ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର କରିବା ପାଇଁ BDAର ପଦକ୍ଷେପ

ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର ପାଇଁ ବିଡ଼ିଏର ପଦକ୍ଷେପ। ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରର ସର୍ବାଙ୍ଗୀନ ବିକାଶ ପାଇଁ ହେବ ୧୦ଟି ପ୍ରକଳ୍ପ।

ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର କରିବା ପାଇଁ BDAର ପଦକ୍ଷେପ

ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର କରିବା ପାଇଁ BDAର ପଦକ୍ଷେପ

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ୪୪ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରର ସର୍ବାଙ୍ଗୀନ ଉନ୍ନତି ସହିତ ପର୍ଯ୍ୟଟନ, ଆବାସ, କ୍ରୀଡ଼ା ଓ ବ୍ୟବସାୟିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ବିଶେଷ କରି ୧୦ଟି ପ୍ରକଳ୍ପକୁ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ୧୦ କୋଟି ଟଙ୍କାରୁ କମ ରହିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ସେପଟେ ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ କେବଳ ଯେ ବ୍ରହ୍ମପୁରର ରୂପ ବଦଳିବ ତାହା ନୁହେଁ ବରଂ ଛତ୍ରପୁର ଓ ଗୋପାଳପୁରର ବିକାଶ ହେବା ସହିତ ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

ବ୍ରହ୍ମପୁର ସହରକୁ ଗ୍ରେଟର ବ୍ରହ୍ମପୁର କରିବା ନିମନ୍ତେ ଆରମ୍ଭ ହୋଇଛି ପ୍ରକିୟା। ବ୍ରହ୍ମପୁର ସହର ସମେତ ଛତ୍ରପୁର ଓ ଗୋପାଳପୁରର ସାମଗ୍ରୀକ ବିକାଶ ନିମନ୍ତେ ଏବେ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ତଥା ବିଡ଼ିଏ। ଏଥିନେଇ ବିଡ଼ିଏର ୪୪ତମ ସାଧାରଣ ପରିଷଦ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚାନ କରାଯାଇଛି। ବିଡିଏ ଉପାଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାୟ ୧୦ଟି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

‘‘ବ୍ରହ୍ମପୁର ତଥା ଆଖପାଖ ଛତ୍ରପୁର ଓ ଗୋପାଳପୁର ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ କରାଯାଇ ପର୍ଯ୍ୟଟନ ଶିଳ୍ପରେ ବିକାଶ ଆଣିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ବ୍ରହ୍ମପୁର ସହରର ଅନ୍ନପୂର୍ଣ୍ଣା ମାର୍କେଟ, ଅର୍ବାନ ରୋଡ଼୍ ଓ ଆଖପାଖ ଅଞ୍ଚଳରେ ପାର୍କିଂ ସମସ୍ୟାକୁ ଦୂର କରିବା ଲାଗି ଏକ ପୁରୁଣା ବସଷ୍ଟାଣ୍ଡ ନିକଟରେ ୧୦ କୋଟି ଟଙ୍କା ଏକ ବହୁତଳ କାର ପାର୍କିଂ କଂପ୍ଲେକ୍ସ ନିର୍ମାଣ କରାଯିବ। ଏଥିପାଇଁ ବିଏମସି ପକ୍ଷରୁ ଜାଗା ପ୍ରଦାନ କରାଯିବ। ଏକା ସମୟରେ ଏଠାରେ ପ୍ରାୟ ୨୦୦ କାର ପାର୍କିଂ ହୋଇପାରିବ। ନିକଟରେ ନନ୍ଦନକାନନଠାରେ ନିର୍ମିତ ହୋଇଥିବା ବହୁତଳ କାର ପାର୍କିଂ କୋଠା ଢାଞ୍ଚାରେ ନିର୍ମାଣ ହେବା ନେଇ ସୂଚନା ଦେଇଛନ୍ତି,’’ ବିଡ଼ିଏ ଉପାଧ୍ୟକ୍ଷ ସିଦ୍ଧେଶ୍ବର ବଳିରାମ ବନ୍ଦୋର।

‘‘ନୂଆ ବସ ଷ୍ଟାଣ୍ଡ ରାସ୍ତାରେ ଏକ ବ୍ୟବସାୟିକ କୋଠ ନିର୍ମାଣ ହେବ। ମିଶନ ଶକ୍ତି ମହିଳାଗୋଷ୍ଠୀଙ୍କୁ ଏଠାରେ ଷ୍ଟଲ ପ୍ରଦାନ କରାଯିବ। ଆସିକା ରୋଡ ପାଣ୍ଡିରିଗାଡିଆ ବଜାରର ଉନ୍ନତିକରଣ କରାଯିବା ସହ ଏଠାରେ ୧୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ମାର୍କେଟ କପ୍ଲେକ୍ସ କରାଯିବ। ସେହିପରି ଛତ୍ରପୁର ନିକଟରେ ରହିଥିବା ତାମ୍ପରାର ମଧ୍ୟ ଉନ୍ନତିକରଣ କରାଯିବ। ଅଧିକରୁ ଅଧିକ ପର୍ଯ୍ୟଟକ କିଭଳି ଏଠାକୁ ଆସିବେ ସେ ନେଇ ଆଉ କିଛି ଅଧିକ ସୁବିଧା ସୁଯୋଗ ପର୍ଯ୍ୟଟକଙ୍କୁ ଦେବା ପାଇଁ ଯୋଜନା କରାଯାଇଛି,’’ ଏହାର ସୂଚନା ଦେଇଛନ୍ତି ଛତ୍ରପୁର ବିଧାୟକ ସୁବାଷ ବେହେରା।

‘‘ବ୍ରହ୍ମପୁର ସହରର ସିଟି ହାଇସ୍କୁଲ ପଡ଼ିଆଠାରେ ୧୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସ୍କୋର୍ଟସ୍ କମ୍ଲେକ୍ସ୍ ନିର୍ମାଣ କରାଯିବ। ଖେଳାଳୀଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ସୁବଧା ସହ ବ୍ୟାଡମିଣ୍ଟନ, ବାସ୍କେଟ୍ ବଲ, ଟେବୁଲ ଟେନିସ୍ ସହ ଅନ୍ୟ ଖେଳର ସୁବିଧା ରହିବ। ଆମ୍ୱପୁଆ ବିବେକ୍ ବିହାର ଠାରେ କର୍ମସିଆଲ ହାଉସିଂ ଡେଭେଲମେଣ୍ଚ କମ୍ଲେକ୍ସ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରାୟ ୧୫୦୦ ଗୃହ ସହିତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ରହିବ। ୧୦ କୋଟି ଟଙ୍କାରୁ କମ ରହିଥିବା ପ୍ରକଳ୍ପର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ୧୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁମତି ମିଳିଲେ କାମ ଆରମ୍ଭ ହେବ,’’ କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।

ଗୋପାଳପୁର ରାସ୍ତାରେ ଆଲୋକୀକରଣ, ଲାଞ୍ଜିପଲ୍ଲୀ ପାର୍କରେ ସୋଲାର ଲାଇଟ, ଓପେନ ଜିମ୍ ବ୍ୟବସ୍ଥା କରାଯିବ। ସେହିପରି ଗୋପାଳପୁରରେ ଏକ ନୂଆ ପାର୍କ କରାଯିବ। ଯେଉଁଠାରେ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ବିଭିନ୍ନ ଖେଳ ସରଞ୍ଜାମ କରାଯିବା ନେଇ ଯୋଜନା ରହିଛି। ବ୍ରହ୍ମପୁର ସହରରେ ଚାଲୁ ରହିଥିବା ପ୍ରକଳ୍ପ ଆଉ କିଛି ଦିନ ମଧ୍ୟରେ ଶେଷ ହେବାକୁ ଥିବା ବେଳେ ପୁଣି ଥରେ ସହରବାସୀଙ୍କୁ ନୂଆ ପ୍ରକଳ୍ପ ଜରିଆରେ ଭେଟି ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

‘‘ପୂର୍ବରୁ ସହରବାସୀ ଯେଉଁ ସବୁ ସୁବିଧା ପାଇଁ ସହର ବାହାରକୁ ଯାଉଥିଲେ ଆଉ ଯିବାକୁ ପଡ଼ିବ ନାହିଁ। ସହରରେ ହିଁ ବାହାର ରାଜ୍ୟର ସହର ଭଳି ମନୋରଞ୍ଜନ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ ନେଇ ପଦକ୍ଷେପ ନିଆଯାଉଛି। ଯାହାଫଳରେ ସହରବାସୀ ଉପକୃତ ହେବା ସହିତ ସହର ବିକାଶ ଦିଗରେ ଆଗକୁ ବଢ଼ିପାରିବ,’’ କହିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ।

ବୈଠକରେ ବ୍ରହ୍ମପୁର ସାଂସଦ, ବ୍ରହ୍ମପୁର ବିଧାୟକ, ଛତ୍ରପୁର ବିଧାୟକଙ୍କ ସମେତ ବହୁ ବରିଷ୍ଠ ପ୍ରାସାଶନିକ ଅଧିକାରୀ ଉପସ୍ଥିତ ଥିଲେ। ବ୍ରହ୍ମପୁର ସହରର ଆମ୍ୱପୁଆଠାରେ ୧୦ କୋଟିରୁ ଅଧିକା ଟଙ୍କାରେ ନିର୍ମିତ ହୋଉଥିବା ରକ୍ ଗାର୍ଡେନ ଆଉ ୨ ରୁ ୩ ମାସ ମଧ୍ୟରେ ଖୋଲିବାକୁ ଥିବା ବେଳେ ଜନସାଧାରଣ ମନୋରଞ୍ଜନ କରି ପାରିବେ ବୋଲି ବୈଠକରେ ସୂଚନା ମିଳିଛି।
Published by:Lipina Das
First published: