ଭୁବନେଶ୍ୱର କୋର୍ଟରୁ ଫେରାର ବିଜୟ ମାଣିଆଙ୍କୁ ଗିରଫ କଲା ବରଗଡ଼ ପୋଲିସ

୨୦୧୯ ମସିହାରେ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ କଟକ ଅବକାରୀ ଦ୍ୱାରା ଗିରଫ ହୋଇଥିଲା ବିଜୟ । ଗତ ଜୁନ ୨୫ତାରିଖରେ ବିଜୟ କୋର୍ଟରୁ ଫେରାର ହୋଇଯାଇଥିଲା । ଆଜି ତେଲେଙ୍ଗାନା ସାଇବରାବାଦ ଥାନା କୁଣ୍ଡୁର ଅଞ୍ଚଳରୁ ତାଙ୍କୁ ବରଗଡ଼ ଥାନା ପୋଲିସ ଗିରଫ କରିଛି ।

ବିଜୟ ମାଣିଆଙ୍କୁ ଗିରଫ କଲା ବରଗଡ଼ ପୋଲିସ

ବିଜୟ ମାଣିଆଙ୍କୁ ଗିରଫ କଲା ବରଗଡ଼ ପୋଲିସ

  • Share this:
News 18 Odia Digital

ଭୁବନେଶ୍ୱର: ୨୦୧୯ ମସିହାରେ ବିଜୟ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ କଟକ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିଲା । ଗତ ଜୁନ ୨୫ତାରିଖରେ ବିଜୟ କୋର୍ଟରୁ ଫେରାର ହୋଇଯାଇଥିଲା । ଆଜି ତେଲେଙ୍ଗାନା ସାଇବରାବାଦ ଥାନା କୁଣ୍ଡୁର ଅଞ୍ଚଳରୁ ତାଙ୍କୁ ବରଗଡ଼ ଥାନା ପୋଲିସ ଗିରଫ କରିଛି ।

ଭୁବନେଶ୍ୱର ଜୋନ-୪ ଏସିପି କହିଛନ୍ତି ଯେ ଗତ ଜୁନ ରେ ୨୫ ତାରିଖରେ କୋର୍ଟ ତାଙ୍କୁ ୧୦ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟଙ୍କ ରାୟ ଆସିବା ପରେ ପୋଲିସକୁ ଚକମା ଦେଇ ଛୁ ହୋଇଯାଇଥିଲେ । ଫେରାର ପରେ ପ୍ରଥମେ କଟକ ପରେ ପୁରୀରୁ ଟ୍ରେନ ଯୋଗେ ତେଲେଙ୍ଗାନା ପାଲାଇ ଯାଇ ଏକ ପେପେର ମିଲରେ କାମ କରୁଥିଲେ । ଗିରଫ ପରେ ଅଭିଯୁକ୍ତ ବିରୁଦ୍ଧରେ IPC ଦଫା ୨୨୪, ୩୫୩ ରେ ମାମଲା ରୁଜୁ କରିଛି ।
Published by:Soumyashree Mishra
First published: