ପଦ୍ମପୁରର ନୂଆ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବାଚସ୍ପତି ବର୍ଷାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରିତା ସାହୁଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଓ ପ୍ରଫୁଲ ସାମଲ ଉପସ୍ଥିତ ଥିଲେ।
ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଥିଲେ ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହୋଇଥିଲା। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୧୯,୫୧୨ ଖଣ୍ଡ ଭୋଟ୍ ପାଇଥିଲେ। ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଖାତାକୁ ୩୫୪୮ ଖଣ୍ଡ ଭୋଟ୍ ଯାଇଥିଲା।
ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ପଦ୍ମପୁର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ଉପନିର୍ବାଚନରେ ଗତ ୫ ତାରିଖ ଦିନ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।