ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ବହୁ ପୁରୁଣା ଆଇନରେ ପରିବର୍ତ୍ତନ ଆଣିବାକୁ ରେଳବାଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଉଛି । ଏହି ପ୍ରସ୍ତାବ ଅନୁଯାୟୀ ଟ୍ରେନ୍ ଭିତରେ ବା ରେଳ ଷ୍ଟେସନ ପରିସରରେ ଭିକ ମାଗିବା ଆଉ ଏକ ଅପରାଧ ହେବ ନାହିଁ ।

୨୦-୨୧ ଡିସେମ୍ବରରେ ରେଳବାଇ ଏହି ସମସ୍ତ ଟ୍ରେନକୁ ବାତିଲ କଲା

୨୦-୨୧ ଡିସେମ୍ବରରେ ରେଳବାଇ ଏହି ସମସ୍ତ ଟ୍ରେନକୁ ବାତିଲ କଲା

  • Share this:
News18 Odia Digital

ନୂଆ ଦିଲ୍ଲୀ: ବହୁ ପୁରୁଣା ଆଇନରେ ପରିବର୍ତ୍ତନ ଆଣିବାକୁ ରେଳବାଇ (Indian Railways) କେନ୍ଦ୍ର ସରକାରଙ୍କୁ (Central Government) ଏକ ପ୍ରସ୍ତାବ ପଠାଉଛି । ସୂତ୍ରଙ୍କ ଅନୁସାରେ ରେଳବାଇ କ୍ୟାବିନେଟକୁ ପଠାଇଥିବା ପ୍ରସ୍ତାବରେ ଭାରତୀୟ ରେଳ ଅଧିନିୟମ ୧୯୮୯ର (Indian Railways Act 1989) ଦୁଇଟି ନିୟମରେ ପରିବର୍ତ୍ତନ କରିବାର ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଅନୁଯାୟୀ IRAର ଧାରା ୧୪୪(୨) ରେ ସଂଶୋଧନ କରିବାକୁ କୁହାଯାଇଛି । ଏହା ବ୍ୟତୀତ ଯେଉଁମାନେ ଟ୍ରେନ୍ ଭିତରେ କିମ୍ବା ଷ୍ଟେସନରେ ବିଡି ଓ ସିଗାରେଟ୍ ପିଉଥିବେ (smoking) ସେମାନଙ୍କୁ ଆଉ ଜେଲ୍ ପଠାଯିବ ନାହିଁ । ସେମାନଙ୍କ ଠାରୁ କେବଳ ଜୋରିମାନା (penalty) ଆଦାୟ କରାଯିବ ।

ଭାରତୀୟ ରେଳ ଆଇନର ଧାରା ୧୬୭ରେ ବି ସଂଶୋଧନ ପାଇଁ ଏକ ପ୍ରସ୍ତାବ ପଠାଯାଇଛି । ଯଦି ଏହି ସଂଶୋଧନ ଗୃହୀତ ହୁଏ ତେବେ ଯେଉଁମାନେ ଟ୍ରେନ୍ ଭିତରେ, ରେଳ ପ୍ଲାଟଫର୍ମ ଉପରେ କିମ୍ବା ଷ୍ଟେସନ ପରିସରରେ ଧୂମପାନ କରୁଥିବା ଦେଖାଯିବେ ସେମାନଙ୍କୁ ଆଉ ଜେଲ ଦଣ୍ଡ ଦିଆଯିବ ନାହିଁ । ସେମାନଙ୍କଠାରୁ କେବଳ ଜରିମାନା ଆଦାୟ କରାଯିବ।

ସୂଚନା ଅନୁସାରେ କେନ୍ଦ୍ର ସରକାର ବର୍ତ୍ତମାନ ଭାରତୀୟ ରେଳ ସମ୍ବନ୍ଧୀୟ ଏହି ପରି ଅନେକ ନିୟମକୁ ପରିବର୍ତ୍ତନ କରିବାକୁ ବା ରଦ୍ଦ କରିବାକୁ ଚିନ୍ତା କରୁଛନ୍ତି ଯାହା ଆଉ ଉପଯୋଗୀ ନୁହେଁ ବୋଲି ବିଚାର କରାଯାଇଛି । ଅର୍ଥାତ ଯେଉଁ ସବୁ ଆଇନ୍‌ ଯୋଗୁଁ ସିଷ୍ଟମରେ ଅସୁବିଧା ଆସୁଛି ସେହି ନିୟମଗୁଡ଼ିକୁ ସଂଶୋଧନ କରିବାର ଯୋଜନା ଚାଲିଛି । ସେହି ଭଳି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରୁ ଏଭଳି ଅନୁପଯୋଗୀ ଆଇନର ଏକ ତାଲିକା ବି ମଗାଯାଉଛି ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଭାରତୀୟ ରେଳବାଇର (Indian Railways) ୧୬୭ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେ ରେଳବାଇ ଟିକେଟ୍ ବୁକିଂରୁ ହୋଇଥିବା ଆୟର ପପରିମାଣ ଅପେକ୍ଷା ଅଧିକ ଟଙ୍କା ଯାତ୍ରୀମାନଙ୍କୁ ଫେରାଇଛି (refund ଦେଇଛି) । ଏହି ଘଟଣା କରୋନା ସମୟରେ ହିଁ ହୋଇଛି ।



ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ସମୟରେ କୋଭିଡ-୧୯ ସଙ୍କଟ (COVID-19) ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଥିବା ରେଳବାଇର ଯାତ୍ରୀ ଆୟରେ ୧,୦୬୬ କୋଟି ଟଙ୍କାର କ୍ଷତି ହୋଇଛି । ଏହି ସମୟ ମଧ୍ୟରେ ରେଳ ଯାତ୍ରୀମାନଙ୍କୁ ଟିକେଟ ମୂଲ୍ୟ ରିଫଣ୍ଡ (ticket price refund) କରିବାରେ ରେଳବାଇକୁ ଏପ୍ରିଲ ମାସରେ ୫୩୧.୧୨ କୋଟି ଟଙ୍କା, ମେ ମାସରେ ୧୪୫.୨୪ କୋଟି ଟଙ୍କା ଓ ଜୁନ ମାସରେ ୩୯୦.୬ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଣାପଡ଼ିଛି ।
Published by:Anand ST Das
First published: