରୀ ତାକୁ ଡାକି ପଚରାଉଚୁରା କରିବା ପରେ ପୁନଃ ଏ ଭଳି କରିବ ନାହିଁ ବୋଲି ସେ କହିବାରୁ ସମାଧାନ ହୋଇଥିଲା । ହେଲେ ଜୁନ ୩୦ରେ ମୁଁ କର୍ମକ୍ଷେତ୍ରରୁ ଫେରୁଥିବା ବେଳେ ମୋ’ ସ୍ତ୍ରୀ ସସ୍ମିତାକୁ ସେ ଦ୍ୱାର ମୁହଁରେ ଗାଳିଗୁଳଜ କରୁଥିଲା । ଅସଭ୍ୟ ଓ ଅଶ୍ଲୀଳ ଭାଷା ବ୍ୟବହାର କରୁଥିଲା । ମୁଁ ଘରକୁ ଯିବାରୁ ସସ୍ମିତା ମୋତେ ସବୁ କଥା କହିଲା । ମୁଁ ମନୁଆ ଘରକୁ ଯାଇ ତାକୁ ପଚାରିଲି । ହେଲେ ସେ ମୋତେ ଗାଳି ଗୁଲଜ କରିବା ସହ ଆକ୍ରମଣ କଲା  । ହଠାତ ସେ ମୋ’ ମୁଣ୍ଡକୁ ପିଟି ଦେବାରୁ ମୁଁ କଷ୍ଟ ପାଇ ତା’ ଯୌନାଙ୍ଗକୁ କାମୁଡ଼ି ଛିଡାଇଦେଲି,’’ କହିଛନ୍ତି ବରପଦା ଗ୍ରାମର ବାବୁଲି ନାୟକ ।

ତିନି ଜଣ ଯାକ ଆହତ ବ୍ୟକ୍ତି ଏବେ ପୁରୀ ଜିଲ୍ଲା ମୁଖ୍ୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।


ବାବୁଲିଙ୍କ ସ୍ତ୍ରୀ ସସ୍ମିତା ନାୟକ କହିଛନ୍ତି ଯେ ମନୁଆ ବାରିକ ସବୁ ବେଳେ ତାଙ୍କ ସହ ଝଗଡ଼ା କରୁଥିଲା । ‘‘ସେଦିନ ବି ଝଗଡ଼ା ବେଳେ ମୋ ସ୍ୱାମୀ ପହଞ୍ଚିବା ପରେ ଗଣ୍ଡଗୋଳ ହେଲା । ପିଟାପିଟିରେ ମୋ’ ସ୍ୱାମୀ ଆହତ ହେଲେ । ମନୁଆ ରକ୍ତ ଜୁଡୁବୁଡୁ ହୋଇଥିଲା । ତାକୁ ତୁରନ୍ତ ଗାଁ ଲୋକେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମୋ’ ସ୍ୱାମୀକୁ ମୁଁ ଡାକ୍ତର ଦେଖାଇବା ପରେ ସେ ଘରକୁ ଆସିଥିଲେ । ତା’ ପରେ ଜୁଲାଇ ୪ ତାରିଖ ଦିନ ମନୁଆର କିଛି ସହଯୋଗୀ ଆମ ଘରେ ପଶି ପିନିକିରେ ମୋତେ ଓ ମୋ’ ସ୍ୱାମୀଙ୍କୁ ଅତର୍କିତ ଭାବେ ହାଣି ଥିଲେ,’’ କହିଛନ୍ତି ସସ୍ମିତା ।

ସଦର ଥାନା ଅଧିକାରୀ ସୁମତୀ ମହାନ୍ତି କହିଛନ୍ତି ଯେ ବରପଦା ଗ୍ରାମର ଏହି ଘଟଣା ପଛରେ ଅଛି ପୂର୍ବ ଶତୃତା ଓ ଜମି ବିବାଦ । ‘‘ଉଭୟ ପଡ଼ୋଶୀ ହୋଇଥିବାରୁ ଦୀର୍ଘ ଦିନ ଧରି ଜମି ବିବାଦ ଲାଗିରହିଛି । ଏହି ତାଜା ଘଟଣାକୁ ନେଇ ଉଭୟ ପକ୍ଷରୁ ଦୁଇଟି ଏତାଲା ଦିଆଯାଇଛି । ସେମାନଙ୍କୁ ପୁରୀ ହସପିଟାଲରେ ଚିକିତ୍ସା କରାଯାଉଛି । ଥାନାର ପୋଲିସ କ୍ୱାରେଣ୍ଟାଇନରେ ଥିବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଛି,’’ କହିଛନ୍ତି ମହାନ୍ତି ।

ଏହା ବି ପଢ଼ନ୍ତୁ: ଭୁବନେଶ୍ୱରରେ ଯୁବ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ମିଳିଲା; ମାସକ ତଳେ ବିବାହ ହୋଇଥିଲା

ଜମିଜମାକୁ ନେଇ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ ହେବା କିଛି ନୂଆ କଥା ନୁହେଁ, ହେଲେ ଝଗଡ଼ାରେ ଜଣେ ଆଉ ଜଣକ ଯୌନଙ୍ଗ କାମୁଡ଼ି ଛିଡ଼ାଇଦେବା ଓ ପନିକିରେ ଦମ୍ପତିକୁ ହାଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
Published by: Anand Shankar Thankur Das
First published: July 7, 2020, 8:22 PM IST
corona virus btn
corona virus btn
Loading