ଟୁଙ୍ଗୁରୁ ଭୋଳର ସରିବ ଖେଳ! ଭାଇରାଲ ଅଡ଼ିଓରେ କହୁଛି 'ବର୍ଷା ତୁ ମୋର'

ତୁ ଟିକେ ଧର୍ଯ୍ୟ ଧର। ମୁଁ ଆରମ୍ଭ କରିଛି ମାନେ ମୁଁ ଶେଷ କରିବି..କେବଳ ବର୍ଷା ଓ ଆଲୋକ। ଗଣମାଧ୍ଯମ ଆଗରେ ଯବନିକା ପଡି଼ଥିବା ଏହି ପ୍ରେମ କାହାଣୀ ନୂଆ ମୋଡ଼ ନେଉଛି ।

ଟୁଙ୍ଗୁରୁ ଭୋଳ

ଟୁଙ୍ଗୁରୁ ଭୋଳ

  • Share this:
News18 Odia Digital

ତୁ ଟିକେ ଧର୍ଯ୍ୟ ଧର। ମୁଁ ଆରମ୍ଭ କରିଛି ମାନେ ମୁଁ ଶେଷ କରିବି..କେବଳ ବର୍ଷା ଓ ଆଲୋକ। ସାରା ଓଡ଼ିଶା ଦେଖିବ..ନିକଟରେ ଏଭଳି କିଛି ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଅଡ଼ିଓ ବହୁତ ଚର୍ଚ୍ଚିତ ବର୍ଷା ଓ ଟୁଙ୍ଗୁରୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବୋଲି ଜଣାପଡ଼ିଛି।

ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଏମିତି ବ୍ୟାପିଛି ଯେ ସାରା ଓଡ଼ିଶାରେ ସେ ପରିଚିତ ହୋଇଥିଲା। ଏହା ମଧ୍ୟରେ ଗଣମାଧ୍ୟମରେ ଏହି ପ୍ରେମ କାହାଣୀର ଯବନିକା ପଡ଼ିଯାଇଥିଲା। କିନ୍ତୁ ଅସଲ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ଆଜି ବି ଜାରି ରହିଛି।

ନିକଟରେ ସୋସିଆଲ ମିଡ଼ିଆରେ ଏକ ଅଡ଼ିଓ ଭାଇରାଲ ହେଉଛି। ବର୍ଷା ଟୁଙ୍ଗୁରୁଙ୍କ ପାଇଁ ହାତ କାଟିଦେଇଛନ୍ତି। ପରେ ରକ୍ତ ବୋହିବା କଥାକୁ ନେଇ ଟୁଙ୍ଗୁରୁ ବର୍ଷାଙ୍କ ପ୍ରତି ତାଙ୍କ ସ୍ନେହ ଦେଖାଉଛନ୍ତି। ଏହି ରକ୍ତର ମୂଲ୍ୟ ତୁ ଦେବୁ ଓ ବର୍ଷା କେବଳ ଆଲୋକର ବୋଲି ଅଡ଼ିଓରେ ଶୁଣା ଯାଉଛି। ମୋ ବାପା ମା କୁ ବୁଝେଇକି ତତେ ଘରକୁ ବୋହୁ କରି ଆଣିବି ବୋଲି ବର୍ଷାକୁ ଆଶ୍ୱସନା ଦେଇଛି ଟୁଙ୍ଗୁରୁ। କେବଳ ସେତିକି ନୁହେଁ ବର୍ଷା ଟୁଙ୍ଗୁରୁଙ୍କ ବାପାଙ୍କ ସହ ମଧ୍ୟ କଥା ହେଉଥିବାର ଅଡିଓରୁ ସ୍ପଷ୍ଟ ହେଉଛି।

କିନ୍ତୁ ଟୁଙ୍ଗୁର ଭୋଳଙ୍କ ଜୀବନର ମୋଡ଼ ବଦଳିଯାଇଛି। ଏବେ ସେ ସାମାଜିକ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ତା ନାଁରେ ଡଜନେ ଗୀତ ପ୍ରସ୍ତୁତ ହୋଇ ବଜାରରେ ଭାଇରାଲ୍‌ ହେଲାଣି। ପୁଣି ରାସ୍ତାଘାଟରେ ଲୋକମାନେ ଟୁଙ୍ଗୁର ଓ ତାଙ୍କ ଅଟୋ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳୁଛି।
Published by:Soumya Das
First published: