ସାବଧାନ ! କ୍ୟାମେରା ଦେଖୁଛି: ଅଢେଇ ମାସରେ ତଣ୍ଡ ଗଣିଲେଣି ୪୮ହଜାର ଲୋକ

ରାଜଧାନୀର ଗଳି କନ୍ଦିରେ କମିଶନରେଟ ପୋଲିସର କ୍ୟାମେରା । ଟ୍ରାଫିକ ନିୟମ ଭାଙ୍ଗି ମୋଟା ଅଙ୍କର ଫାଇନ ଦେଉଛନ୍ତି ଗାଡି ଚାଳକ ।

ସାବଧାନ ! କ୍ୟାମେରା ଦେଖୁଛି: ଅଢେଇ ମାସରେ ତଣ୍ଡ ଗଣିଲେଣି ୪୮ହଜାର ଲୋକ

ସାବଧାନ ! କ୍ୟାମେରା ଦେଖୁଛି: ଅଢେଇ ମାସରେ ତଣ୍ଡ ଗଣିଲେଣି ୪୮ହଜାର ଲୋକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦୁର୍ଘଟଣା ଜନିତ ସମସ୍ୟା ହ୍ରାସ ଓ ଜନ ସାଧାରଣଙ୍କ ଶୃଙ୍ଖଳିତ ଗମନା ଗମନ ନିମନ୍ତେ କମିଶନରେଟ ପୋଲିସ (commissionerate police) ତରଫରୁ ବିଭିନ୍ନ ସମୟରେ ଚଢଉ ଅଭିଯାନ ଜାରି ରହିଛି । ଏହି କ୍ରମରେ କମିଶନରେଟ ଟ୍ରାଫିକ (traffic) ପୋଲିସ ପକ୍ଷରୁ ବର୍ଷ ଆରମ୍ଭରୁ ଭୁବନେଶ୍ଵର ସହରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଚଢଉ ଅଭିଯାନ କଡାକଡି କରାଯାଇଛି । ଏହି ଚଢଉ ଅଭିଯାନ ପ୍ରାୟତଃ ବିନା ହେଲମେଟରେ ଗାଡି ଚାଳନା, ଅବୈଧ ଗାଡି ପାର୍କିଂ, ଏବଂ ଦ୍ରୁତ ଗାଡିଚାଳନା ବିରୋଧରେ କରାଯାଉଛି । ଅବୈଧ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକୁ ପୋଲିସ କ୍ରେନ ସହାୟତାରେ ଥାନାକୁ ଉଠାଇ ନେବା ସହ ନିୟମ ଉଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା (fine) ଆଦାୟ କରାଯାଉଛି ।

ଭୁବନେଶ୍ୱର ଟ୍ରାଫିକ ଗତ ଜାନୁୟାରୀ ମାସ ପହିଲାରୁ ୩୧ତାରିଖ  ମଧ୍ୟରେ କରାଯାଇଥିବା ସ୍ଵତନ୍ତ୍ର ଅଭିଯାନରେ ମୋଟ ୧୫୬୪୧ଜଣ ବ୍ୟକ୍ତିଙ୍କ ବିରୋଧରେ ଜରିମାନା ପାଇଁ ଚାଲାଣ ଜାରି କରଯାଇଛି । ଏହି ସମୟରେ ସେଥିମଧ୍ୟରୁ ବିନା ହେଲମେଟ ନିମନ୍ତେ ମୋଟ ୫୮୯୯ ଜଣ, ତିନି ଜଣିଆ ଗାଡି ଚାଲାଣ ନିମନ୍ତେ ୧୪୨ ଜଣ, ଭୁଲ ଦିଗରେ ଗାଡି ଚାଳନା  ନିମନ୍ତେ ୭୫୩ ଜଣ, ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ୫୨୧ ଜଣ, ବେଆଇନ ପାର୍କିଂ ନିମନ୍ତେ ୬୦୧ ଜଣ  ଓ ଦୃତ ଗତିରେ ଗାଡି ଚାଳନା ନିମନ୍ତେ ୪୯୦୯ ଜଣ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରେ ୧୩୪ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗକୁ ନିବେଦନ କରାଯାଇଥିଲା ।

ସେହିପରି ଗତ ଫେବୃୟାରୀ ମାସ ୧ତାରିଖରୁ  ୨୮ ତାରିଖ ମଧ୍ୟରେ କରାଯାଇଥିବା ସ୍ଵତନ୍ତ୍ର ଅଭିଯାନରେ ମୋଟ ୨୧୦୪୫ ଜଣ ବ୍ୟକ୍ତିଙ୍କ ବିରୋଧରେ ଜରିମାନା ପାଇଁ ଚାଲାଣ ଜାରି କରାଯାଇଛି । ସେଥିମଧ୍ୟରୁ ବିନା ହେଲମେଟ ନିମନ୍ତେ ମୋଟ ୭୫୨୭ ଜଣ, ତିନି ଜଣିଆ ଗାଡି ଚାଳନା ନିମନ୍ତେ ୨୪୮ ଜଣ, ଭୁଲ ଦିଗରେ ଗାଡି ଚାଳନା  ନିମନ୍ତେ ୪୧୦ ଜଣ, ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନ (mobile phone) ବ୍ୟବହାର କରୁଥିବା ୩୪୦ ଜଣ, ବେଆଇନି ପାର୍କିଂ ନିମନ୍ତେ ୪୬୦ ଜଣ  ଓ ଦୃତି ଗତିରେ ଗାଡି ଚାଳନା ନିମନ୍ତେ ୬୪୪୧ ଜଣ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଜରିମାନା ଆଦାୟ କରାଯାଇଥିଲା । ଏହାସହ  ୨୪୦ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗକୁ ନିବେଦନ କରାଯାଇଥିଲା ।

ଚଳିତ ମାର୍ଚ୍ଚ ମାସ ପହିଲାରୁ ୧୪ତାରିଖ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଅଭିଯାନରେ ମୋଟ ୧୦୯୦୮ଜଣ ବ୍ୟକ୍ତିଙ୍କ ବିରୋଧରେ ଜରିମାନା ପାଇଁ ଚାଲାଣ ଜାରି କରାଯାଇଛି । ସେଥିମଧ୍ୟରୁ ବିନା ହେଲମେଟ ନିମନ୍ତେ ମୋଟ ୩୪୫୨ ଜଣ, ତିନି ଜଣିଆ ଗାଡି ଚାଳନା ନିମନ୍ତେ ୧୦୩ ଜଣ, ଭୁଲ ଦିଗରେ ଗାଡି ଚାଳନା  ନିମନ୍ତେ ୧୯୮ ଜଣ, ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ୧୨୦ ଜଣ, ବେଆଇନି ପାର୍କିଂ ନିମନ୍ତେ ୨୩୩ ଜଣ  ଓ ଦୃତ ଗତିରେ ଗାଡି ଚାଳନା ନିମନ୍ତେ ୨୫୩୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଜୋରିମାନା ଆଦାୟ କରାଯାଇଥିଲା ଏବଂ  ୨୧୨ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗକୁ ନିବେଦନ କରାଯାଇଥିଲା ।

ଏହି ଖବର ପଢ଼ନ୍ତୁ - http://ନୀଳଗିରିରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ସୂଚନାଯୋଗ୍ୟ, ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଜନସାଧାରଣମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଅନୁରୋଧ କରାଯିବା ସଙ୍ଗେସଙ୍ଗେ ରାସ୍ତାର ବାମପାର୍ଶ୍ୱକୁ ଅବରୋଧ ନ କରିବା, ଜେବ୍ରାଲାଇନକୁ ଅତିକ୍ରମ ନ କରିବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡି ନ ଚଲାଇବା ତଥା ସିଟ ବେଲ୍ଟ ଏବଂ ହେଲମେଟ  ବ୍ୟବହାର କରିବା ନିମନ୍ତେ ସଚେତନ କରାଯାଉଛି ।
Published by:Soubhagya Mishra
First published: