ଦୁଷ୍କର୍ମ ଅଭିଯୋଗରେ ବିଡିଏ କର୍ମଚାରୀ ଗିରଫ

ଦୁଷ୍କର୍ମ ଅଭିଯୋଗରେ ବିଡିଏ କର୍ମଚାରୀ ଗିରଫ। ଜଣେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ମନୋରଞ୍ଜନ ଦାସ

ମନୋରଞ୍ଜନ ଦାସ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ବିଡିଏ କର୍ମଚାରୀ ଗିରଫ। ଜଣେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ବିଡିଏ କର୍ମଚାରୀ ଜଣକ ହେଉଛନ୍ତି ମନୋରଞ୍ଜନ ଦାସ। ମନୋରଞ୍ଜନଙ୍କ ଘର ଚନ୍ଦକା ଅଞ୍ଚଳରେ।  ବିବାହିତ ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ମନୋରଞ୍ଜନ। ମହିଳା ଜଣଙ୍କ ପୂର୍ବରୁ ବିବାହିତା ହୋଇଥିବା ବେଳେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି।

ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମହିଳା ଅଡ଼ି ବସିବା ପରେ ଆଉ ଧରାଛୁଆଁ ଦେଇ ନଥିଲେ ମନୋରଞ୍ଜନ। ପରେ ମହିଳା ଜଣଙ୍କ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଯେଉଁ ଆଧାରରେ ଲଷ୍ମୀସାଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି।
Published by:Soumya Das
First published: