ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସାବଧାନ! ରାଜଧାନୀରେ ମାତିଛନ୍ତି ଜାମତାରା ଗ୍ୟାଙ୍ଗ; କଲ୍ କରି ଲୁଟି ନେଉଛନ୍ତି ବ୍ୟାଙ୍କ ବାଲାନ୍ସ

ସାବଧାନ! ରାଜଧାନୀରେ ମାତିଛନ୍ତି ଜାମତାରା ଗ୍ୟାଙ୍ଗ; କଲ୍ କରି ଲୁଟି ନେଉଛନ୍ତି ବ୍ୟାଙ୍କ ବାଲାନ୍ସ

ଚଳିତ ବର୍ଷ ଭୁବନେଶ୍ୱର ଓ କଟକରୁ ୧୦୦ରୁ ଉର୍ଦ୍ଧ୍ବ ସାଇବର ଠକେଇ ଅଭିଯୋଗ ଆସି ସାରିଛି । ପ୍ରଥମେ ଏହି ଗ୍ୟାଙ୍ଗ ନିରୀହ ଲୋକଙ୍କୁ କଲ୍ କରୁଛନ୍ତି । ପରେ ନିଜକୁ ଜଣେ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିନେଉଛନ୍ତି ଓ ଏହା ସାହାଯ୍ୟରେ ଉକ୍ତ ଲୋକଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିଦେଉଛନ୍ତି ।

ସାବଧାନ! ରାଜଧାନୀରେ ମାତିଛନ୍ତି ଜାମତାରା ଗ୍ୟାଙ୍ଗ; କଲ୍ କରି ଲୁଟି ନେଉଛନ୍ତି ବ୍ୟାଙ୍କ ବାଲାନ୍ସ
ସାବଧାନ! ରାଜଧାନୀରେ ମାତିଛନ୍ତି ଜାମତାରା ଗ୍ୟାଙ୍ଗ
  • News18 Odia
  • Last Updated: December 16, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଏବେ ସକ୍ରିୟ ହେବାରେ ଲାଗିଛନ୍ତି ଜାମତାରା ଗ୍ୟାଙ୍ଗ । ଝାରଖଣ୍ଡ ରାଜ୍ୟରୁ ଥାଇ ଲୋକଙ୍କ ଟଙ୍କା ଗାୟବ କରୁଥିବା ଏହି ଗ୍ୟାଙ୍ଗ ଟାର୍ଗେଟରେ ଏବେ ରହିଛି ଦୈତ ନଗରୀ । ଚଳିତ ବର୍ଷ କେବଳ ଭୁବନେଶ୍ୱର ଓ କଟକରୁ ୧୦୦ରୁ ଉର୍ଦ୍ଧ୍ବ ସାଇବର ଠକେଇ ଅଭିଯୋଗ ଆସି ସାରିଲାଣି । ବିଶେଷ କରି ଏହି ଗ୍ୟାଙ୍ଗରେ ଟାର୍ଗେଟରେ ରହୁଛନ୍ତି ବରିଷ୍ଠ ନାଗରିକ । ରାତି ସମୟରେ ଫୋନ କଲ୍ କରି ଏଟିଏମରେ ଥିବା ୧୬ନମ୍ବର ବିଶିଷ୍ଠ କୋଡ଼କୁ ମାଗୁଛନ୍ତି । ଆଉ କିଛି ସମୟ ଭିତରରେ ଆକାଉଣ୍ଟରୁ ଗାୟବ ହୋଇଯାଉଛି ଟଙ୍କା । ଏଭଳି ଅଭିଯୋଗ ଆସିବା ପରେ ଲୋକଙ୍କୁ ସତର୍କ କରାଇଛନ୍ତି ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଆପଣଙ୍କ ଫୋନକୁ କେଉଁ ଅଜଣା ନମ୍ବରରୁ କଲ୍ ଆସୁଛି କି? କଲ କରି କେହି ଆପଣଙ୍କ ଏଟିଏମରେ ଦିଆଯାଇଥିବା ସିକ୍ରେଟ ନମ୍ବର ମାଗୁଛି କି? ଯଦି ହଁ ତାହେଲେ ସାବଧାନ ହୋଇଯାଆନ୍ତୁ । କାହିଁକି ନାଁ ଓଡ଼ିଶାରେ ମାତିଛନ୍ତି ଜାମତାରା ସାଇବର ଠକ ଗ୍ୟାଙ୍ଗ । ଝାଡ଼ଖଣ୍ଡରରୁ ଥାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରୁଥିବା ଏହି ସାଇବର ଠକ ଗ୍ୟାଙ୍ଗ ଏବେ ଦୈତ୍ୟ ନଗରୀରେ ସକ୍ରିୟ ହୋଇଛନ୍ତି । ରାତିସାରା ଚାଲୁଛି ଜାମତାରା ଗ୍ୟାଙ୍ଗର ଅପରେସନ । ଟାର୍ଗେଟରେ ରହୁଛନ୍ତି ବରିଷ୍ଠ ନାଗରିକ । ବିଶେଷକରି ଅମଜାନ, ଓଏଲଏକ୍ସ, ଫୋନ ପେ, ଜରିଆରେ ଠକି ନେଇଛନ୍ତି ଟଙ୍କା ।

ଚଳିତ ବର୍ଷ ଭୁବନେଶ୍ୱର ଓ କଟକରୁ ୧୦୦ରୁ ଉର୍ଦ୍ଧ୍ବ ସାଇବର ଠକେଇ ଅଭିଯୋଗ ସାରିଲାଣି । ପ୍ରଥମେ ଏହି ଗ୍ୟାଙ୍ଗ ନିରୀହ ଲୋକଙ୍କୁ କଲ କରୁଛନ୍ତି । ପରେ ନିଜକୁ ଜଣେ ବ୍ୟାଙ୍କ ଅଧିକାରୀ ବୋଲି ବିଶ୍ୱାସ ଦେଲା ପରେ ଜନ୍ମ ତାରିଖ ଭୁଲ ଥିବା କଥା କହୁଛନ୍ତି । ଆଉ ଏହାପରେ ଏଟିଏମରେ ଥିବା ୧୬ଟି ନମ୍ବର କୋଡ଼କୁ ମାଗୁଛନ୍ତି । ଆଉ କ୍ଷଣିକ ଭିତରେ ଆକାଉଣ୍ଟରୁ ଗାୟବ ହେଉଛି ଟଙ୍କା । ତେବେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଚେଷ୍ଟା ଚାଲିଛି । ତେଣୁ ଲୋକେ ମାନେ ସତର୍କ ରହିବା ଆବଶ୍ୟକ । ଯଦି ସେମିତି କିଛି ସମସ୍ୟା ଆସୁଛି ତେବେ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ


"କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଏବେ ସାଇବର ଠକ ମାନେ ସକ୍ରିୟ ହୋଇଛନ୍ତି । ସାଇବର ଠକେଇର ୮୦ ପ୍ରତିଶତ ଜାମତାରାରୁ ହେଉଥିବା ଅଭିଯୋଗ ହେଉଛି । ୨୦୧୯ ରେ ଦେଶରେ ୬୩ ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଥିବା ବେଳେ ୨୦୨୦ ରେ କେବଳ ଓଡ଼ିଶାରେ ୭୬ ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଛି । ତେବେ ମାମଲା ଦାୟର ହେଉଥିଲେ ମଧ୍ୟ ଟେକ୍ନୋଲୋଜି ଓ ଆନ୍ତରିକତାର ଅଭାବରୁ ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ । ତେଣୁ ଏଥିପାଇଁ ଲୋକ ସଚେତନତା ଆବଶ୍ୟକ," କହିଛନ୍ତି ପୋଲିସ କମିଶନର ।

ଏଭଳି ଘଟଣା ନୂଆ ନୁହେଁ । ଆଗରୁ ମଧ୍ୟ ଅନେକ ସାଇବର ଠକାମୀର କଥା ସାମ୍ନାକୁ ଆସିଛି । ସାଇବର ସେଲରେ ମଧ୍ୟ ଅଭିଯୋଗ ହୋଇଛି । ଧରିବା ତ ଦୂରର କଥା ସାମାନ୍ୟ ଗନ୍ଧ ବି ବାରିପାରୁନି ପୋଲିସ ଯାହା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।
Published by: Jagdish Barik
First published: December 16, 2020, 4:49 PM IST