ଡିସେମ୍ୱର ୨୨ରୁ ପୁରୀରେ ବାସ୍କେଟବଲ ଲିଗ; ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହେବ ଅନୁଷ୍ଠିତ

ଚଳିତ ମାସ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଓଡ଼ିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ।

ଡିସେମ୍ୱର ୨୨ରୁ ପୁରୀରେ ବାସ୍କେଟବଲ ଲିଗ

ଡିସେମ୍ୱର ୨୨ରୁ ପୁରୀରେ ବାସ୍କେଟବଲ ଲିଗ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଚଳିତ ମାସ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଓଡ଼ିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡ଼ିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ ଟି ମହିଳା ବାସ୍କେଟବଲ ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟରେ ପୁରୀଠାରେ ଅନୁଷ୍ଠିତ ଖୋ ଖୋ ଚମ୍ପିୟାନସିପ୍ ଖୁବ ସୁନ୍ଦର ଭାବେ ଆୟୋଜନ ହୋଇ ଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବାସ୍କେଟବଲ ଲିଗକୁ ଅନୁରୂପ ଭାବେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ପୂର୍ତ୍ତ ବିଭାଗ ଏସଡିଓ ଶ୍ରୀ ଶୁକଦେବ ସାହୁ, ଓଡ଼ିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅମିତ ଦାସମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
Published by:Soubhagya Mishra
First published: