News18 Odia Digital
ଭୁବନେଶ୍ୱର: କଂଗ୍ରେସ ସହିତ ୨୫ ବର୍ଷର ସମ୍ପର୍କ ତୁଟାଇ ଉମେଶ ଜେନା ବିଜେପିରେ ଯୋଗଦେଇଛନ୍ତି। ଯାଜପୁର ଜିଲ୍ଲାର ଯୁବ ନେତା ଉମେଶ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି ।
ନିକଟରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଉମେଶ ଜେନା । କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ବ୍ଯକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିଲେ ବୋଲି ଉଲ୍ଲେଖ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । ଉମେଶ ଜେନା ଛାତ୍ର ଜୀବନରୁ କଂଗ୍ରେସ ସହ ଯୋଡ଼ି ହୋଇ ନେତୃତ୍ୱ ନେଉଥିଲେ ।
ବିଶ୍ୱ ରଞ୍ଜନ ସାମଲ ଦଳ ଛାଡ଼ି ଯିବା ପରେ ଦଳ ନେତୃତ୍ୱ ବିହୀନ ହୋଇଯାଇଥିଲା ବୋଲି ଆଲୋଚନା ହେଉଥଲା । ବର୍ତ୍ତମାନ ଉମେଶ ବିଜେପିରେ ସାମିଲ ହେବା ପରେ ଦଳ ପୁଣି ସଶକ୍ତ ହେବ ବୋଲି ଅନୁମାନ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।