ଇଞ୍ଜିନିୟରଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବାରିପଦା BJP MLA ପ୍ରକାଶ ସୋରେନ୍

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରକାଶ ସୋରେନ୍ । ତାଙ୍କ ଗିରଫ ହେବାର ପ୍ରତିବାଦ କରି ବିଜେପି କର୍ମୀମାନେ ବାରିପଦାରେ ଥାନା ଆଗରେ ଧାରଣା ଦେଇଛନ୍ତି ।

ଇଞ୍ଜିନିୟରଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବାରିପଦା BJP MLA ପ୍ରକାଶ ସୋରେନ୍
ବିଧାୟକ ପ୍ରକାଶ ସୋରେନ
  • News18 Odia
  • Last Updated: September 4, 2020, 8:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରିପଦା / ଭୁବନେଶ୍ୱର: ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାରିପଦାର ବିଜେପି ବିଧାୟକ ପ୍ରକାଶ ସୋରେନ । ଏହି ମାମଲାରେ ବିଧାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ଓ ଅଟକ ରଖିବା ପରେ ତାଙ୍କୁ ବାରିପଦା ଟାଉନ୍ ପୋଲିସ ଗିରଫ କରିଛି । ଗିରଫ ହେବାର କିଛି ସମୟ ପରେ ବିଧାୟକଙ୍କୁ ବାରିପଦା ଏସଡିଜେଏମ୍ କୋର୍ଟ୍‌ ପକ୍ଷରୁ ଜାମିନ ମିଳିଛି ।

ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବିଧାୟକ ପ୍ରକାଶ ସୋରେନ ଓ ତାଙ୍କର ତିନି ଜଣ ସମର୍ଥକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଜେନାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗୁରୁବାର ସକାଳେ ବିଧାୟକ ପ୍ରକାଶ ସୋରେନ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଫୋନ୍ କରି ବାରିପଦା  ସର୍କିଟ ହାଉସକୁ ଡକାଇଥିଲେ । ସେଠାରେ ବିଧାୟକ କାହିଁକି ତାଙ୍କ ଲୋକଙ୍କୁ କାମଦାମ ମିଳୁନାହିଁ ବୋଲି ପଚାରି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ ଗଣପତି ଜେନା ।

‘‘ବିଧାୟକଙ୍କ ଓ ତାଙ୍କର ୩ ଜଣ ସହଯୋଗୀ ମୋ’ ଗୋଡ଼ ଓ ପେଟକୁ ଲାତ ମାରିଥିଲେ । ସେମାନେ ମୋତେ ଅନେକ ଚାପୁଡ଼ା ବି ମାରିଥିଲେ,’’ କହିଛନ୍ତି ଜେନା । ଏହି ଘଟଣା ପରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ପୋଲିସ ହେପାଜତରେ ଗଣପତିଙ୍କ ଚିକିତ୍ସା କରାଯାଇଥିଲା ।

ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା


ଏବେ ଏହି ଘଟଣାରେ ବାରିପଦା ଟାଉନ ପୋଲିସ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରିଛି । ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରକାଶ ସୋରେନ୍ । ଏହି ଘଟଣାର ପ୍ରତିବାଦ କରି ବିଜେପି କର୍ମୀମାନେ ବାରିପଦାରେ ଥାନା ଆଗରେ ଧାରଣା ଦେଇଥିଲେ । ମୟୂରଭଞ୍ଜ ବିଜେପି ସାଂସଦ ବିଶେଶ୍ବର ଟୁଡୁ କହିଛନ୍ତି ଯେ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଭୁବନେଶ୍ୱରରେ ବରିଷ୍ଠ ବିଜେପି ନେତା ସହ ବିଧାନ ସଭାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ବାରିପଦା ବିଧାୟକଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିଛନ୍ତି ।



‘‘ପ୍ରକାଶ ସୋରେନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ମୟୂରଭଞ୍ଜରେ ବିଜେପିର ବଢ଼ିଚାଲିଥିବା ଜନ ସମର୍ଥନ ଦ୍ୱାରା ଅସ୍ତବ୍ୟସ୍ତ ହୋଇ ସରକାରୀ କଳ ଆମ ବିଧାୟକଙ୍କ ବିରୋଧରେ ଏମିତି ମିଥ୍ୟା ଅଭିଯୋଗ ଆଣିଛି,’’ କହିଛନ୍ତି ସେଠୀ ।
Published by: Anand Shankar Thankur Das
First published: September 4, 2020, 8:48 PM IST
corona virus btn
corona virus btn
Loading